Browsing category

ଓଡ଼ିଶା

ବସରେ ଗୋଚାଳଣ

ବାଲେଶ୍ୱର,୧୨ା୯(ଏସଏସନିଉଜ) ସେରଗଡ଼ ଟୋଲଗେଟ ନିକଟରୁ ୯ରୁ ଅଧିକ ଗୋରୁଙ୍କୁ ଏକ ବସରେ ପୂରାଇ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣକରାଯାଉଥିବାବେଳେ ସ୍ଥାନୀୟ ଗୋସୁରକ୍ଷା ବାହିନୀକର୍ମୀମାନଙ୍କ ହାବୁଡରେ ପଡିଛି । ସୋମବାର ବିଳମ୍ବିତ ରାତିରେ ଖବରପାଇ ଗୋସୁରକ୍ଷା ବାହିନୀକର୍ମୀମାନେ ଘଟଣାସ୍ଥଳରେ ପହଁଚିବାସହ ସେରଗଡ଼ ନିକଟରେ ବସଟିକୁ ଧରିବାପରେ ଡ୍ରାଇଭର ଓ ହେଲପର କୈାଶଳକ୍ରମେ ଫେରାର ହୋଇଯାଇଥିଲେ ।ଖବରପାଇ ଖନ୍ତାପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଗାଡିଟିକୁ ଜବତକରିଛି ।

ଟ୍ରକ ଓଲଟି ରାସ୍ତା ଜାମ୍‌

ମାଲକାନଗିରି,୧୨ା୯(ଏସଏସନିଉଜ)ଜୟପୁର ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଏକ କାଠବୋଝେଇଟ୍ରକ ଓଲଟି ରାସ୍ତା ଜାମ୍ ହୋଇଛି। ଗତକାଲି ବିଳମ୍ବିତରାତିରୁ ଗୋବିନ୍ଦପାଲି ଘାଟିର ସପ୍ତଧାରା ନଦୀର ପୋଲ ଉପରେ ଭଦ୍ରାଚଲମ୍ ଯାଉଥିବା ନିଳିଗିରୀର ଏକ କାଠ ବୋଝେଇ ଟ୍ରକ ଓଲଟିପଡିଛି ।ଫଳରେ ମାଲକାନଗିରି ଜିଲ୍ଲାକୁ କୌଣସି ଗାଡି ଆସିପାରୁନାହିଁ । ସ୍ଥାନୀୟ ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ହଟାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଆହତ ହୋଇଥିବାର ଜଣାପଡିଛି ।

ମହାନଦୀରୁ ଉଦ୍ଧାର ହେଲେ ବୃଦ୍ଧ

ସମ୍ବଲପୁରର,୧୨ା୯(ଏସଏସନଉିଜ) ସମ୍ବଲପୁରରରେ ମହାନଦୀକୁ ଡେଇଁ ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ ।ସମ୍ବଲପୁର ଚାଉଁରପୁର ବ୍ରିଜ୍ ଉପରୁ ସମ୍ପୃକ୍ତ ବୃଦ୍ଧ ସେଲ୍‌ଫି ନେବା ବେଳେ ନଦୀକୁ ଖସି ପଡ଼ିଥିଲେ। ବୃଦ୍ଧଜଣଙ୍କ ଗାଡ଼ି ରଖି ସେଲ୍‌ଫି ନେଉଥିବା ବେଳେ ହଠାତ ଗୋଡ଼ ଖସି ଯାଇଥିଲା। ନଦୀକୁ ମୁଁ ଡେଇଁ ନଥିଲି, ସେଲ୍‌ଫି ନେବାବେଳେ ଗୋଡ଼ ଖସି ଯାଇଥିଲା। ବଞ୍ଚିବାର ଆଶା ନଥିଲା ବୋଲି କହିଛନ୍ତି ଉଦ୍ଧାର ହୋଇଥିବା ୬୯ବର୍ଷିୟ ବୃଦ୍ଧ ।  

ଭିତରକନିକାରେ ବଢିଲା ଦେଶୀୟପକ୍ଷୀ

ଭୁବନେଶ୍ୱର,୧୨ା୯(ଏସଏସନିଉଜ) ଭିତରକନିକା ରେ ଦେଶୀୟପକ୍ଷୀଙ୍କ ଗଣନା ଶେଷ ହୋଇଛି । ତେବେଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ ରହିଥିବା ବେଳେ ଚଳିତ ବର୍ଷ ବୃଦ୍ଧିପାଇ ୧,୨୩,୮୬୭ରେ ପହଁଚିଛି ।ଚଳିତମାସ ୩ ତାରିଖରୁ ୭ ତାରିଖ ଯାଏ ପକ୍ଷୀ ଗଣନା କରାଯାଇ ଥିଲା ।ଏଥିନିମନ୍ତେ ୫ଟି ଟିମ୍ ନିୟୋଜିତ ଥିଲେ । ପ୍ରତିଟି ଟିମ୍ ରେ ୪ରୁ ଅଧିକ ବନ କର୍ମଚାରୀ ରହିଥିଲେ ।ଏଥର ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଏକମାଣିଆ ବାଲିଡ଼ିଆ ଦ୍ବୀପରେ ପକ୍ଷୀ […]

ସ୍ତ୍ରୀମୃତ , ସ୍ବାମୀ ଗୁରୁତର

ନୂଆପଡ଼ା,୧୨ା୯(ଏସଏସନିଉଜ) ୨ ବାଇକ ମୁହାଁମୁହିଁ ଧକ୍କା ହେବାକାରଣରୁ ସ୍ତ୍ରୀ ମୃତ୍ୟୁବରଣ କରିଥିବାବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି ।ବୋଡେନ୍ ଥାନା ଅନକାପୁର ଗାଁ ନିକଟରେ ୨ବାଇକ ମଧ୍ୟରେ ଧକ୍କା ହୋଇଥିଲା ।ଗୁରୁତର ସ୍ବାମୀଙ୍କୁ ଉଦ୍ଧାର କରି ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।

ହାତୀ ଘଉଡାଇବାକୁ ଯାଇ ମାଡଖାଇଲେ ବନକର୍ମଚାରୀ

ବଣାଇ,୧୨ା୯(ଏସଏସନିଉଜ)ଗତକିଛିଦିନହେବ ହାତୀ ଉପଦ୍ରବ ବଢିବାରେ ଲାଗିଛି ।ସାଧାରଣ ଲୋକମାନେ ହାତୀମାନଙ୍କ ଦୈାରତ୍ମ୍ୟ ଯୋଗୁ ନାହିଁନଥିବା ହଇରାଣ ହେଉଛନ୍ତି ।ହାତୀମାନଙ୍କୁ ଘଉଡାଇବା ପାଇଁ ଯାଇଥିବା ବନ କର୍ମଚାରୀମାନଙ୍କୁ ଗ୍ରାମବାସୀମାନେ ମାଡମାରିଥିବାର ଅଭିଯୋଗ ହୋଇଛି । ଲହୁଣିପଡ଼ାଥାନା ବାଙ୍କୀରେଂଜ ପାଲବାହାଲଗାଁର ଏହିଭଳି ଘଟଣା ଘଟିଛି । ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନକର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବାରୁ ଜଣେ ବନକର୍ମଚାରୀ ଆହତ ହୋଇଛନ୍ତି । ବନବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାର ଜଣାପଡିଛି ।      

ମୋମାଟି ମୋଦେଶକାର୍ଯ୍ୟକ୍ରମ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ପଞ୍ଚାୟତରେ ମୋ ମାଟି ମୋ ଦେଶକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ସମସ୍ତଙ୍କ ଘର ଅଗଣା ଓ ତୁଳସି ଚଉଁରାରୁ ମାଟି ଅଣାଯାଇଥିଲା । ଏହି ମାଟି ସହିଦମାନଙ୍କୁ ମନ ପକାଇବାପାଇଁ ଦିଲ୍ଲୀ ଅମ୍ଭୁତ ବାଟିକାକୁ ପଠାଯିବ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିଉପ-ସଭାପତି ଗୋଲୋକ ମହାପାତ୍ର. ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର. ଅନିତା ଶୁଭଦର୍ଶନୀ. ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା. ସମ୍ପାଦକ ଯଜ୍ଞ ନାରାୟଣ […]

ସୌରିନ୍‌ଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ସୌରିନ୍‌ଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରିକରିଛି କମିଶନରେଟ୍ ପୋଲିସ୍ । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କୁ କୋଲକାତାରେ ଖୋଜି ନପାଇବା ପରେ କମିଶନରେଟ୍ ପୋଲିସ୍ ଏହିଭଳି ପଦକ୍ଷେପ ନେଇଥିବାର ଜଣାପଡିଛି ।

ମୁଖ୍ୟଶାସନସଚିବଙ୍କୁ ଡେଙ୍ଗୁ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ମୁଖ୍ୟ ଶାସନସଚିବ ପ୍ରଦୀପଜେନା ଡେଙ୍ଗୁରେ ପୀଡ଼ିତ ହୋଇଥିବାର ଜଣାପଡିଛି ।ଡେଙ୍ଗୁରେ ପୀଡ଼ିତହୋଇ ମୁଖ୍ୟ ସଚିବ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  

ୱାର୍ଡମେମ୍ବରଙ୍କ ମୁଣ୍ଡଫଟାଇ ନିଲମ୍ବିତ ହେଲେASI

ଖୋର୍ଦ୍ଧା,୧୧ା୯(ଏସଏସନିଉଜ)ଜଙ୍କିଆ ଥାନାASI ନିରଞ୍ଜନ ମହାନ୍ତି ନିଲମ୍ବିତ ହୋଇଛନ୍ତି ।ୱାର୍ଡମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସ୍‌ପିା ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନଙ୍କ ଜଣେ ସମ୍ପର୍କୀୟ ଏକ ମାମଲାରେ ଜଙ୍କିଆ ଥାନାକୁ ଆସିଥିଲେ।ତେବେ କିଛିସମୟପରେ ନବକିଶୋଇ ଥାନାକୁଆସି ଆଇଆଇସି ନଥିବାରୁ ବାହାରେ ଫୋନ୍‌ରେ କଥା ହେଉଥିଲେ।ଏହିସମୟରେ ଏଏସ୍‌ଆଇ ନିରଞ୍ଜନ ମହାନ୍ତି ତାଙ୍କୁ ଡାକିଥିଲେ।କିନ୍ତୁ ଫୋନ୍‌ରେ କଥା ହେଉଥିବାରୁ ନବକିଶୋଇ ଏଏସ୍‌ଆଇଙ୍କ ଡାକ ଶୁଣିପାରିନଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ଏଏସଆଇବାବୁ ପ୍ରଥମେ […]