Browsing category

ରାଜନୀତି

ନନ୍ଦନକାନନରେ ଉପ-ମୁଖ୍ୟମନ୍ତ୍ରୀ

ବାରଙ୍ଗ,୧୬।୨(ଏସଏସନିଉଜ) ରବିବାର ଅପରାହ୍ନ ୪ଟାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ଝିଅ ଓ ସମ୍ପର୍କୀୟଙ୍କ ସହ ଆସିନନ୍ଦନକାନନ ପରିଭ୍ରମଣ କରି ଫେରିଛନ୍ତି।ନନ୍ଦନକାନନରେ ପହଞ୍ଚିବା ପରେ ତାଙ୍କୁ ନନ୍ଦନକାନନ ପକ୍ଷରୁ ସ୍ବାଗତ କରାଯାଇଥିଲା।ତାଙ୍କର ବୁଲିବା ପାଇ ନନ୍ଦନକାନନ ପକ୍ଷରୁ ଏକ ବେଟାରି ଚଳିତ ଗାଡ଼ିର ବ୍ୟବସ୍ତା କରାଯାଇଥିଲା।ସେ ବିଭିନ୍ନ ଜୀବଜନ୍ତୁମାନଙ୍କ ଖୁଆଡକୁ ଯାଇ ଦେଖିଥିଲେ। ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନନ୍ଦନକାନନର ପଦାଧିକାରୀମାନେ ପରିଭ୍ରମଣ ସମୟରେ ଉପସ୍ଥିତ ଥିଲେ।

ବଢିଲା E-KYC ଅବଧି

ଭୁବନେଶ୍ଵର ,୧୫।୨(ଏସଏସନିଉ ଜ)E-KYC ଅବଧି ବଢିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ସେ କହିଛନ୍ତିଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି,ସେମାନଙ୍କ ପାଇଁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ ଇ-କେୱାଇସି ଅବଧିକୁ ବୃଦ୍ଧି କରାଯାଇଛି।ଏ ଯାଏଁ୯୦ ପ୍ରତିଶତ ପଞ୍ଜିକରଣ ସରିଛି। ରାଜ୍ୟବାହାରେ ରହୁଥିବା ୧ଲକ୍ଷ ୩୫ ହଜାର ୨୫୮ଲୋକଙ୍କ ପଞ୍ଜିକରଣ ହୋଇଛି। ଗାଁରେ ଏ ଯାଏଁ ୧୨ ଲକ୍ଷ ଲୋକଙ୍କ EKYC ସମ୍ପାଦନ ହୋଇ ପାରିନାହିଁ। ରାଜ୍ୟରେ ସମୁଦାୟ ୧୧୮୪୦ ଟି […]

ଧରାପଡିଲା ହାଇପ୍ରୋଫାଇଲ ଲୁଟେରା

ଭୁବନେଶ୍ଵର,୧୩।୨(ଏସଏସନିଉଜ)ବରିଷ୍ଠ କଂଗ୍ରେସନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟ୍ ଘଟଣା ଉପରୁ ପରଦା ହଟାଇଛି ପୋଲିସ।କମିଶନରେଟ ପୋଲିସ କଳାକନା ବୁଲାଇଥିବା ଲୁଟେରାକୁ ବିଶାଖାପଟାଣାରୁ ଧରିବା ସହ ଚୋରି ଜିନିଷ ଜବତ ଚାଲିଛି । ଏହି ଲୁଟାର ସ୍ପାଇଡର ବୋଲି ଜଣାପଡିଛି । ବିଶାଖାପାଟଣାରେ ରହୁଥିବା ସ୍ପାଇଡର ପାଖରୁ ସୁନା ଗହଣା, ହୀରା ଓ ଟଙ୍କା ଜବତ କରିଛି ପୋଲିସ ।ତେବେ୨୦୨୩ ମସିହାରେ ନୟାପଲ୍ଲୀ ଅଂଚଳରେ ଜଣେ ବ୍ୟବସାୟୀଙ୍କ ଘରୁ ୨କୋଟି ଟଙ୍କାର ସୁନା […]

ଉଦଯାପିତ ହେଲା ଓପସାର ୩୦ତମ ପ୍ରଦେଶ ସମ୍ମିଳନୀ

ଚନ୍ଦ୍ରଶେଖରପୁର,୯।୨(ଏସଏସନିଉଜ)୨ଦିନ ଧରି ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଚାଲିଥିବାଓଡ଼ିଶା ରାଜନୀତି ବିଜ୍ଞାନ(ଓପସା) ସଂଘର ୩୦ତମ ପ୍ରଦେଶ ସମ୍ମିଳନୀ ଓ ରାଷ୍ଟ୍ରୀୟ କର୍ମଶାଳା ରବିବାର ଦିନ ଅପରାହ୍ନ ୪ଟା ରେ ଉଦଯାପିତ ହୋଇଯାଇଛି।ପଟିଆ କଲେଜ ଅଧ୍ୟକ୍ଷ ତଥା ଆବାହକ ପ୍ରଶାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ବାଚସ୍ପତି ସୁରମା ପାଢ଼ୀ ଉଦ୍ଘାଟନ କରିଥିଲେ।ଶନିବାର ଓ ରବିବାର ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ଶତାଧିକ ରାଜନୀତି ବିଜ୍ଞାନି ଓ ଗବେଷକ […]

ଦିଲ୍ଲୀ ନିର୍ବାଚନ – ବିଜେପିର ପ୍ରତ୍ୟାବର୍ତ୍ତନ

  ଭୁବନେଶ୍ୱର ,୮।୨(ଏସଏସନିଉଜ)ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଆମ୍ ଆଦମୀ ପାର୍ଟିର ଟାଣୁଆ ନେତାମାନେ ପରାଜୟର ସ୍ବାଦ ଚାଖି ଛନ୍ତି।ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା ଆପର ସୁପ୍ରିମୋକେଜ୍ରିୱାଲ ୩୧୮୨ ଭୋଟରେ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିଶୋଦିଆ ମଧ୍ୟ […]

ମହିଳାଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର,୨।୨(ଏସଏସନିଉଜ)ମହିଳାଙ୍କ ପାଇଁ ଖୁସି ଖବର। କାରଣ ଫେବ୍ରୁଆରୀ ୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା। ଯାଜପୁରରୁ ଏହାର ଶୁଭାରମ୍ଭ କରି ମହିଳାଙ୍କୁ ଆକାଉଣ୍ଟକୁ ପଠାଯିବ ଟଙ୍କା। ତେବେ ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କିଛି ଟେକ୍ନିକାଲ ତ୍ରୁଟି ଯୋଗୁଁ ଅନେକ ମହିଳାଙ୍କୁ ଟଙ୍କା ମିଳିପାରିନାହିଁ। ବ୍ୟାଙ୍କର ଏନପିସିଆଇରେ ସମସ୍ୟାରେ ଥିବାରୁ ମଧ୍ୟ ସମସ୍ରା ହୋଇଛି। କିନ୍ତୁ […]

ଚୋରା ମୋରମ ଚାଲାଣ,ବିଜେଡି ପକ୍ଷରୁ ଦାବିପତ୍ର

ବାରଙ୍ଗ,୩୦।୧(ଏସଏସନିଉଜ)ବାରଙ୍ଗ ଅଞ୍ଚଳରେ ଗତ କିଛିଦିନ ହେବ ବେଆଇନଭାବେ ଚୋରାରେ ମୋରମ ଚାଲାଣ ହେଉଛି।ଏଥିରେ ଅଙ୍କୁଶ ଲଗାଇବା ପାଇଁ ଗୁରୁବାର ଦିନ ବାରଙ୍ଗ ବ୍ଲକର ୮ପଞ୍ଚାୟତରେ ଥିବା ବିଜେଡି କର୍ମୀମାନେ ଏକ ଦାବିପତ୍ର ବାରଙ୍ଗ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶ ଯେ,ବିଜେଡି କର୍ମୀମାନଙ୍କ କହିବା କଥା ହେଲା କିଛି ମୁଷ୍ଟିମେୟ ତଥା ସରକାରୀ ଦଳର କୁହାଯାଉଥିବା କୁଜିନେତାଙ୍କ ଇଙ୍ଗିତରେ ଦିନ ଦିହିପହରରେ ଗୋଡିସାହି ଅଞ୍ଚଳରୁ ଜେଶିବି ଲଗାଜାଇ ମୋରମ ଓ ମାଟି ଚୋରାଚାଲାଣ ହେଉଛି। ଯାହାଫଳରେ ପାକୃତିକ ସମ୍ପଦ […]

କମ୍ଭଳ ବାଣ୍ଟିଲେ ଅର୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ

ବାରଙ୍ଗ,୧୭।୧(ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମରେ ଶୁକ୍ରବାର ଦିନ ସକାଳେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅର୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ କମ୍ବଳ ବଣ୍ଟନ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଯାଇଛି।ଏଥି ନିମନ୍ତେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତୁଷାର କାନ୍ତ ଚକ୍ରବର୍ତ୍ତୀ ଯୋଗଦାନ କରିଥିବା ବେଳେ ମୂଖ୍ୟବକ୍ତା ଭାବେ ଟ୍ରଷ୍ଟ ର ଉଦ୍ୟକ୍ତା ବ୍ରଜକେଶରୀ ଜେନା, ରାମଚନ୍ଦ୍ର ଦାସ, ମଧୁବନ ସରପଞ୍ଚ ସସ୍ମିତା ଭୋଇ, କୁହ୍ନେଇପଡ଼ା ସମିତି […]

ହିତାଧିକାରୀଙ୍କ ମାସିକ ପେନସନ ୩୫୦୦ଟଙ୍କା

ଭୁବନେଶ୍ୱର ,୧୫ା୧(ଏସଏସନିଉଜ)ରାଜ୍ୟର ୮୦ ବର୍ଷ ବା ତାଠାରୁ ଉର୍ଦ୍ଧ୍ୱବୟସ୍କବ୍ୟକ୍ତି ଏବଂ ୮୦ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ । ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ଏହା ଦ୍ୱାରା ରାଜ୍ୟର ୪,୧୭,୪୯୬ ଜଣ ବ୍ୟକ୍ତି ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ଏହି ବର୍ଦ୍ଧିତଭତ୍ତା ବିତରଣ […]

ଭୁବନେଶ୍ବରରେ ପହଁଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର,୮ା୧(ଏସଏସନିଉଜ) ଦୁଇଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଂଦୀ ଏକ ସ୍ବତନ୍ତ୍ର ବିମାନରେ ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିଲାପରେ ରାଜ୍ୟସରକାରଙ୍କ ତରଫରୁ ତାଙ୍କୁ ବିମାନବନ୍ଦରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନବନ୍ଦର ଠାରୁ ରାଜଭବନ ପର‌୍ୟ୍ୟନ୍ତ ମୋଦୀଙ୍କ ରାସ୍ତାରେ ସମର୍ଥକଙ୍କର ଭିଡ଼ ଦେଖିବାକୁ ମିଳିଥିଲା।ବିମାନବନ୍ଦର ସମ୍ମୁଖ, କ୍ୟାପିଟାଲ ହସ୍‌ପିଟାଲ ସାମ୍ନା, ଏଜି ଛକ ଓ ରାଜଭବନ ଆଗରେ ଓଡ଼ିଶାର ସାଂସ୍କୃତିକ ତଥା ପାରଂପରିକ ଆଦିବାସୀ ନୃତ୍ୟ ଓ […]