Browsing category

ରାଜନୀତି

ଦିନମଜୁରିଆଙ୍କ ବଢିଲା ପାରିଶ୍ରମିକ

ଭୁୁବନେଶ୍ୱର,୩୦/୪(ଏସଏସନିଉଜ)ରାଜ୍ୟରେ ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ । ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ଶ୍ରମିକ ଦିବସରୁ ଲାଗୁ ହେବ ନୂଆ ମଜୁରୀ ତଥା ମହଙ୍ଗା ଭତ୍ତା । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୧୫ରୁ ୩୨୬କୁ ବୃଦ୍ଧି । କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ରୁ ୪୧୬କୁ ବୃଦ୍ଧି ।ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ରୁ ୪୭୬କୁ ବୃଦ୍ଧି ହୋଇଛି।

ବିକ୍ରି ହେଲା ପବନହଂସ

ଭୁବନେଶ୍ୱର, ୩୦/୪(ଏସ ଏସ ନିଉଜ) ହେଲିକପଟର ପବନହଂସର ୫୧ ପ୍ରତିଶତ ଅଂଶଧନକୁ ବିକ୍ରି କଲେ କେନ୍ଦ୍ର ସରକାର । ଉତ୍ତରାଖଣ୍ଡ ଏବଂ ହିମାଚଳରେ ଗ୍ରାମୀଣ ଇଲାକାରେ ଶସ୍ତାରେ ସେବା ଯୋଗାଉଥିଲା ।ପବନହଂସର ୫୧ପ୍ରତିଶତ ଅଂଶଧନ ବିକ୍ରି ନେଇ ସରକାରଙ୍କ ପକ୍ଷରୁ ଟେଣ୍ଡର ଡକାଯାଇଥିଲା।ସବୁଠୁ ଅଧିକ ଟେଣ୍ଡର ଡାକିଥିବା ଷ୍ଟାର ନାଇନ୍ ମୋବିଲିଟି ପ୍ରାଇଭେଟ୍ ଲିମିଡେଟ୍ କୁ ଏହା ମିଳିଛି ।ଏଥିପାଇଁ କ୍ୟାବିନେଟ୍ କମିଟି ଏହାକୁ ଅନୁମୋଦନ ଦେଇଛନ୍ତି । ଯାହାଫଳରେ ହେଲିକପ୍ଟରର ଘରୋଇକରଣ ଆରମ୍ଭ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦/୪ (ଏସ ଏସ ନିଉଜ) ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାର ପତିମାନଙ୍କ ସମ୍ମିଳନୀରେ ଯୋଗଦେବେ।ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାସହ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି ରମନା ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ମେ ୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।

ଉଦଯାପିତ ହେଲା ବାର୍ଷିକ ବାଦିପାଲା ଉସ୍‌ବ

ବାରଙ୍ଗ,୨୯/୪(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବଡବାଲିପଡା ଗ୍ରାମରେ ସବୁବର୍ଷ ଭଳି ଚଳିତବର୍ଷ ବାର୍ଷିକ ବାଦିପାଲା ଉସ୍‌ବ ଗୁରୁବାର ରାତିରେ ଶେଷ ହୋଇଯାଇଛି ।୭ଦିନ ଧରି ଚାଲିଥିବା ଏହି ଉସ୍‌ବରେ ରାଜ୍ୟର ଜଣାଶୁଣା ନାମି ପାଲା ଗାୟକମାନଙ୍କ ଦ୍ୱାରା ପାଲା ପରିବେଶଣ ହୋଇଥିଲା ।ଗାଁରଏହା ପ୍ରମୁଖ ପର୍ବ ହୋଇଥିବାରୁ ଗ୍ରାମବାସୀମାନେ ବେଶ ଉସ୍‌ାହିତ ଥିଲେ ।ମଦନମୋହନ ଓ ଶିଖରଚଣ୍ଢୀଙ୍କ ପୀଠସ୍ଥଳୀରେ ଏହି ପାଲା ପରିବେଶଣ ହୋଇଥିଲା ।ଶେଷଦିନରେ ଭୁବନେଶ୍ୱରଉତର ବିଧାୟକ ଶୁସାନ୍ତକୁମାରରାଉତ ଯୋଗଦେଇ ପାଲାକଳାକାରମାନଙ୍କ ସହ ଗ୍ରାମର ମୁରବୀମାନଙ୍କୁ ସମ୍ବର୍ଦ୍ଧିତ […]

ମାଟ୍ରିକ୍ ପରୀକ୍ଷା ଦେଲେ ବିଧାୟକ

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଦେଇଛନ୍ତି ।ବିଧାୟକ ୧୯୭୮ରୁ ପାଠଛାଡିଥିଲେ।ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟରେ ସେ ପରୀକ୍ଷା ଦେଉଛନ୍ତି ।ଅନ୍ୟ ପରୀକ୍ଷାର୍ଥୀଙ୍କ ଭଳି ସେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଛନ୍ତି ।

ଶଙ୍ଖ ଧରିଲେ ସ୍ୱୟଂପ୍ରକାଶ

ଭୁବନେଶ୍ୱର,୨୭/୪(ଏସଏସନିଉଜ)ବିଜେଡିରେ ସାମିଲ ହେଲେ ଜଣାଶୁଣା ଟିଭି ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ହେଲେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ।

ଅପରାଜିତାଙ୍କୁ ଅଟକାଇଲା ପୁଲିସ

ପୁରୀ,୨୭/୪(ଏସଏସନିଉଜ)ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା ।ଏହାପରେ ଭୁବନେଶ୍ଵର ସାଂସଦ ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ପୁରୀ ଅଭିମୁଖେ ଯାଇଥିଲେ । ମୁଁ ଜଣେ ଭକ୍ତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି ।କାହାର ଅନୁମତିର ଆବଶ୍ୟକତା ନାହିଁ । ଗାଡି ଅଟକାଇଲେ ମଧ୍ୟ ମୁଁ ଏଠାରୁ ଏକା ଚାଲିକି ଯିବି ବୋଲି ସାଂସଦ କହିଥିଲେ । ଗୋଟିଏ ଗାଡ଼ିରେ ଅପରାଜିତାଙ୍କୁ ନେଇ ଗୋଟିଏ […]

ସୁରଙ୍କୁ ନିରଞ୍ଜନଙ୍କ ନୋଟିସ୍

ଭୁବନେଶ୍ୱର ,୨୬/୪(ଏସଏସନିଉଜ) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ନୋଟିସ ଜାରି କରିଛନ୍ତି । ଦଳର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ମନ୍ତବ୍ୟ ଦେଇଥିବାରୁ ଜବାବ ତଲବ କରିଛନ୍ତି ପିସିସି ସଭାପତି । କିଏ ହେବେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବୀନ ଏହାର ନିଷ୍ପତି ନିଅନ୍ତି ବୋଲି କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଙ୍କର ଏଭଳି ବିସ୍ପୋରକ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ହଇଚଇ କରି ଦେଇଥିଲା । […]

ଶାରଳା ମନ୍ଦିରରେ ୫ଟିସଚିବ

ଜଗତସିଂହପୁର,୨୬/୪(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T ) ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷ ରେ ଜଗତସିଂହପୁର ର ଝଙ୍କଡ଼ ପୀଠ କୁ ଯାଇ ମା ସାରଳା ଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠ ର ବିକାଶ ସମ୍ପର୍କରେ ସେବାୟତ , ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ .ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ . ମା ସାରଳା ଙ୍କ […]

ମାଲକାନଗିରି ଅଭିମୁଖେ ରେଳମନ୍ତ୍ରୀ

ମାଲକାନଗିରି,୨୨/୪(ଏସ ଏସ ନିଉଜ) କୋରାପୁଟ ଷ୍ଟେସନରେ ପହଞ୍ଚି ମାଲକାନଗିରି ଅଭିମୁଖେ ଗସ୍ତ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ଜୟପୁର ଓ ମାଲକାନଗିରି ରେଳ ପଥର କାର୍ଯ୍ୟକାରିତା ନେଇ କରିବେ ଆଲୋଚନା । ଏଥିସହିତ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ଉଦ୍‌ଘାଟନ କରିବେ।ନବରଙ୍ଗପୁରରୁ ଜୁନାଗଡ଼ ଯାଏଁ ରେଳ ସଂଯୋଗୀକରଣ ହେବା ନେଇ ମାଲକାନଗିରିରେ ସମୀକ୍ଷା ପରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।