Browsing category

ଓଡ଼ିଶା

ବିକଟାଳ ଶବ୍ଦ କରୁଥିବା ବୁଲେଟକୁ ଜବତକଲା ପୋଲିସ

ଭୁବନେଶ୍ବର,୧୧ା୯(ଏସଏସନିଉଜ)ଗତକଲି କମିସନରେଟ୍ ଟ୍ରାଫିକ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮୧ଜଣ ନିୟମ ଉଲ୍ଲଂଘନକାରୀଙ୍କ ବାଇକ୍‌କୁ ଜବତ କରାଯାଇଛି।ସେଥିମଧ୍ୟରେ ପ୍ରାୟତ ବୁଲେଟ ରହିଛି । ବିକଟାଳ ଶବ୍ଦକରୁଥିବା ୬୩ଟି ବୁଲେଟ ଓ ଓ ରଙ୍ଗ ରୁଟ୍‌ରେ ଆସୁଥିବା ୧୮ଟି ବାଇକକୁ ଟ୍ରାଫିକ୍‌-୧ ଓ ୨ ପକ୍ଷରୁ ଚଢ଼ଉ କରାଯାଇ ଜବତ କରାଯାଇଛି।ଏମାନଙ୍କଠାରୁ ଜରିମାନା ଆଦାୟ କରାଯାଇ ଛାଡ଼ି ଦିଆଯାଉଛି। ଆଗକୁ ସିଧା ଗାଡ଼ିକୁ କୋର୍ଟରେ ଜିମା ଦିଆଯିବ ବୋଲି କୁହାଯାଇଛି ।  

ଠକିଦେଲେ ଭଣ୍ଡବାବା!

ଭୁବନେଶ୍ବର,୧୧ା୯(ଏସଏସନିଉଜ)ଗତକଲି ଗ୍ରହଦୋଷ ଖଣ୍ଡନ କରିବାନାଁରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମଜାଲରେ ଫସାଇ ଲକ୍ଷାଧିକଟଙ୍କାପଇସା ନେଇ ବିବାହକରିବାର ପ୍ରତିଶୃତି ଦେଇ ଆଉ ଧରାଦେଲେନାହିଁ ।ଏକଥା ମହିଳାଙ୍କ ସ୍ୱାମୀଜାଣିବାପରେ ବିଭ୍ରାଟ ଆରମ୍ଭ ହୋଇଥିଲା ।ମହିଳାଜଣଙ୍କ ନ୍ୟାୟପାଇବାପାଇଁ ବାଧ୍ୟହୋଇ ଧଉଳି ଥାନାରେ ଅଭିଯୋଗ କରିବାପରେ ସେ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଗ୍ରହଦୋଷକାଟିବାପାଇଁ ଖଣ୍ଡଗିରି ଥାନାଅଞ୍ଚଳରେ ରହୁଥିବା ଜଣେ ମହିଳା ଶିଶୁପାଳଗଡ଼ ଅଞ୍ଚଳରେ ରହୁଥିବାଜଣେ ବାବାଙ୍କ ଶରଣ ପଶିବାସହ ତାଙ୍କ ପାଖକୁ ଯିବାଆସିବା ଆରମ୍ଭ କରିଥିଲେ ।ଧିରେଧରରେ ଯିବାଆସିବା […]

ଲୁଟ୍‌ପାଟ ଅଭିଯୋଗରେ ଲିପା, ସିପୁ ଗିରଫ

ଜଟଣୀ,୧୧ା୯(ଏସଏସନିଉଜ) ଜି. ସୋମନାଥନାମକ ବ୍ୟକ୍ତି ଶୁକ୍ରବାରଦିନ ଖୋର୍ଦ୍ଧାରୁ ଆଇଆଇଟି ରାସ୍ତାରେ ଜଟଣୀକୁ ବାଇକ୍‌ରେ ଯାଉଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କୁ ପିଛା କରି ଏକ ନିଛାଟିଆ ସ୍ଥାନରେ ରୋକି ଅତର୍କିତ ଆକ୍ରମଣ କରି ୨୨ଶହ ଟଙ୍କା, ମୋବାଇଲ ଫୋନ୍ ଛଡ଼ାଇ ନେଇଯାଇଥିଲେ ।ଏସର୍ମ୍ପକରେ ସୋମନାଥଜଟଣୀଥାନାରେ ଲିଖିତଅଭିଯୋଗ କରିଥିଲେ ।ପୋଲିସ ଲୁଟେରାମାନଙ୍କୁ କାବୁକରିବାପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ଡେଲାଙ୍ଗଥାନା ଗଡ଼ବେଗୁନିଆ ପଡ଼ାର ପୂର୍ଣ୍ଣଚନ୍ଦ୍ରପରିଡ଼ା ଓରଫ୍ ଲିପା ଓ ହାଟସାହିର ରଶ୍ମିରଂଜନ ପାତ୍ର ଓରଫ୍ ସିପୁ ନାମକ […]

ନିଯୁକ୍ତହେବେ ୨୦ହଜାର ପ୍ରାଥମିକଶିକ୍ଷକ

ଭୁବନେଶ୍ୱର,୧୧ା୯(ଏସଏସନିଉଜ) ରାଜ୍ୟରେ ନିଯୁକ୍ତ ପାଇବାକୁ ଯାଉଛନ୍ତି ୨୦ ହଜାର ପ୍ରାଥମିକ ଶିକ୍ଷକାଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବାସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷାକାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ […]

ହାତୀ ଆକ୍ରମଣରେ ୨ ବନକର୍ମଚାରୀ ଗୁରୁତର

ମୟୁରଭଞ୍ଜ,୧୧ା୯(ଏସଏସନିଉଜ)ବେତନଟୀରେଞ୍ଜ ବଡାମପୁରସେକ୍ସନ ଅଧୀନ ମେର୍ଦ୍ଦା ଉପକଣ୍ଠ ବେଣାପୁରା ଗ୍ରାମ ନିକଟରେ ବଣୁଆ ହାତୀ ଆକ୍ରମଣରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଯତୀନ କିସ୍କୁ ଗୁରୁତର ଆହତ ହୋଇଛନ୍ତି ।ଗତକିଛି ଦିନହେଲା ୧୮ ଟିକିଆ ହାତୀପଲ ଏହି ଅଞ୍ଚଳରେ ଭାବେ ରହି ଉତ୍ପାତ ବଢ଼ାଇଛନ୍ତି ।ଗତକାଲି ବିଳମ୍ବିତ ରାତିରେ ଜନସାଧାରଣକୁ ସୁରକ୍ଷା ଦେବାପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏକଚାରିଟିକିଆ ହାତୀପଲ ବେଣାପୁରା ଗ୍ରାମରେ ପଶିବାସହ ଜଣେ ଲୋକଙ୍କ ଘରଭାଙ୍ଗିବାକୁ ଉଦ୍ୟମ […]

ଅମରଲଡୁ ବାଂଟିଲେ ଗରୁଡ

ଡେଲାଙ୍ଗ,୧୦ା୯(ଏସଏସନିଉଜ) ସାକ୍ଷୀଗୋପାଳ ମନ୍ଦିରରେ କାଳୀୟଦଳନପର୍ବ ଅନୁଷ୍ଠିତ ହୋଇଯାଇଛିା ଗୋଧନବାହୁଡାଧୁପପରେ ବିଜେ ପ୍ରତିମା ମଦନମୋହନଓ ଲବଣୀଚେରା ସୁସଜିତବିମାନରେ ବସି ରଙ୍ଗଣିସାହିସ୍ଥିତ ଲବଣିଖିଆମଣ୍ଡପକୁ ବିଜେ କରିଥିଲେ ।ଗୋପାଳପରିବାରର କୁଳବଧୂମାନେ ଆସି ଠାକୁରଙ୍କୁ ବନ୍ଦାପନା କରିଥିଲେ ।ଗୋପାଳ ପରିବାର ପକ୍ଷରୁ ଠାକୁରଙ୍କୁ ସର,ଲବଣୀ,ମାଖନ, ଖୁଆପେଡା,ରସାବଳୀ, ଛେନା ଆଦି କ୍ଷୀରଜାତସାମଗ୍ରୀ ସହ ଚୁଡାଘଷା,ଖଇ, ଉଖୁଡା,ଫଳମୁଳ,ତୁଳସୀ,ଚନ୍ଦନ ଆଦି ଭୋଗ ଲଗାଯାଇଥିଲା ।ଠାକୁର ଭୋଗଖାଇସାବାପରେ ଶ୍ରୀକୃଷ୍ନ କାଳନଦୀହ୍ରଦକୁ ପଦ୍ମଫୁଲତୋଳିବାକୁଯାଇଥିଲେ । ତେବେ ଏହିସବୁ ମାନବଙ୍କଦ୍ୱାରା କରାଯାଇଥିଲା ।ପରମ୍ପରା ଅନୁଯାୟୀ ବିଳମ୍ଭିତରାତିରେ ସାକ୍ଷୀଗୋପାଳ ମନ୍ଦିରର କୃଷ୍ନବେଶଧାରୀ ଜଣେ […]

ଚୋରୀ ବିଦ୍ୟୁତତାର ସହ ଅଟୋ ଜବତ,ଦୁଇ ଗିରଫ

  ବାରଙ୍ଗ,୧୦|୯ (ଏସଏସନିଉଜ)ବିଦ୍ୟୁତତାର ଏବଂ ଜିଆଇପୋଲ ଚୋରି ଘଟଣାରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଗିରଫକରିଛି ବାରଙ୍ଗଥାନା ପୋଲିସ। ସେମାନେହେଲେ କଟକ ଲାଲବାଗଥାନା ଜଗନ୍ନାଥ ବଲ୍ଲଭଅଞ୍ଚଳର କାଳିଆମହାପାତ୍ର(୨୫) ଏବଂ ଅଲିଶା ବଜାରର ସୋମନାଥବେହେରା ଓରଫ କାଳନ୍ଦୀ (୧୯)। ଏଥିସହ ଚୋରୀରେ ବ୍ୟବହୃତ ଅଟୋ ସମେତ ତାରକୁ ଜବତକରିଛି ପୋଲିସ। ପ୍ରକାଶଯେ, ବାରଙ୍ଗରୁ ଗୋଡ଼ିସାହି ପର୍ଯ୍ୟନ୍ତ ପୁରୀ ମୁଖ୍ୟକେନାଲ ରାସ୍ତାରେ ନୂତନ ବିଦ୍ୟୁତସଂଯୋଗ ପାଇଁ ଭୁବନେଶ୍ୱର ବଡ଼ଗଡ଼ଅଞ୍ଚଳର ଇଶ୍ଵରଚନ୍ଦ୍ର ପରିଡ଼ା ଟେଣ୍ଡରନେଇ କାମ କରୁଥିଲେ। ତେବେ ଗତ ଜୁଲାଇ ୨୦ତାରିଖରାତିରେ […]

ଯୁବତୀଙ୍କୁ ଛୁରାମାଡ଼

କଟକ,୧୦ା୯(ଏସଏସନିଉଜ) ଦୋଳମୁଣ୍ଡାଇ ଛକରେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି ।ଏକ ପାର୍ଲର ଭିତରେ ପଶି ଛୁରାମାଡ଼ କରିଛି ଯୁବକାପୁରୀଘାଟ ଅଞ୍ଚଳର ଯୁବତୀ ପାର୍ଲରର କର୍ମଚାରୀ ଥିଲୋଛୁରାମାଡ଼ କରି ଯୁବକ ଜଣଙ୍କ ଫେରାର ହୋଇଯାଇଥିବାବେଳେ ଯୁବତୀଙ୍କୁ ଝଉଈରେ ଚିକିସ୍‌।ପାଇଁ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ତେବେ ଯୁବତୀଙ୍କୁ ଛୁରାମାଡ଼ କାହିଁକିକରାଗଲା ତାହାର କାରଣ ଜଣାପଡ଼ିନାହିଁ ।

ମା,ଝିଅ,ପୁଅ ପିଇଲେ ବିଷ

ବରଗଡ଼,୧୦ା୯(ଏସଏସନିଉଜ) ଗୋଟିଏପରିବାରର ୩ଜଣ ଆତ୍ମହତ୍ୟା ଉଦ୍ୟମକରିଥିବାର ଜଣାପଡିଛି ।ବିଷପିଇ ମା, ଝିଅ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।ସୋହେଲାଥାନା ମାଷ୍ଟରପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି ।ବାପାଙ୍କ ମୃତ୍ୟୁପରେ ମାନସିକ ଦୁଶ୍ଚିନ୍ତାରେ ଏହି ପରିବାର ରହୁଥିବାର ଜଣାପଡିଛି ।ମା, ଝିଅଙ୍କ ଅବସ୍ଥା ସ୍ଥିରଥିବାବେଳେ ପୁଅକୁ ଚିକିସ୍‌ାପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।

ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଭସାଣି

କଟକ,୧୦ା୯(ଏସଏସନିଉଜ)ଆସୁଛି ପାର୍ବଣ ରୁତୁ ।ପ୍ରସିଦ୍ଧ ଦୁର୍ଗାପୁଜାନିମନ୍ତେ ପ୍ରସ୍ତୁତିପର୍ବରେ ଲାଗିପଡିଲେଣି ଭାଇଚାରାର ସହର କଟକ । ଦୁର୍ଗାପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତହୋଇଯାଇଛି ।ଚଳିତବର୍ଷର ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।ବୈଠକରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲୋଏହାସହ ସହରର ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲୋଅକ୍ଟୋବର ୨୪ରେ ଦଶମୀ ଓ ୨୫ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବାକୁଯାଉଛି ।