Browsing category

ରାଜନୀତି

ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର

କଟକ, ୨୧/୪(ସଏସନିଉଜ) କଟକ ମେୟର ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । ସୁବାସ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସାଂସଦଭାବରେ ଆଜି ଦିନରେ ୨ ବର୍ଷ ୨୦ ଦିନ ଅତିକ୍ରାନ୍ତ କରିଛି । ମାର୍ଚ୍ଚ ୨୬ ତାରିଖ ଦିନ କଟକ ମହାନଗର ନିଗମର ପ୍ରତ୍ୟେକ୍ଷ ନିର୍ବାଚନରେ ୨୮,୮୦୦ରୁ ଅଧିକ ଭୋଟରେ ନିର୍ବାଚିତ ହୋଇ ଏପ୍ରିଲ ୭ ତାରିଖରେ ଶପଥ ନେବା ପରେ ଆଜି ମୁଁ ସାଂସଦ […]

ବିଏମସିର ଡେପୁଟି ମେୟର ହେଲେ ମଞ୍ଜୁଲତା

ଭୁବନେଶ୍ୱର,୯/୪(ଏସଏସନିଉଜ)ବିଏମସିର ଡେପୁଟି ମେୟର ହେଲେ ୨୨ ନମ୍ବର ୱାର୍ଡର କର୍ପୋରେଟର ମଞ୍ଜୁଲତା ।ତେବେ ଏକମାତ୍ର ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇନଥିଲା । ଶେଷରେ ମଞ୍ଜୁଲତା ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଥିଲେ

ନବନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ

ବାରଙ୍ଗ,୩/୪(ଏସଏସନିଉଜ) ବିଜୁଜନତାଦଳ ପକ୍ଷରୁ ରବିବାରରାତିରେ ଗଣ୍ଡରପୁର ମିନି ଷ୍ଟାଡିୟମଠାରେ ପାଂଚପଂଚାୟତର ନବନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ଭୁବନେଶ୍ୱରଉତର ବିଧାୟକ ଶୁସାନ୍ତକୁମାରରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଉପଢୈକନ,ପୁଷ୍ପଗୁଛ ଓ ଜଗନ୍ନାଥଙ୍କ ଫଟୋଚିତ୍ରକୁ ପ୍ରଦାନ କରିଛନ୍ତି ।ଏଥିରେ ଭୁବନେଶ୍ୱରବ୍ଲକ ଅଧକ୍ଷା ନିରୁପମାସାହୁ,ଜିଲ୍ଲାପରିଷଦସଭ୍ୟା ବବିତାରାଉତ ,କଲ୍ୟାଣପୁରସରପଂଚ ଦେବରାଜଭାେଇ,ସମିତିସଭ୍ୟ ଭୁବନମୋହନଦାସଙ୍କ ସମେତ ରଘୁନାଥପୁର,ଇଞଣା,ବରିମୁଣ୍ଡ ଓ ଦାଢା ପଂଚାୟତର ନବନିର୍ବାଚିତ ସରପଂଚ, ସମିତିସଭ୍ୟମାନେ ଉପସ୍ଥିତ ଥିଲେ ।ଏହି ସମ୍ବର୍ଦ୍ଧନା ସଭାରେ ପାଂଚପଂଚାୟତର ବହୁ ପୁରୁଖା ତଥା ବିଜୁଜନତାଦଳର କର୍ମୀମାନେ ଉପସ୍ଥିତ ଥିଲେ ।

ଧାମନଗର ଏନଏସିର ୬ଟି ବୁଥରେ ହେବ ସାନି ନିର୍ବାଚନ

ଭଦ୍ରକ, ୩୦/୩(ଏସ ଏସ ନିଉଜ) ଧାମନଗର ଏନଏସିର ଏନଏସିର ୩,୮, ୯, ୧୬,୧୭,୧୮ ୬ଟି ବୁଥରେ ଏପ୍ରିଲ ୫ରେ ହେବ ସାନି ନିର୍ବାଚନ ହେବାନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏପ୍ରିଲ ୫ ତାରିଖ ଦିନ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବା ସହ ଏପ୍ରିଲ ୬ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ପରେ ସେଠାରେ […]

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ବରଗଡ଼,୨୭/୩(ଏସଏସନିଉଜ) ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ୬୪ ବର୍ଷ ବୟସରେ ପରଲୋକ ଘଟିଛି। ଶନିବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ବରପାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିସ୍‌ାପାଇଁ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ୧୯୯୫ ବିଧାନସଭା ନିର୍ବାଚନରେ ସେ ବିଜେପୁର ଆସନରୁ ନିର୍ବାଚିତ ହୋଇ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବରେ ରହି ଥିଲେ ।  

କାର୍ ମାଲିକଙ୍କୁ ନୋଟିସ କଲା ବାଣପୁର ପୋଲିସ

ଖୋର୍ଦ୍ଧା ୨୭/୩(ଏସଏସନିଉଜ) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଧିରେଧିରେ ଅଡୁଆ ବଢ଼ିବାରେ ଲାଗିଛି । ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ଏବେ ଜେଲରେ ରହିଛନ୍ତି । ମାର୍ଚ୍ଚ ୧୨ ତାରିଖ ବାଣପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସମୟରେ ଜଗଦ୍ଦେବ ଏକ ଲ୍ୟାଣ୍ଡ ରୋଭର ଡିସକଭରି କାରରେ ଆସିଥିବାବେଳେ ଲୋକଙ୍କୁ ଓ ପୋଲିସକୁ ଗାଡି ମଡାଇଦେଇଥିଲେ ।ଏଥିରେ ଉତ୍ୟକ୍ତ ହୋଇ ଲୋକମାନେ ପ୍ରଶାନ୍ତଙ୍କୁ କାରରୁ ଭିଡି ଆଣି ମରଣାନ୍ତକ ଆକ୍ରମଣ […]

ଗଞ୍ଜାମରେ ନିର୍ବାଚନ ପରବର୍ତ୍ତୀ ହିଂସା

ଗଞ୍ଜାମ ,୨୭/୩(ଏସଏସନିଉଜ) ନିର୍ବାଚନ ପରବର୍ତ୍ତୀ ହିଂସା ଗଞ୍ଜାମରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଗୋଶାଣିନୁଆ ଗାଁ ଥାନା ଅନ୍ତର୍ଗତ ବ୍ରିଟ କଲୋନୀ ଏଲଆଇଜି ୯୪ ଷ୍ଟେଜ ୨ରେ ଏହି ଘଟଣା ଘଟିଛି । ପୂର୍ବତନ କର୍ପୋରେଟର ତଥା ଏଥର ୧୨ନମ୍ବର ୱାର୍ଡର ସ୍ଵାଧୀନ ପ୍ରାର୍ଥୀ ବିରେନ ପଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀନୀ ସସ୍ମିତା ଦାସଙ୍କ ଘର ଉପରକୁ ଆକ୍ରମଣ କରିବାସହ ବାଇକକୁ ଭାଙ୍ଗିଦେଇଛନ୍ତି । ସ୍ମାମୀସ୍ତ୍ରୀ […]

ସରିଲା ଭୋଟ ଗଣତି

ଭୁବନେଶ୍ୱର,୨୬/୩(ଏସ ଏସ ନିଉଜ)୨୮ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ସରିଲା ଭୋଟ ଗଣତି।ମୋଟ ୯୭ ଅଧ୍ୟକ୍ଷ ପଦରୁ ବିଜେଡି ଖାତାକୁ ଯାଇଛି ୭୦। ବିଜେପି ଖାତାରେ ୧୫ ଟି ପାାଇ ଥିବାବେଳେ କଂଗ୍ରେସ ୫ଟି ପଦ ହାତେଇବାରେ ସକ୍ଷମ ହୋଇଛି ।ସେହିଁଭଳିଭାବେ  ସ୍ୱାଧୀନ ପାର୍ଥିମାନେ ୭ଟି ଜାଗାରେ ଅଧ୍ୟକ୍ଷ ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ।

ଆଗରେ ବିଜେଡି

ଭୁବନେଶ୍ବର,୨୬/୩(ଏସଏସନିଉଜ) ପୌର ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି ।ସମୟାନୁକ୍ରମେ ନୁଆନୁଆ ଟ୍ରେଣ୍ଡ୍ ଆସି ପହଁଚୁଛି ।ତେବ ଦିନ ୧ଟାସୁଦ୍ଧା ମେୟର ଓ ପୌରାଧ୍ୟକ୍ଷ ଆସନରେ ବିଜେଡି ବହୁତ ଆଗରେ ରହିଥିବାର ଜଣାପଡିଛି ।ଦିନ ୧ଟା ସୁଦ୍ଧା ଟ୍ରେଣ୍ଡରେ ୭୫ଟି ଆସନରେ ବିଜେଡି ଆଗରେ,୧୭ଟିରେ ବିଜେପି ଓ ୯ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ଆଗରେ ରହିଥିବାର ଜଣାପଡିଛି ।  

ଷ୍ଟ୍ରଙ୍ଗରୁମ ସାମ୍ନାରେ ଲାଠି ଚାର୍ଜ

ଭୁବନେଶ୍ୱର,୨୫/୩(ଏସ ଏସ ନିଉଜ) ଭୁବନେଶ୍ୱର ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗ ରୁମ ସିଲ ହେବା ପରେ ଜଣେ ବ୍ୟକ୍ତି ଭିତରକୁ ପଶିବା ଅଭିଯୋଗ କରି ଲୋକମାନେ ତୁମୁଳକାଣ୍ଡ ଘଟାଇଛନ୍ତି।ଶହଶହ ଲୋକ ଏକାଠି ହୋଇ ଇଭିଏମ ଟ୍ୟାମ୍ପରିଂ ହୋଇଥିବା ଅଭିଯୋଗ କରି ହୋହଲ୍ଲା କରିଥିଲେ । ପୋଲିସ ଯେତେ ବୁଝାଇଲେ ମଧ୍ୟ ଉତ୍ୟକ୍ତ ଲୋକମାନେ ନଶୁଣିବାରୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠି ମାଡ କରିଥିଲେ । ଫଳରେ ପୋଲିସ ଓ ଜନତାଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ୧୦ରୁ […]