Browsing category

ରାଜନୀତି

ଦୋଷମୁକ୍ତ ହେଲେ ପ୍ରଦୀପ

ଭୁବନେଶ୍ୱର,୮।୧(ଏସଏସନିଉଜ)ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ ହୋଇଛନ୍ତି।ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ। ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ। କାଲି ୨ଟି ଓ ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ କୋର୍ଟ।

ମୋଦି ଆସିବେ ଆଜି

ଭୁବନେଶ୍ୱର,୮।୧(ଏସଏସନିଉଜ)ଭୁବନେଶ୍ବର ଜନତା ମଇଦାନରେ ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନୀ।ଯୁବ ସମାବେଶରୁ ଆରମ୍ଭ ହେବାକୁ ଥିବା ସମ୍ମେଳନୀ ୩ ଦିନ ଧରି ଚାଲିବ। ସମ୍ମେଳନୀ ପାଇଁ ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ରାତି ୮ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ଓ ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବେ।ଆଜି ରାତିରେ ଭୁବନେଶ୍ବର ରାଜଭବନରେ ରହିବେ।ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।

ପ୍ରବାସୀଦିବସ ପାଳନ

କଟକ,୭ା୧(ଏସଏସନିଉଜ)ପ୍ରବାସୀ ଭାରତୀୟଦିବସ ପାଳନଉପଲକ୍ଷେ କଟକରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ରେଭେନ୍ସା ବାଳିକା ଉଚ୍ଚବିଦୟାଳୟରେ ଜିଲ୍ଲାସ୍ତରୀୟ ପ୍ରବାସୀଭାରତୀୟଦିବସ ପାଳନସ୍ଵରୂପ ସେମାନଙ୍କ ଉଦ୍ଧେଶ୍ୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଇକ୍ଲିଙ୍ଗ ସହ ବିଭିନ୍ନ ପ୍ରତିଯୋଗୀତା ମାନ ଅୟୋଜନ କରାଯାଇ କୃତିପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମହାନଗରନିଗମ ମେୟର ସୁବାସ ଚନ୍ଦ୍ର ସିଂହ ଯୋଗ ଦେଇ କଟକରେ ନୂତନବାତାବରଣ ସୃଷ୍ଟିସମ୍ବନ୍ଧରେ ଆଲୋଚନାକରି କହିଲେଯେ ପ୍ରବାସୀ ଭାରତୀୟଙ୍କ ଆଗମନ […]

ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା

ଯାଜପୁର,୫ା୧(ଏସଏସନିଉଜ)ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ସରକାର ।ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଅନ୍ୟପଟେ ପାଣିକୋଇଲିରେ ଗୁଳିକାଣ୍ଡରେ ପ୍ରାଣ ହାରଇଥିବା ନୀଳମାଧବ ପଣ୍ଡାଙ୍କ ଶେଷକୃତ୍ୟ ସ୍ୱତି ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ।ଏହିଘଟଣାପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି ।

ଭୁବନେଶ୍ବରରେ ପହଞ୍ଚିଲା ଡବଲ-ଡେକର ବସ

ଭୁବନେଶ୍ବର,୨ା୧(ଏସଏସନିଉଜ)ଆଜି ଭୁବନେଶ୍ବରରେ ପହଞ୍ଚିଛିଡବଲ-ଡେକର ବସାଏହି ବସରେ ୮ ତାରିଖରୁ ଜନତା ମୈଦାନରେ ଆରମ୍ଭ ହେବାକୁଥିବା ‘ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିବାକୁ ଥିବା ଅତିଥିଙ୍କ ଯାତାୟତ କରିବେ ।ଏଥିପାଇଁ ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜଧାନୀର ରାସ୍ତା ଓ ଗଳିକନ୍ଦି ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ସଜେଇ ହେବାରେ ଲାଗିଛି । ଏହି ଜାତୀୟ ସ୍ତରୀୟ ସମ୍ମିଳନୀକୁ ସଫଳତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବିମାନ […]

ମହାପ୍ରଭୁଙ୍କ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ

ଭୁବନେଶ୍ବର,୨ା୧(ଏସଏସନିଉଜ) ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ଆଜି ପୁରୀ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଆସନ୍ତାକାଲି ସେ ଶପଥ ନେବା ପୂର୍ବରୁ ଆଜି ସଂଧ୍ୟାରେ ସେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି କହି ହରିବାବୁ କହିଛନ୍ତି,‘‘ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ମିଳିଲା ବୋଲି ରାଜ୍ୟକୁ ଆସିବା ପରେ ପ୍ରଥମ ପ୍ରତିକ୍ରିୟାରେ ସେକହିବାସହ ଓଡିଶାର ଉନ୍ନତି ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି ବୋଲି କହିଛନ୍ତି ।ତେବେ ରାଜ୍ୟପାଳଙ୍କ […]

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର […]

୨୦୨୫ଡେସ୍କ୍ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଡେସ୍କ୍ କ୍ୟାଲେଣ୍ଡର ରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ […]

କଲେଜରେ ହେବ ନିର୍ବାଚନ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)କମ୍ପିବ କଲେଜ୍‌ କ୍ୟାମ୍ପସ୍‌ । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବାକୁ ଯାଉଛି। ଏଥିପାଇଁ କଲେଜ କ୍ୟାମ୍ପସ୍‌ ସରଗରମ୍‌ ହେବ । କଲେଜ ନିର୍ବାଚନକୁ ନେଇ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏବିଭିପି କାର୍ଯ୍ୟକ୍ରମରେ ଯୋଗନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ବାଜପାୟୀଙ୍କ ଜନ୍ମଜୟନ୍ତୀ ପାଳନ

ବାରଙ୍ଗ,୨୫-/୧୨(ଏସଏସନିଉଜ) ବୁଧବାର ବାରଙ୍ଗମଣ୍ଡଳ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ତ୍ରିଶୁଳିଆଛକ ନିକଟରେ ଭାରତରତ୍ନ ଯଶସ୍ବୀ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପାୟୀଙ୍କ ୧୦୧ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଙ୍କୀନିର୍ବାଚନ ମଣ୍ଡଳୀର ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ରାଜ୍ୟମହିଳା ମୋର୍ଚ୍ଚା ସମ୍ପାଦିକା ନନ୍ଦିନୀ ଶତପଥି, କଟକଜିଲ୍ଲା ସମ୍ପାଦକ ପ୍ରଭାସ ରାଉତ, ଯୁବମୋର୍ଚ୍ଚା ସଭାପତି ନଳିନୀ ରାୟ ,ମଣ୍ଡଳସଭାପତି ବୁଲୁ ସ୍ୱାଇଁ,ପ୍ରଭାତ ମହାପାତ୍ର, ନାରାୟଣ ସ୍ୱାଇଁ,ଧର୍ମବୀର ରାଉତ,ବାବୁଲି ବିଶୋଇ , ନିରଞ୍ଜନ ବେହେରା,ବିଭୁତି ସାହୁ, […]