ଭୁବନେଶ୍ଵର,୨୫।୪(ଏସଏସନିୟୁଜ)LOCରେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ଆରମ୍ଭ ହୋଇଛି।
ପାକ୍ ସେନାକୁ ଜବାବ ଦେଇଛି ଭାରତୀୟ ସେନା।ଉଭୟ ପକ୍ଷରୁ ଜାରି ରହିଛି ଗୁଳି ବିନିମୟ।ଅନ୍ୟପଟେ ଆତଙ୍କୀର ଘର ଉଡ଼ାଇଛନ୍ତି ସୁରକ୍ଷାକର୍ମୀ।ପହଲଗାମ ଷଡ଼ଯନ୍ତ୍ରରେ ସାମିଲ ସନ୍ଦେହରେ ବୁଲିଛି ବୁଲ୍ ଡୋଜର।ଜମ୍ମୁକାଶ୍ମୀର ପହଲଗାମର ଜଣେ ଆତଙ୍କୀଙ୍କ ଘରେ ବୁଲିଲା ବୁଲଡୋଜର।ବୁଲ୍ ଡୋଜର ବୁଲିବା ସହ ବ୍ଲାଷ୍ଟ କରି ଘର ଉଡ଼ାଇଲେ ସୁରକ୍ଷାକର୍ମୀ।ସ୍ଥାନୀୟ ଅଞ୍ଚଳର ଆସିଫ ସେଖ୍ ତଥା ଆଦିଲ୍ର ଘର ଉଡ଼ାଇଲେ।ଆକ୍ରମଣ ଷଡ଼ଯନ୍ତ୍ରରେ ଆଦିଲ ସାମିଲ ନେଇ ସନ୍ଦେହ ହୋଇଥିଲା।