Browsing category

ଓଡ଼ିଶା

ବିଷାକ୍ତଖାଦ୍ୟ ଖାଇ ୫୦ ଅସୁସ୍ଥ

କୋରାପୁଟ,୫।୨(ଏସଏସନିଉଜ)କୋରାପୁଟ ଲମତାପୁଟ ଛାତ୍ରୀବାସର ଘଟଣା।ଗତକାଲିର ରାତି ଖାଦ୍ୟ ଖାଇ ଅଚାନକ ଅସୁସ୍ଥ ହୋଇପଡି ଥିଲେ ଛାତ୍ରୀ।ଯାହାଫଳରେ ୫୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବାବେଳେ ଓ ୧୦ଜଣ ଗୁରୁତର ହୋଇଛନ୍ତି।ସମସ୍ତ ଅସୁସ୍ଥ ଛାତ୍ରୀ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ପାକିସ୍ତାନରେ ବଡ଼ ନାଟକ

ଭୁବନେଶ୍ୱର,୫।୨(ଏସଏସନିଉଜ)ପାକିସ୍ତାନରେ ଚାଲିଛି ବଡ଼ ନାଟକ ।ଆତଙ୍କବାଦୀ ହାଫିଜ ସୟିଦ ଜେଲ୍‌ରେ ରହି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ସୟିଦର ସଂଗଠନ ବା ନୂଆ ପାର୍ଟି-MML।ଦଳର ନାଁ ପାକିସ୍ତାନ ମର୍‌କାଜି ମୁସଲିମ ଲିଗ୍‌।MML ସହ ଲସ୍କର ବା JuDର ସଂପର୍କ ରହିଛି।ଦଳର ଅଧିକାଂଶ ପ୍ରାର୍ଥୀ ସୟିଦର ସଂପର୍କୀୟ ବୋଲି ଜଣାପଡିଛି।ନିର୍ବାଚନ ଲଢୁଛନ୍ତି ସୟିଦର ପୁଅ ଓ ଜ୍ବାଇଁ।୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ସୟିଦ।ଦୁଇ ଦିନ ପରେ ପାକିସ୍ତାନର ସାଧାରଣ ନିର୍ବାଚନ ହେବାକୁ ଯାଉଛି।

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର,୫।୨(ଏସଏସନିଉଜ)ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ । ଷୋଡଶ ବିଧାନସଭାର ୧୫ତମ ଅଧିବେଶନ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ […]

ଅର୍ପଣ ଚାଉଳରେ ପ୍ରସ୍ତୁତ ହେଲା ଖେଚୁଡ଼ି

ଗଞ୍ଜାମ,୪ା୨(ଏସଏସନିଉଜ)ଆଜି ପ୍ରଥମଦିନରେ ଗଞ୍ଜାମରୁ ଆସିଥିବା ଅର୍ପଣଚାଉଳରେ ପ୍ରସ୍ତୁତହୋଇଛି ଖେଚୁଡ଼ି।ମହାପ୍ରଭୁଙ୍କୁ ଲାଗି ହେବାପରେ ଶ୍ରୀମନ୍ଦିର ପଶ୍ଚିମ, ଉତ୍ତର ଓ ଦକ୍ଷିଣଦ୍ୱାରରେ ଦର୍ଶନସାରି ଫେରୁଥିବା ଭକ୍ତଙ୍କୁ ବଣ୍ଟାଯାଇଛି ଖେଚୁଡ଼ି। ଶହେଟି କୁଡୁଆରେ ପ୍ରସ୍ତୁତ କରାଯାଇଛି ମହାପ୍ରସାଦ ।ଏହି ପ୍ରସାଦକୁୁ ରାତି ୮ଟା ଯାଏଁ ଭକ୍ତଙ୍କୁ ବଣ୍ଟା ହୋଇଥିଲା ।ପ୍ରତିଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବାଣ୍ଟିବାର ବ୍ୟବସ୍ଥା କରାଯାଇଥିବାର ଜଣାଯାଇଛି ।  

ଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର,୪ା୨(ଏସଏସନିଉଜ) ଫିରିଙ୍ଗିଆଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ଜଣେ ମହିଳା ଏସଆଇ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୂର୍ବରୁ ମହିଳା ଏସଆଇଙ୍କ ଅଭିଯୋଗପରେ ପୋଲିସ ମାମଲା ରୁଜୁ କରିନଥିବା ବେଳେ ଏନେଇ ମହିଳା ଏସଆଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।କମିଶନଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ କରାଯିବା ସହ ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । କ୍ରାଇମ୍ […]

ଘନକୁହୁଡି ଯୋଗୁ ଦୁର୍ଘଟଣାଗ୍ର୍‌ସ୍ଥ ହେଲା ବସ

ଚୈାଦ୍ୱାର,୧ା୨(ଏସଏସନିଉଜ)ଘନକୁହୁଡି ଯୋଗୁ ଯାତ୍ରୀବାହୀବସଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଆଜି ବଢିଭୋଇ ସମୟରେ ଏହିଭଳି ଘଟଣା ଚୈାଦ୍ୱାରଥାନା ଅଧିନସ୍ଥ ନୁଆପାଟଣା ନିକଟରେ ଘଟିଛି ।ଓଡି୦୫ବିକେ୫୪୭୫ନଂ ଲକ୍ଷ୍ମୀନାମକ ଘରୋଇବସଟି ଦେବଗଡଅଂଚଳରୁ ଭୁବନେଶ୍ୱକୁ ୪୦ଜଣଯାତ୍ରୀନେଇ ଆସୁଥିବାବେଳେ ନୁଆପାଟଣା କଫିବାରଛକନିକଟରେ ଘନକୁହୁଡି ଯୋଗୁ ରାସ୍ତାର ଡିଭାଇଡରରେ ପିଟିହୋଇଯାଇଥିଲା ।ଏତେଯୋରେ ମାଡ ହୋଇଥିଲା ଯେ,ଗାଡିର ଚକ ବାହାରିପଡିଥିଲା ।ବସରେ ଥିବା ୪୦ଜଣ ଯାତ୍ରୀମାନଙ୍କ ମଧ୍ୟରୁ ୨୧ଜଣ ଆହତହୋଇଥିବାବେଳେ ସ୍ଥାନୀୟଲୋକଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ପଠାଇଥିଲା ।  

ବନ୍ଧୁକଧାରୀକୁ ମାଡିବସିଲେ ଲୋକ

ବ୍ରହ୍ମପୁର,୨୬ା୧(ଏସଏସନିଉଜ) ବନ୍ଧୁକ ଧରି ଗୁଳି କରିଦେବେ କହି ଆତଙ୍କ ଖେଳାଇଥିବା ଯୁବକକୁ ସ୍ଥାନୀୟ ଲୋକମାନେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।ଏହି ଘଟଣା ଖଲିକୋଟ ଥାନା ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି।ଦୀର୍ଘ ସମୟଧରି ଯୁବକଜଣଙ୍କ ଆତଙ୍କ ଖେଳାଇବାପରେ ସ୍ଥାନୀୟଲୋକମାନେ ଯୁବକକୁ କୈାଶଳକ୍ରମେ ଧରିପୋଲିସକୁ ସୁଚନା ଦେଇଥିଲେ ।ପରେ ଭେଜିପୁଟ ଫାଣ୍ଡି ପୋଲିସ ଆସି ଯୁବକକୁ ଫାଣ୍ଡିକୁ ନେଇ ପଚରାଉଚରା କରିବା ସହ ଯାଂଚ କରି ବନ୍ଧୁକଟି ଖେଳନା ବୋଲି ଜାଣିବାକୁ ପାଇଥିବାର […]

ଜଳିଗଲା ଟ୍ରକ

ସୁନ୍ଦରଗଡ଼,୨୬ା୧(ଏସଏସନିଉଜ) କୁଣ୍ଡରାଘାଟିରେ ଏକ ଟ୍ରକରେ ହଠାତ ନିଆଁ ଲାଗିଯାଇଛି । ସଟ ସର୍କିଟ ଯୋଗୁଁ ଟ୍ରକ୍ ଜଳିଯାଇଥିବା ସନ୍ଦେହ କରାଯାଉଥିବାବେଳେ ଏମସିଏଲରୁ କୋଇଲା ବୋଝେଇ କରି ଆସୁଥିବାବେଳେ ଘାଟିରେ ଏହିଭଳି ଅଘଟଣ ଘଟିଥିବାର ଜଣାପଡିଛି ।ଖବରପାଇ ହେମଗିରଥାନା ପୋଲିସ ସହ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିବାର ଜଣାପଡିଛି ।

ସାଙ୍ଗକୁ ମାରିଲା ସାଙ୍ଗ

ଖୋର୍ଦ୍ଧା,୨୬ା୧(ଏସଏସନିଉଜ) ଆଜି ସକାଳେ ଖମାରସାହିଠାରୁ ମାତ୍ର ଅଢେ଼ଇ କିଲୋମିଟର ଦୂର ଖଣାତ–ଦୀକ୍ଷିତପଡ଼ାଛକ ନିକଟ ଏକ ଅର୍ଦ୍ଧନିର୍ମିତ ଘର ପଛପଟ କୂଅରୁ ଆଶୁତୋଷ ମହାପାତ୍ର ନାମକ ଛାତ୍ରଙ୍କ ମୃତଦେହ ମିଳିଛି। ବାଣପୁରଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାର ଆଶୁତୋଷ ୨୩‌ ତାରିଖରେ କଲେଜକୁ ଯାଇ ଆଉ ଫେରିନଥିଲୋ୫ଲକ୍ଷଟଙ୍କାଦେଲେ ପୁଅକୁ ଜିବିତ ଅବସ୍ଥାରେ ପାଇବାନେଇ ଆଶୁତୋଷଙ୍କ ବାପାଙ୍କ ପାଖକୁ ଅପରାହ୍ନ୪ଟାପାଖାପାଖି ମୋବାଇଲ୍‌ରେ ମେସେଜ୍ ଆସିଥିଲା।ଏହି ଖବର ପୋଲିସକୁ ଜଣାଇଲେ ପୁଅର ଜୀବନକୁ ହରାଇବେବୋଲି ମଧ୍ୟ ପରବର୍ତିସମୟରେ ମେସେଜ ଆସିଥିଲା । ଆଶୁ‌‌ତୋଷଙ୍କ ପରିବାରପକ୍ଷରୁ […]

ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା

ଆସିକା,୨୬ା୧(ଏସଏସନିଉଜ) ଆଜି ଖଡ଼ଭାଗ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାର ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।ଧକ୍କା ହୋଇସାରିବାପରେ ମୃତଦେହ ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ।ଖବରପାଇ ଆସିକା ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରୁ ପିକଅପ୍ ଭ୍ୟାନ କାଟି ମୃତକମାନଙ୍କୁ ଉଦ୍ଧାର କରିଥିଲେ। ବସଟି ଯାତ୍ରୀନେଇ […]