ହାତୀ ଘଉଡାଇବାକୁ ଯାଇ ମାଡଖାଇଲେ ବନକର୍ମଚାରୀ

ବଣାଇ,୧୨ା୯(ଏସଏସନିଉଜ)ଗତକିଛିଦିନହେବ ହାତୀ ଉପଦ୍ରବ ବଢିବାରେ ଲାଗିଛି ।ସାଧାରଣ ଲୋକମାନେ ହାତୀମାନଙ୍କ ଦୈାରତ୍ମ୍ୟ ଯୋଗୁ ନାହିଁନଥିବା ହଇରାଣ ହେଉଛନ୍ତି ।ହାତୀମାନଙ୍କୁ ଘଉଡାଇବା ପାଇଁ ଯାଇଥିବା ବନ କର୍ମଚାରୀମାନଙ୍କୁ ଗ୍ରାମବାସୀମାନେ ମାଡମାରିଥିବାର ଅଭିଯୋଗ ହୋଇଛି । ଲହୁଣିପଡ଼ାଥାନା ବାଙ୍କୀରେଂଜ ପାଲବାହାଲଗାଁର ଏହିଭଳି ଘଟଣା ଘଟିଛି । ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନକର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବାରୁ ଜଣେ ବନକର୍ମଚାରୀ ଆହତ ହୋଇଛନ୍ତି । ବନବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାର ଜଣାପଡିଛି ।

 

 

 

Comments (0)
Add Comment