Browsing category

ଓଡ଼ିଶା

୩ଦିନଧରି ଚାଲିବ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ

ବାରଙ୍ଗ,୨୪ା୧୧(ଏସଏସନିଉଜ) ଏଥର ଜମିବ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ । ନଭେମ୍ବର ୨୬ ତାରିଖରୁ ନଭେମ୍ବର ୨୮ ପର‌୍ୟ୍ୟନ୍ତ ୩ଦିନ ଧରି ଚାଲିବାକୁଥିବା ଏହି ମହୋତ୍ସବରେ ମୁଖ୍ୟ ଆର୍କଷଣ ସାଜିବ ମହିଳା ପାଇକ ଆଖଡ଼ା , ଛଉନୃତ୍ୟ , ଓଡିଶୀନୃତ୍ୟ ଏବଂ ମେଲୋଡି କାର‌୍ୟ୍ୟକ୍ରମ । କାର୍ତ୍ତିକପୂର୍ଣ୍ଣିମା ଦିନ ସକାଳେ ପୂର୍ଣତୋୟା ପ୍ରାଚୀନଦୀରେ ତଥା ପୁରୀ ମୁଖ୍ୟକେନାଲରେ ବୋଇତ ବନ୍ଦାଣ କାର‌୍ୟ୍ୟକ୍ରମ ସମାପନ ପରେ ସଂନ୍ଧ୍ୟାରେ ମହୋତ୍ସବ ସମାରୋହର ମଞ୍ଚକୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରପ୍ରଧାନ ଉଦଘାଟନ କରିବେ । ଏହାସହିତ […]

ଧବଳେଶ୍ୱରଙ୍କ କବାଟ ଭାଙ୍ଗିଲେ ଶ୍ରଦ୍ଧାଳୁ

କଟକ,୨୫।୧୧(ଏସଏସନିଉଜ)ଧବଳେଶ୍ୱର ମନ୍ଦିର ମୁଖ୍ୟଦ୍ୱାର କବାଟ ଭାଙ୍ଗିଲେ ଶ୍ରଦ୍ଧାଳୁ। କାଲିଠୁ ଦର୍ଶନରୁ ବଞ୍ଚିତଥିଲେ ଶ୍ରଦ୍ଧାଳୁ। ଆଜି ଦ୍ୱାର ଭାଙ୍ଗି ଦର୍ଶନ କରିଛନ୍ତି ।ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ବଡ଼ଓଷାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ପୂଜକଙ୍କ ପ୍ରତିବାଦକୁ ମାନିଲେନି ପ୍ରଶାସନ।ପୂଜକ ଆଲୋଚନା ବିଫଳରୁ ଆଜି ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି।

ଘୋଡାରୁପଡି ଶ୍ରିତମ ଆହତ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ବାଙ୍କୀରେ ନବକଳେବର ଫିଲ୍ମ ସୁଟିଂ ଚାଲିଥିବା ବେଳେ ସୁଟିଂସେଟ୍‌ରେ ଆହତ ହୋଇଛନ୍ତି ଅଭିନେତା ଶ୍ରୀତମ ଦାସ। ସୂଚନା ଅନୁଯାୟୀ ଶ୍ରୀତମ ସୁଟିଂ କରୁଥିବା ବେଳେ ଏକ ଘୋଡ଼ାରୁ ଖସି ପଡ଼ିଥିଲେ। ସେଥିରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି।

ଭିଜିଲାନ୍ସ ହାତରେ ଲାଞ୍ଚୁଆ GRS

କଳାହାଣ୍ଡି,୨୩।୧୧(ଏସଏସନିଉଜ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ୍‌। ଜୟପାଟଣା ବ୍ଲକ ବଡ଼କର୍ଲାକୋଟ GRSଙ୍କୁ ଧରିଲା ଭିଜିଲାନ୍ସ। ୧୫ହଜାର ଲାଞ୍ଚ ନେବାବେଳେ GRS ମାର୍ଗେରେଟ୍ ପାଣିଗ୍ରାହୀ ଧରାପଡ଼ିଲେ। ଜବ୍‌ କାର୍ଡଧାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ।

ବୋହିନେଲେ ଟମାଟୋ

କୁଚିଣ୍ଡା,୨୩।୧୧(ଏସଏସନିଉଜ) ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଟମାଟୋ ବୋହିନେଲେ ଲୋକେ।ଜମନକିରା ବ୍ଲକ NH ୫୩ ଆମ୍ବଲାଙ୍ଗ ପିଠାମାରେନ୍‌ ନିକଟରେ ଘଟିଥିବା ଦୁର୍ଘଟଣା ପରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି।ଭାରସାମ୍ୟ ହରାଇ ଟ୍ରକ ଓଲଟିବାରୁ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପରକୁ ଲୋକମାନେ ଉଦ୍ଧାର ନକରି ଟମାଟୋ ବୁହାରେ ଲାଗିପଡିଥିବାର ଦେଖିବାକୁ ମିଳିଥିଲା।

ଛାତରୁପଡି ଜଣେ ଗୁରୁତର,୧୧ଅଚେତ

ରାୟଗଡ଼ା,୨୩।୧୧(ଏସଏସନିଉଜ)ସ୍କୁଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି।ବାରିଝୋଲା ସ୍ଥିତ ଏକ ଘରୋଇ ବିଦ୍ୟାଳୟ ଛାତରୁ ପଡ଼ି ଗୁରୁତର ହେଲେ ଛାତ୍ର।ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଦେଖି ଅଚେତ ହୋଇଗଲେ ଆଉ ୧୧ ଛାତ୍ରଛାତ୍ରୀ।ଗୁରୁତର ଛାତ୍ରୀଙ୍କୁ ବିଶାଖାପାଟଣା ଓ ଅନ୍ୟ ୧୧ ଜଣଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ପଞ୍ଚମ ମହଲାରେ ନିଆଁ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ପଞ୍ଚାୟତ ଅଫିସ ନିକଟରେ ଅଗ୍ନିକାଣ୍ଡ ହୋଇଛି।ପଞ୍ଚାୟତଅଫିସ ପାଖରେ ଥିବା ଏକ ଘରୋଇ କଲେଜରେ ନିଆଁ ଲାଗିଛି।କଲେଜର ପଞ୍ଚମ ମହଲାରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି।ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଛି।

କାର‌ଭିତରେ କାର‌ମାଲିକଙ୍କ ମୃତଦେହ

ଆସିକା,୨୩।୧୧(ଏସଏସନିଉଜ) କାର୍‌ ଭିତରୁ କାର୍‌ ମାଲିକଙ୍କ ମୃତଦେହ ଉଦ୍ଧାର ହୋଇଛି।ହିଞ୍ଜିଳିଥାନା ସାଁପୁର ଗାଁରେ କାର ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ।ନିଜ କାର୍‌ ଭିତରେ କିଭଳି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ମୃତଦେହ ଜବତ କରି ହିଞ୍ଜିଳି ଥାନା ପୋଲିସର ତଦନ୍ତ ଜାରି ରଖିଛି।

ରାହୁଲଗାନ୍ଧିଙ୍କୁ ନୋଟିସ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ।ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି କରାଯାଇଛି।ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ।୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଇସିଙ୍କ ନିର୍ଦ୍ଦେଶ ରହିଛି।ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ , ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି।

ବାପା ସାପଲଗେଇ ମାଆ ଝିଅଙ୍କୁ ମାରିଛି!

ପୋଲସରା,୨୩।୧୧(ଏସଏସନିଉଜ) ଘରେ ସର୍ପାଘାତରେ ମା ଓ ଝିଅର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।ବାପା ସାପ ଲଗେଇ ମାଆଝିଅଙ୍କୁ ମାରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।ନିଜେ ବାପା ଘରକୁ ସାପ ଆଣି ମାଆଝିଅଙ୍କୁ ମାରିଥିବା ସୂଚନା ମିଳିଛି।ପତ୍ନୀ ଓ ଝିଅଙ୍କୁ ହତ୍ୟା ଅଭିଯୋଗରେ କେ. ଗଣେଶ ପାତ୍ରଙ୍କୁ ଗିରଫ କରିଛି ପୋଲିସ।ଗତ ଅକ୍ଟୋବର ୭ରେ କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ ହତ୍ୟା ଘଟିଥିଲା।