Browsing category

ଦେଶ ବିଦେଶ

ଚିକିତ୍ସା ପାଇଁ ବିଦେଶ ଯିବେ ସୋନିଆ

ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯିବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ବିଦେଶ ଗସ୍ତ କରିବେ।କରୋନା ସଂକ୍ରମିତ ହେବା ପରେ ସୋନିଆ ଗାନ୍ଧୀ ସ୍ଵାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି।ତେଣୁ ଚିକିତ୍ସା ପାଇଁ ସେ ବିଦେଶ ଗସ୍ତ କରୁଥିବା ନେଇ ମିଳିଲା ସୂଚନା ।

ଟେବୁଲଟେନିସ୍‌ରେ ଓଡ଼ିଶାର ବିଜୟ

ଭୁବନେଶ୍ୱର,୨୪/୮(ଏସଏସନିଉଜ)ପ୍ରଥମ ରାଉଣ୍ଡରେ ମହାରାଷ୍ଟ୍ରକୁ ପରାସ୍ତ କଲା ଓଡ଼ିଶା । ଦ୍ବିତୀୟ ରାଉଣ୍ଡରେ ଉତ୍ତର ପ୍ରଦେଶକୁ ପରାସ୍ତ କଲା ଓଡ଼ିଶା ।ମାଷ୍ଟର ନ୍ୟାସନାଲ ଟେବୁଲ ଟେନିସ୍‌ରେ ଓଡ଼ିଶାର ବିଜୟ ହୋଇଛି। ଜାମ୍ମୁକାଶ୍ମର ଶ୍ରୀନଗରରେ ଚାଲିଛି ମାଷ୍ଟର ନ୍ୟାସନାଲ ଟେବୁଲ ଟେନିସ୍ ।

ବିଗ ବି ଅମିତାଭ ବଚ୍ଚନଙ୍କୁ ପୁଣି କରୋନା

ଭୁବନେଶ୍ୱର,୨୪/୮(ଏସଏସନିଉଜ) ଦ୍ୱିତୀୟ ଥର ପାଇଁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ।ସେ ଟୁଇଟ କରି ସୁଚନା ଦେଇଛନ୍ତି ।ଏହାସହ ତାଙ୍କ ସହ ଯେଉଁମାନେ ମିଶିଛନ୍ତି ଦୟାକରି ପରୀକ୍ଷାକରାଇନେବାକୁ ପରାମର୍ଶ ଦେଇଛନ୍ତି । ଜୁଲାଇ, ୨୦୨୦ରେ ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିଲେ ।ସେହିସମୟରେ ତାଙ୍କ ପୁଅ ଅଭିଶେକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଥିଲେ । ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ନାନାବତୀ ଡାକ୍ତରଖାନାରେ ଚିକିସ୍‌ିତ ହୋଇଥିଲେ ।ସେଠାରେ ସେ ଦୁଇ ସପ୍ତାହରୁ […]

ମେଘନା ରାଜ ପୁଣି ବିବାହ କରିବେ କି?

ଭୁବନେଶ୍ୱର,୨୪/୮(ଏସଏସନିଉଜ)ଅଭିନେତ୍ରୀ ମେଘନା ରାଜଙ୍କ ସ୍ୱାମୀ ତଥା ଅଭିନେତା ଚିରଞ୍ଜୀବୀ ସରଜାଙ୍କ ୨୦୨୦ଜୁନ୭ତାରିଖରେ ଦେହାନ୍ତ ପରେ ମେଘନା ରାଜ ପୁଣି ଦ୍ୱିତୀୟ ଥର ବିବାହ କରିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।ସ୍ୱାମୀଙ୍କ ଦେହାନ୍ତପରେ ମେଘନା ରାଜଙ୍କର ଦୁଇ ବର୍ଷ କଷ୍ଟରେ କଟିଥିଲା ।୩୯ ବର୍ଷ ବୟସରେ ହୃଦଘାତରେ ପୀଡିତ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ତାଙ୍କ ସ୍ୱାମୀ । ସେସମୟରେ ମେଘନା ସେମାନଙ୍କର ପ୍ରଥମ ସନ୍ତାନ ସହିତ ପାଞ୍ଚ ମାସ ଗର୍ଭବତୀ ହୋଇଥିଲେ।ନିକଟରେ […]

ଆଖି ବୁଜିଲେ ପପୁଲାର୍ ଟିକ୍‌ଟକ୍ ଷ୍ଟାର

ଭୁବନେଶ୍ୱର,୨୩/୮(ଏସଏସନିଉଜ) ଆଖି ବୁଜିଲେ ପପୁଲାର୍ ଟିକ୍‌ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି ନେତ୍ରୀ ସୋନାଲି ଫୋଗାଟ । ୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫୋଗାଟ ୨୦୧୯ ହରିୟାଣା ନିର୍ବାଚନରେ ବିଜେପି ଟିକେଟରେ ଆଡାମପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ରାହୁଲ ଦ୍ରାବଡଙ୍କୁ କରୋନା

ଭୁବନେଶ୍ୱର,୨୩/୮(ଏସଏସ ନିଉଜ)ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଦୀଳକୁ ବଡ଼ ଝଟକା ଲାଗିଛି।ହେଡ୍‌ କୋଚ୍‌ ରାହୁଲ ଦ୍ରାବଡଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ୨୭ ଅଗଷ୍ଟରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ଟିମ୍‌ ଇଣ୍ଡିଆ ଆଜି ୟୁଏଇ ଯିବେ।ହେଲେ ବର୍ତ୍ତମାନ ବିନା ଦ୍ରାବଡଙ୍କ ସହ ଟିମ୍‌ ଖେଳିବ ଏସିଆ କପ।

ଥରିଲା ରାଜସ୍ଥାନ!

ଭୁବନେଶ୍ୱର, ୨୨/୮(ଏସଏସନିଉଜ)ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରିଛି ରାଜସ୍ଥାନ। ରାଜସ୍ଥାନର ବିକେନାରବାସୀ ଭୂକମ୍ପ ଝଟକାକୁ ସବୁଠାରୁ ଅଧିକ ଅନୁଭବ କରିଛନ୍ତି। ସମସ୍ତେ ଶୋଇଥିବା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୧ ରହିଥିଲା। ଭୂକମ୍ପ ଝଟକାରେ ଏଯାଏ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

ସିବିଆଇ ରେଡ୍

ଭୁବନେଶ୍ୱର,୧୯/୮(ଏସଏସନିଉଜ)ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଘରେ ସିବିଆଇ ରେଡ୍ ହୋଇଛି। ଦିଲ୍ଲୀ ଏନସିଆର ସହ ୨୦ଟି ସ୍ଥାନରେ ଚଢଉଜାରି ରଖିଛି ସିବିଆଇ ।

ମସଜିଦରେ ବିସ୍ଫୋରଣ!

ଭୁବନେଶ୍ୱର,୧୮/୮(ଏସଏସନିଉଜ) ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦରେ ବିସ୍ଫୋରଣ ହୋଇଛି ।ବିସ୍ଫରଣରେ ପାଖାପାଖି ୨୦ମୃତ୍ୟୁବରଣ କରିଥିବାବେଳେ ୪୦ ଆହତ ହୋଇଥିବା ସୂଚନା ମିଳିଛି ।    

ନଦୀକୁ ଖସିଲା ବସ୍

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ଜାମ୍ମୁ କାଶ୍ମୀରରେ ନଦୀକୁ ଖସିପଡିଲା ବସ୍।ଯାହାଫଳରେ ୪ ITBP ଯବାନ ସହିଦ ହୋଇଛନ୍ତି ।ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିପଡିଥିଲା ବସ୍।୩୭ ITBP ଯବାନ ଓ ୨ ପୋଲିସକୁ ନେଇ ଯାଉଥିଲା ବସ୍ ।ଅମରନାଥ ଯାତ୍ରା ପାଇଁ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା ।