ୱାର୍ଡମେମ୍ବରଙ୍କ ମୁଣ୍ଡଫଟାଇ ନିଲମ୍ବିତ ହେଲେASI

ଖୋର୍ଦ୍ଧା,୧୧ା୯(ଏସଏସନିଉଜ)ଜଙ୍କିଆ ଥାନାASI ନିରଞ୍ଜନ ମହାନ୍ତି ନିଲମ୍ବିତ ହୋଇଛନ୍ତି ।ୱାର୍ଡମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସ୍‌ପିା ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନଙ୍କ ଜଣେ ସମ୍ପର୍କୀୟ ଏକ ମାମଲାରେ ଜଙ୍କିଆ ଥାନାକୁ ଆସିଥିଲେ।ତେବେ କିଛିସମୟପରେ ନବକିଶୋଇ ଥାନାକୁଆସି ଆଇଆଇସି ନଥିବାରୁ ବାହାରେ ଫୋନ୍‌ରେ କଥା ହେଉଥିଲେ।ଏହିସମୟରେ ଏଏସ୍‌ଆଇ ନିରଞ୍ଜନ ମହାନ୍ତି ତାଙ୍କୁ ଡାକିଥିଲେ।କିନ୍ତୁ ଫୋନ୍‌ରେ କଥା ହେଉଥିବାରୁ ନବକିଶୋଇ ଏଏସ୍‌ଆଇଙ୍କ ଡାକ ଶୁଣିପାରିନଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ଏଏସଆଇବାବୁ ପ୍ରଥମେ ଟେକା ଫିଙ୍ଗିଥିଲେ। ନବାଜିବାରୁ ପାଖକୁ୍‌ଯାଇ ଗାଳିଗୁଲଜ କରିବା ସହ ଆଉ ଏକ ପଥର ଉଠାଇ ମୁଣ୍ଡକୁ ବାଡ଼େଇ ଦେବାରୁ ନବକିଶୋର ମୁଣ୍ଡ ଫାଟିଯାଇଥିଲେ।ନବକିଶୋଇ ନିରୁପାୟ ହୋଇପଳାଇ ଯାଉଥିବାବେଳେ ପଛରୁ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଟଣାଓଟରା କରିଥିଲେ। ଏହି ସମୟରେ ସେଠାରେ ଥିବା ସମିତିସଭ୍ୟ ଈଶ୍ବର ମାର୍ଥା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ବିଧାଚାପୁଡ଼ା ମାରିଥିଲେ।ଏହିଖବରମିଳିବାପରେ ସ୍ଥାନୀୟଲୋକପ୍ରତିନିଧିମାନଙ୍କ ସହ ଉତ୍ୟକ୍ତଲୋକମାନେ ଥାନାରେ ପହଁଚି ପ୍ରତିବାଦ କରିଥିଲେ ।

 

Comments (0)
Add Comment