ରଥଯାତ୍ରା ପାଇଁ କ୍ୟୁ ଆର କୋଡ୍
ଭୁବନେଶ୍ୱର,୧୦।୭(ଏସଏସନିଉଜ)ରଥଯାତ୍ରା ପାଇଁ ଜାରି ହେଲା କ୍ୟୁ ଆର କୋଡ୍।ଶ୍ରଦ୍ଧାଳୁଙ୍କୁ ସେବା ଦେବାକୁ ଜିଲ୍ଲା ପ୍ରଶାସନର ଉଦ୍ଦେଶ୍ୟ।ରଥଯାତ୍ରାର ସମସ୍ତ ଦୈନିକ ନୀତିକାନ୍ତିର ମିଳିବ ସୂଚନା।ଏଟିଏମ୍, ମାନଚିତ୍ର, ପେଟ୍ରୋଲ ପମ୍ପ ସବୁ ସୂଚନା ମିଳିବ ବୋଲି କୁହା ଯାଇଛି।
Browsing category
ଭୁବନେଶ୍ୱର,୧୦।୭(ଏସଏସନିଉଜ)ରଥଯାତ୍ରା ପାଇଁ ଜାରି ହେଲା କ୍ୟୁ ଆର କୋଡ୍।ଶ୍ରଦ୍ଧାଳୁଙ୍କୁ ସେବା ଦେବାକୁ ଜିଲ୍ଲା ପ୍ରଶାସନର ଉଦ୍ଦେଶ୍ୟ।ରଥଯାତ୍ରାର ସମସ୍ତ ଦୈନିକ ନୀତିକାନ୍ତିର ମିଳିବ ସୂଚନା।ଏଟିଏମ୍, ମାନଚିତ୍ର, ପେଟ୍ରୋଲ ପମ୍ପ ସବୁ ସୂଚନା ମିଳିବ ବୋଲି କୁହା ଯାଇଛି।
ଭୁବନେଶ୍ୱର,୧୦।୭(ଏସଏସନିଉଜ)ଏଥର ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ।ଏପ୍ରିଲ, ମେରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ।SIR କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ।ପଞ୍ଚାୟତ, ପୌର ନିର୍ବାଚନ ପାଇଁ RDC ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି।ଆସନ୍ତା ୨୧ ତାରିଖରେ ହେବ ରୁଟିନ୍ ବୈଠକ।ଏଥର ଡୋର୍ ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ।୬୭୯୪ ପଞ୍ଚାୟତରେ ୯୧ ହଜାର ୯୩୦ ୱାର୍ଡ ବା ବୁଥ୍ ରହିଛି।
ଭ୍ବବନେଶ୍ଵର,୯।୭(ଏସଏସନିଉଜ)୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ। ରାଜ୍ୟ ନିର୍ବାଚନ ଆୟୋଗ ଡାକିଛନ୍ତି ବୈଠକ। ୨୧ ତାରିଖରେ OSWAN ପ୍ଲାଟଫର୍ମରେ ହେବ ବୈଠକ। ଭିସିରେ ସାମିଲ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ଡୋର ଟୁ ଡୋର ସର୍ଭେ ଉପରେ ହେବ ସମୀକ୍ଷା ବୋଲି ଜଣାପଡିଛି।
କଟକ,୭।୭(ଏସଏସନିଉଜ)ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ବଡ଼ ଖୁଲାସା ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବାର ଜଣାପଡିଛି ।କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଡମ ରିପୋର୍ଟ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ରହିଛି ଚାଞ୍ଚଲ୍ୟକର ତଥ୍ୟ। ଶ୍ୱାସରୁଦ୍ଧ ଯୋଗୁଁ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଯାହାକୁ ନେଇ ଆଇଆଇସିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ । କିଭଳି ସ୍ଥିତିରେ ସେ କିଭଳି ଶ୍ବାସରୁଦ୍ଧ ହେଲେ […]
ବାରଙ୍ଗ,୭।୭(ଏସଏସନିଉଜ)ଲଘୁଚାପ ଜନିତ ବର୍ଷା ଯୋଗୁଁ କୁଆଖାଇ ନଦୀରେ ବର୍ଷା ଜଳ ବଢ଼ିବାରେ ଲାଗିଛି।ମଙ୍ଗଳବାର ସକାଳୁ ଜଳସ୍ତର ଅଧିକ ବଢିଯିବାରୁ କୁଆଖାଇ ନଦୀ ପଠାରେ କିଛି ଗାଈ ରହିଯାଇଥିବା ର ଜାଣିବାକୁ ପାଇ ସ୍ଥାନୀୟ ଯୁବକ ମାନେ ବାରଙ୍ଗ ଅଗ୍ନିଶ୍ରମ୍ ବିଭାଗକୁ ସୂଚନା ଦେଇଥିଲେ।ଖବର ପାଇ ବାରଙ୍ଗ ଅଗ୍ନିଶ୍ରମ ବିଭାଗ ଅଧିକାରୀ ପ୍ରକାଶ ପାତ୍ରଙ୍କ ନେତୃତ୍ବରେ ୬ଜଣିଆ ଦଳ ମଙ୍ଗଳବାର ସକାଳେ କୁଆଖାଇ ନଦୀ ମଧ୍ୟରୁ ଦୁଇଟି ଗାଈକୁ ଉଧାର କରି କୂଳକୁ ଆଣିବାରେ ସକ୍ଷମ ହୋଇଥିଲେ।
ଭୁବନେଶ୍ୱର,୭।୭(ଏସଏସନିଉଜ)୭୧ତମ ବନ ମହୋତ୍ସବ ଅବସରରେ ନହରକଣ୍ଟାରେ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଏଥିରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିପ୍ରକୃତି ହେଉଛି ଜୀବନର ମୂଳ ଆଧାର ବୋଲି କହିଥିଲେ। ୭୧ତମ ବନ ମହୋତ୍ସବ ଅବସରରେ “ଗଛ ଲଗାଅ, ଜୀବନ ବଞ୍ଚାଅ” ମହାନ ବାର୍ତ୍ତାକୁ ସାକାର କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ନହରକଣ୍ଟାସ୍ଥିତ ସରସ୍ୱତୀ ଶିକ୍ଷା ମନ୍ଦିର ପରିସରରେ ୭୧ତମ ବନ ମହୋତ୍ସବ ପାଳନ ଅବସରରେ […]
ଭୁବନେଶ୍ୱର,୬।୭(ଏସଏସନିଉଜ)ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା ଦେଖାଦେଇଛି ବୋଲି ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ।ସେ କହିଛନ୍ତିଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ।ଆଖୁଆପଦାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିପାରେ।ମହାନଦୀର ଉପର ମୁଣ୍ଡରେ ନୁହେଁ, ଓଡ଼ିଶାରେ ବେଶୀ ବର୍ଷା ହୋଇଛି।ଖଇରମାଳରୁ ବରଗଡ଼ ଭିତରେ ବେଶୀ ବର୍ଷା ହୋଇଛି।ଏବେ ସୁଦ୍ଧା ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ।ଅଧିକାଂଶ ରିଜର୍ଭର ଖାଲି ରହିଛି, ସମସ୍ୟା ନାହିଁ।ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା […]
ଭୁବନେଶ୍ୱର,୬|୭(ଏସଏସନିଉଜ) ଘରକୁ ନୂଆ ବୋହୂ ଆସିଥିଲା।ଘରେ ସମସ୍ତେ ଖୁସିରେ ଥିଲେ। କିନ୍ତୁ ସବୁ କିଛି ଓଲଟପାଲଟ ହୋଇଗଲା।ଏସବୁ ସୁଖ ନିମିଷକ ମଧ୍ୟରେ ଭାଙ୍ଗିଗଲା।ଚତୁର୍ଥୀରାତିରେ ପେଟ ଯନ୍ତ୍ରଣା ହେବାରୁ ନୂଆ ବୋହୂକୁ ଡାକ୍ତରଖାନାକୁ ନିଆଯାଇଥାଏ ସେଠାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।ଏହିଭଳି ଘଟଣା ଏରସମାଥାନା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।ଏବେ ଉଭୟ ମା’ଓ ଶିଶୁପୁତ୍ର ଚିକିତ୍ସାଧୀନ ଥିବାର ଜଣାପଡିଛି।
ଭୁବନେଶ୍ବର,୬।୭(ଏସଏସନିଉଜ) ଭୁବନେଶ୍ବର ଡିସିପି ତଥା ୨୦୧୩ ବ୍ୟାଚ୍ର IPS ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି।ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍ପି ଭାବେ କାମ କରିଥିଲେ।୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ।ଇସ୍ତଫା ପରେ ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି।ଅନ୍ୟ କୌଣସି କାରଣ ନୁହେଁ, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି।କୌଣସି ଚାପ ନଥିଲା, ଲୋକଙ୍କ ସେବା କରିବାର ସୁଯୋଗ ପାଇଛି।ଓଡ଼ିଶାର ଲୋକେ ବହୁତ […]
ବାରଙ୍ଗ,୫।୭(ଏସଏସନିଉଜ) ସେଲ୍ଫିର ନିଶା ପୁଣି ପୁଣି କାଳ ସାଜିଛି । ନରାଜ ପୁରୁଣା ଆନୀକଟ(ମହାନଦୀ ଓ କାଠ ଯୋଡ଼ିର ସଙ୍ଗମସ୍ଥଳି) ରେ ଗାଧେଇବା ବେଳେ ସେଲ୍ଫି ଉଠାଉଥିବା ସମୟରେ ଦୁର୍ଘଟଣା ଘଟିଛି। କଟକ ମାଛୁଆ ବଜାରରୁ ଆସିଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି। ଆଜି ସନ୍ଧ୍ୟା ସମୟରେ କଟକ ଅଞ୍ଚଳର ୩ଜଣ ଯୁବକ ନରାଜ ବ୍ୟାରେଜକୁ ଗାଧେଇବାକୁ ଆସିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଗାଧୋଇବା ସମୟରେ ସେମାନେ ମୋବାଇଲରେ ସେଲ୍ଫି ନେଉଥିଲେ। […]