Browsing category

ରାଜନୀତି

ଆଜି ପ୍ରଚାରର ଶେଷଦିନ

ଭୁବନେଶ୍ବର, ୨୨/୩(ଏସଏସନିଉଜ) ପୌର ନିର୍ବାଚନ ଲାଗି ଆଜି ହେଉଛି ପ୍ରଚାରର ଶେଷଦିନ । ମଙ୍ଗଳବାର ଅପରାହ୍ଣ ୫ଟା ପରେ ପ୍ରଚାର ଓ ଶୋଭାଯାତ୍ରା ହୋଇପାରିବ ନାହିଁ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ  ଭୋଟ୍ ଗ୍ରହଣ ହେବ । ୨୬ ତାରିଖସକାଳ ୮ଟାରୁ ଗଣତି ଚାଲିବ।ଶେଷଦିନ ହୋଇଥିବାରୁ ଭୋଟରଙ୍କୁ ଆପଣେଇବାପାଇଁ ପାର୍ଥୀମାନେ ପ୍ରାଣମୁର୍ଚ୍ଚା ଉଦ୍ୟମ ଆରମ୍ଭ କରିଛନ୍ତି । ସମସ୍ତ ପୌରାଞ୍ଚଳରେ ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ୧୯୫ ପ୍ଲାଟୁନ୍ ସୁରକ୍ଷାବଳ […]

ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର,୧୬/୩(ଏସ ଏସ ନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।ଜନସାଧାରଣ ଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ […]

ବାସୁଦେବଙ୍କ ପୀଠରେ ବ୍ଲକ ଅଧକ୍ଷ

ମେଣ୍ଢାଶାଳ,୧୩/୩(ଏସଏସନିଉଜ) ନବନିର୍ବାଚିତ ଭୁବନେଶ୍ୱର ବ୍ଲକ ଅଧକ୍ଷ ନିରୂପମା ସାହୁ ଶନିବାର ବିଳମ୍ବିତ ରାତିରେ ମେଣ୍ଢାଶାଲ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ଦର୍ଶନ ପାଇଁ ଆସିଥିଲେ । ମନ୍ଦିରରେ ପହଂଚି ବାସୁଦେବଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା ମଧ୍ୟ କରିଥିଲେ ।ତାଙ୍କ ସହ କିଛି ନବନିର୍ବାଚିତ ପଂଚୟତ ପ୍ରତିନିଧି ମଧ୍ୟ ସାଙ୍ଗରେ ରହିଥିଲେ ।ଭୁବନେଶ୍ୱର ବ୍ଲକର ସମସ୍ତ ଗ୍ରାମପଂଚାୟତରେ ନିରପେକ୍ଷ କାର୍ଯ୍ୟ କରି ଜନସାଧାରଣଙ୍କୁ ସଠିକ ସେବା ସୁଚାରୁପେ କରିବାପାଇଁ ଠାକୁର(୍‌କ ଆଶ୍ରିର୍ବାଦ ନେଇଥିବାର ଦେଖିବାକୁ ମିଳିଥିଲା […]

ଆସିକାରେ ରକ୍ତାକ୍ତ ସଂଘର୍ଷ

ଆସିକା, ୧୩/୩(ଏସଏସନିଉଜ) ଗଞ୍ଜାମ ଜିଲ୍ଲା ଆସ୍କାରେ ନିର୍ବାଚନର ପରବର୍ତ୍ତୀ ସମୟରେ ରକ୍ତପାତ ଘଟିଛି । ନିର୍ବାଚନରେ ପରାଜିତ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ବିଜୟୀ ଗୋଷ୍ଠୀ ଜଣେ ଯୁବକ ପ୍ରାଣ ହରାଇଥିବା ସୂଚନା ମିଳିଛି। ଗାଙ୍ଗପୁର ଥାନା ଅଧୀନ କେନ୍ଦୁପଦର ଗ୍ରାମ‌ରେ ଶନିବାର ରାତିରେ ଏପରି ଘଟିଛି ।ଏହି ଆକ୍ରମଣରେ ଅବିନାଶ ବରାଡ଼, ଦୁର୍ଗାପ୍ରସାଦ ପାଣିଗ୍ରାହୀ ଓ ବଳରାମ ପଲେଇ ତିନି ଜଣ ଗୁରୁତର ଆହତ ହୋଇ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣରେ ସଂକଟାପନ୍ନ ବୁଲୁ […]

ବାରଙ୍ଗରୁ ସାବିତ୍ରୀ ଓ ଭୁବନେଶ୍ୱରରୁ ନିରୁପମା ହେଲେ ବ୍ଲକ ଅଧକ୍ଷ

ଭୁବନେଶ୍ୱର,୧୨/୩(ଏସ ଏସ ନିଉଜ) ଭୁବନେଶ୍ୱର ବ୍ଲକର ଅଧ୍ୟକ୍ଷ ଅପ୍ରତିଦ୍ବନ୍ଦି ଭାବେ ଇଟିପୁର ପଞ୍ଚାୟତର ସମିତି ସଭ୍ୟା ନିରୁପମା ସାହୁ ନିର୍ବାଚିତ ହୋଇଥିବାର ଜଣାପଡିଛି।ବାରଙ୍ଗ ବ୍ଳକର ଅଧ୍ୟକ୍ଷ ହେଲେ ସାବିତ୍ରୀ ଦଳେଇ।ବାରଙ୍ଗ ବ୍ଲକ ଅକ୍ତିଆର କରିଛି ବିଜେଡି। ନାରାଜ ମାର୍ଥାପୁର ଗ୍ରାମ ପଞ୍ଚୟତର ସମିତି ସଭ୍ୟା ସାବିତ୍ରୀ ଦଳାଇ ହେଲେ ବାରଙ୍ଗ ବ୍ଲକ ଅଧ୍ୟକ୍ଷା । ସେ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବାର ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି ।ସେହିଭଳିଭାବେ କୁରୁଞ୍ଜିପୁର ପଞ୍ଚାୟତର […]

ବିଜେପିକର୍ମୀଙ୍କ ଉପରେ ଚଢ଼ିଗଲା ଚିଲିକା ବିଧାୟକଙ୍କ ଗାଡ଼ି

ବାଣପୁର,୧୨/୩(ଏସଏସନିଉଜ) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ିଯିବା ଘଟଣାର ପ୍ରତିବାଦରେ ଲୋକାମାନେ ଉତ୍ୟକ୍ତ ହୋଇ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ଆକ୍ରମଣ କରିଥିଲେ । ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡ଼ି ଚଳାଇ ଯାଉଥିଲେ ଓ ତାଙ୍କ ଗାଡ଼ି ୩ ବିଜେପି କର୍ମୀଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ […]

ବିଜେପିର କଟକ ମେୟର ପ୍ରାର୍ଥୀ ହେଲେ ଶ୍ରୀତମ ଦାସ

କଟକ ,୬/୩(ଏସ ଏସ ନିଉଜ) ବିଜେପିର କଟକ ମହାନଗର ପାଇଁ ମେୟର ପାର୍ଥି ହେଲେ ଶ୍ରୀତମ ଦାସ । ଭାରତୀୟ ଜନତା ପାର୍ଟି ପକ୍ଷରୁ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ କଟକ ମହାନଗର ନିଗମ ପାଇଁ ଶ୍ରୀତମ ଦାସଙ୍କୁ ମେୟର ଭାବେ ପ୍ରାର୍ଥୀ ଘୋଷଣା କରିଥିବାର ଜଣାଡିଛି ।  

ବିଜେପିର ଭୁବନେଶ୍ୱର ପାଇଁ ମେୟର ପାର୍ଥୀ ଡକ୍ଟର ସୁନୀତି ମୁଣ୍ଡ

ଭୁବନେଶ୍ୱର,୫/୩(ଏସଏସନିଉଜ)କଂଗ୍ରେସ ଓ ବିଜେଡି ପରେ ବିଜେପି ପକ୍ଷରୁ ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବିଜେପି ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଡକ୍ଟର ସୁନୀତି ମୁଣ୍ଡଙ୍କୁ ବିଜେପି ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୁନୀତି ମୁଣ୍ଡଙ୍କ ନାମ ଘୋଷଣା କରିଛନ୍ତି ।

୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର, ୫/୩(ଏସଏସନିଉଜ) ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ପକ୍ଷରୁ ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । କଟକ ପାଇଁ ସାଂସଦ ସୁବାସ ସିଂହ, ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି । ମେୟର ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଏହି ତିନିଜଣ ପାର୍ଥୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।  

ଭୁବନେଶ୍ୱର ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା

ଭୁବନେଶ୍ୱର,୪/୩(ଏସଏସନିଉଜ) ବିଏମସି ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ଏ ନେଇ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ।