Browsing category

ରାଜନୀତି

ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ -ଶାହ

ଭୁବନେଶ୍ଵର,୧।୫(ଏସଏସନିୟୁଜ)ପହଲଗାମ୍ ହମ୍‌ଲା ପରେ ଆତଙ୍କବାଦୀଙ୍କୁ ଅମିତ ଶାହ କଡ଼ା ଚେତାବନୀ ଦେଇଛନ୍ତି।ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ କହିଛନ୍ତି ଶାହ।ଆତଙ୍କବାଦର ମୂଳୋତ୍ପାଟନ କରିବୁ ଓ କଡ଼ା ଜବାବ୍ ଦିଆଯିବ।ଆତଙ୍କବାଦ ବିରୋଧରେ ଆମର ଜିରୋ ଟଲେରାନ୍ସ ନୀତି।କୌଣସି ପରିସ୍ଥିତିରେ ବି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ।ଆତଙ୍କବାଦ ବିରୋଧ ଲଢ଼େଇରେ ସାରା ବିଶ୍ବ ଆମ ସହ ଅଛି ବୋଲି ଶାହ କହିଛନ୍ତି।

ହଳ କଲେ ଉତର ବିଧାୟକ

ବାରଙ୍ଗ,୩୦।୪(ଏସଏସନିୟୁଜ) ବିଜେଡି ଭୁବନେଶ୍ଵର ଉତର ନିର୍ବାଚନ ମଣ୍ଡଳୀ ତରଫରୁ ମରଚିଆ ଗ୍ରାମରେ ଅଖିମୁଠି ଅନୁକୂଳ ହୋଇଯାଇଛି। ବିଧାୟକ ସୁଶାନ୍ତ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଧାନବିଲରେ ହଳ କରିବା ସହ ଅଖିମୁଠି ଅନୁକୂଳ କରିଥିଲେ।ଏହି ଅବସରରେ କୃଷକନେତା ଭଗବାନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଟିତ ସଭାରେ ବିଜେଡି ନେତା ମନ୍ମଥ ରାଉତରାୟ, ବିଜେଡି ରାଜ୍ୟସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ,ଗାନ୍ଧୀବାଦି ନେତା ପ୍ରତାପ ଚନ୍ଦ୍ର ରାଉତ,ସନ୍ତୋଷ ନାଥ,ଜିଲ୍ଲା ପରିଷଦ ସଭ୍ୟ। ବବିତା ରାଉତ,ନିର୍ମଳ ରାଉତ,ସରମ୍ପଚ ହେମନ୍ତ ପରିଡ଼ା, ସମିତିସଭ୍ୟ […]

ଶ୍ରମିକମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ଟଙ୍କା ବୃଦ୍ଧି

ଭୁବନେଶ୍ୱର,୨୯।୪(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ମଜୁରୀ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ […]

ବାରଙ୍ଗ ଅଞ୍ଚଳରେ ଜଣାଶୁଣା ନାଁ ନବଘନ ରାଉତ

ବାରଙ୍ଗ,୨୯।୪(ଏସଏସନିୟୁଜ) ନବଘନ ରାଉତ ବାରଙ୍ଗ ଅଞ୍ଚଳରେ ଜଣେ ଜଣାଶୁଣା ନାଁ ।ଖାଲି ସାମ୍ବାଦିକତା କ୍ଷେତ୍ରରେ ନୁହେଁ ସମାଜସେବୀ ଭାବେ ବେଶ୍ ପରିଚିତ ଥିଲେ।ଆଜି ସେ ନାହାନ୍ତି କିନ୍ତୁ ତାଙ୍କର ସେହି ସ୍ମୃତି ମନେ ପଡିଯାଉଛି,ବାରଙ୍ଗ ଅଞ୍ଚଳର ପ୍ରଥମ ସାମ୍ବାଦିକ ଭାବେ ସେ ଅଞ୍ଚଳର ସୁଖ ଓ ଦୁଃଖକୁ ଖବରକାଗଜ ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କ ପାଖରେ ପହଞ୍ଚାଇ ପାରୁଥିଲେ ।ସାମ୍ବାଦିକତାକୁ ପେଶା ନୁହେଁ ନିଶା ଭାବେ ନେଇ ସେ ସାଧାରଣ ଲୋକଙ୍କୁ ସାହାଯ୍ୟ ଓ […]

ପହେଲଗାମ୍ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

ବାରଙ୍ଗ, ୨୮।୪(ଏସଏସନିୟୁଜ) ଭୁବନେଶ୍ୱର ଉତର ବିଜେପି ପକ୍ଷରୁପହେଲ୍‌ଗାମ୍ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କ ପ୍ରତି ସୋମବାର ସଂନ୍ଧ୍ୟାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ବିଜେପିନେତ୍ରୀ ସଂଯୁକ୍ତା ପଢ଼ିହାରିଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ଢାୱା ଗ୍ରାମମୁଣ୍ଡରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରାରେ ବାହାରି ସୋମନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।ସୋମନାଥ ମନ୍ଦିର ପରିସରରେ ପହଂଚି ସେଠାରେମହମବତୀ ଜାଳି ନିରବ ପ୍ରାର୍ଥନା କରିଥିଲେ।କର୍ମୀମାନେ ଆତଙ୍କବାଦୀ ଆକ୍ରମଣରେ ନିହତ ବ୍ଯକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ […]

ଅନ୍ଧାରରେ ଅଧା ୟୁରୋପ

ଭୁବନେଶ୍ଵର,୨୮।୪(ଏସଏସ ନୀୟୂଜ୍)ଅନ୍ଧାରରେ ଅଧା ୟୁରୋପ ରହିଛି। ୟୁରୋପର ସ୍ପେନ୍‌, ପର୍ତ୍ତୁଗାଲ, ବେଲଜିୟମ୍‌ ଅନ୍ଧାରରେ ରହିଛି।ଦକ୍ଷିଣ ଫ୍ରାନ୍ସ ମଧ୍ୟ ଅନ୍ଧକାର ଆଚ୍ଛାଦିତ ହୋଇଛି।ଯାହାଫଳରେବିମାନ ଓ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହେବା ସହ କାମ କରୁନି ଟେଲିଫୋନ୍‌।ଏତେବଡ଼ ବିଦ୍ୟୁତ ବିଭ୍ରାଟର ପ୍ରକୃତ କାରଣ ଅଦ୍ୟାବଧି ଜଣାପଡ଼ିନି।

LOCରେ ପାକ୍‌ସେନାର ଫାୟାରିଂ

ଭୁବନେଶ୍ଵର,୨୫।୪(ଏସଏସନିୟୁଜ)LOCରେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ଆରମ୍ଭ ହୋଇଛି। ପାକ୍‌ ସେନାକୁ ଜବାବ ଦେଇଛି ଭାରତୀୟ ସେନା।ଉଭୟ ପକ୍ଷରୁ ଜାରି ରହିଛି ଗୁଳି ବିନିମୟ।ଅନ୍ୟପଟେ ଆତଙ୍କୀର ଘର ଉଡ଼ାଇଛନ୍ତି ସୁରକ୍ଷାକର୍ମୀ।ପହଲଗାମ ଷଡ଼ଯନ୍ତ୍ରରେ ସାମିଲ ସନ୍ଦେହରେ ବୁଲିଛି ବୁଲ୍‌ ଡୋଜର।ଜମ୍ମୁକାଶ୍ମୀର ପହଲଗାମର ଜଣେ ଆତଙ୍କୀଙ୍କ ଘରେ ବୁଲିଲା ବୁଲଡୋଜର।ବୁଲ୍‌ ଡୋଜର ବୁଲିବା ସହ ବ୍ଲାଷ୍ଟ କରି ଘର ଉଡ଼ାଇଲେ ସୁରକ୍ଷାକର୍ମୀ।ସ୍ଥାନୀୟ ଅଞ୍ଚଳର ଆସିଫ ସେଖ୍‌ ତଥା ଆଦିଲ୍‌ର ଘର ଉଡ଼ାଇଲେ।ଆକ୍ରମଣ ଷଡ଼ଯନ୍ତ୍ରରେ ଆଦିଲ ସାମିଲ ନେଇ ସନ୍ଦେହ ହୋଇଥିଲା।

ପହଲଗାମ୍‌ ନରସଂହାରକୁ ନେଇ ବଡ଼ ଘୋଷଣା

ଭୁବନେଶ୍ଵର,୨୩।୪(ଏସଏସନୀୟୂଜ) ପହଲଗାମ୍‌ ନରସଂହାରକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି।ଏହି ଘୋଷଣା ଅନୁଯାୟୀ ଅଟାରୀ-ୱାଘା ସୀମାକୁ ବନ୍ଦ ଘୋଷଣା କରିଛି ଭାରତ।ସପ୍ତାହେ ମଧ୍ୟରେ ପାକିସ୍ତାନ ନାଗରିକ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।ପାକିସ୍ତାନ ସହ ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ବାତିଲ ହୋଇଛି।ଦୂତାବାସ କର୍ମଚାରୀ ସଂଖ୍ୟା ୩୦କୁ ହ୍ରାସ ନିଷ୍ପତ୍ତି ହୋଇଛି।କୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଭିସା ମନା କରାଯାଇଛି।ଅନ୍ୟପଟେଆତଙ୍କୀଙ୍କ ସୂଚନା ଦେଲେ ୨୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ କୁହାଯାଇଛି।ପହଲଗାମ୍‌ ନରସଂହାରରେ ସମ୍ପୃକ୍ତ […]

କାଲିଠାରୁ ସ୍କୁଲପିଲାଙ୍କ ପାଇଁ ଖରାଛୁଟି

ଭୁବନେଶ୍ବର,୨୨।୪(ଏସଏସନୀୟୂଜ)ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି […]

ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଏକତ୍ରିଂଶତିତମ ସମାବର୍ତ୍ତନ ଉତ୍ସବ”

ଚନ୍ଦ୍ରଶେଖରପୁର,୧୩/୦୪ (ଏସଏସନିୟୁଜ) ପଟିଆ କନନ ବିହାର-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଏକତ୍ରୀଂଶତିତମ ସମାବର୍ତ୍ତନ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ଉଦ୍ଘାଟନ କରିଥିଲେ। ମୁଖ୍ଯ ଅତିଥି ବିଶିଷ୍ଟ ପ୍ରବାଚିକା ସୁଶ୍ରୀ ପ୍ରିୟଭାଷିଣୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ଉତ୍ସବରେ ମୁଖ୍ଯ ବକ୍ତା ପ୍ରଫେସର ଗୌରମୋହନ ପରିଡା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ […]