Browsing category

ରାଜନୀତି

ଯୁଦ୍ଧ ବନ୍ଦ…

ଭୁବନେଶ୍ଵର,୧୦।୫(ଏସଏସନିୟୁଜ)ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ହୋଇଛି ବୋଲି ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି।ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି।ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି।ଉଭୟ ଦେଶ ସହମତି ଜଣାଇଥିବା କହିଲେ ବିକ୍ରମ ମିଶ୍ରି।ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି। ଆଜି ଅପରାହ୍ନ ୩ଟା ୩୫ରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଥିଲା।୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ସହମତି କଥା ଜଣାଇ ଦିଆଯାଇଛି।ଆସନ୍ତା ୧୨ […]

ଦୀଘାରେ ସ୍ଥାୟୀ ଜଗନ୍ନାଥଧାମ ହୋଡିଂ

ଭୁବନେଶ୍ଵର,୬।୫(ଏସଏସନିୟୁଜ)ପୁଣି ମମତା ଦେଖାଇଲେ ନାଲିଆଖି।ଏଥର ସ୍ଥାୟୀ ଜଗନ୍ନାଥ ଧାମ ହୋଡିଂ ଲାଗିଥିବାର ଦେଖିବାକୁ ମିଳିଛି।ଦୀଘା ମନ୍ଦିର ସାମ୍ନାରେ ଲାଗିଲା ଜଗନ୍ନାଥ ଧାମ ହୋଡିଂ।ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ଲଗାଗଲା ହୋଡ଼ିଂ।ରାତାରାତି ହୋଡିଂ ଲଗାଇଲା ପଶ୍ଚିମବଙ୍ଗ ପ୍ରଶାସନ।ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋଡିଂ ଲଗାଯାଇଥିଲା।ଜଗନ୍ନାଥଧାମ ବିବାଦ ଭିତରେ ହୋଡିଂ ଲଗାଇଛନ୍ତି ମମତା।

ଆସନ୍ତାକାଲି ୪ଟାରେ ବାଜିବ ସାଇରନ୍

ଭୁବନେଶ୍ଵର,୬।୫(ଏସଏସନିୟୁଜ)ଓଡ଼ିଶାର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ହେବ।ସେଗୁଡିକ ହେଲା ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର। ତାଳଚେରରେ କାଟେଗୋରି ୱାନ୍, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା କାଟେଗୋରି ଟୁ ଓ ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା କାଟେଗୋରି ଥ୍ରିରେ ରହିଛି। ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ସପ୍ତାହେ ଯାଏ ଚାଲିବ। ୫ମିନିଟ ଧରି ସାଇରନ ବାଜିବ। […]

ଦୀଘାରୁ ହଟିଲା ଜଗନ୍ନାଥଧାମ ନାମ !

ଭୁବନେଶ୍ଵର,୫।୫(ଏସଏସନିୟୁଜ)ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ନାମଫଳକ ବୋଲି Xରେ ସୂଚନା ଦେଲେ ବିଜେପି ମିଡିଆ ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ।ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର କାଢ଼ିଥିବା ସୂଚନା ମିଳିଛି।ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ଏକ୍ସରେ ଲେଖିଲେ ଅମିତ ମାଲବ୍ୟ।ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୫।୫(ଏସଏସନିୟୁଜ)ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତାଠାରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ୫୦କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତାଠାରେ ସ୍ମୃତି ସଂଗ୍ରହାଳୟ ଓ ଵ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟ ବରାଦର ସମୁଦାୟ ୩୪୦ଗୋଟି ନୂତନ ପ୍ରକଳ୍ପର ଘୋଷଣା, ଶୁଭ ଉଦ୍ଘାଟନ ଓ […]

ଲାଞ୍ଚ ନେଇ ଧରାପଡିଲେ ବିଧାୟକ

ଭୁବନେଶ୍ୱର,୪ା୫(ଏସଏସନିଉଜ)ରାଜସ୍ଥାନରେ ଲାଞ୍ଚ ନେଇ ଜଣେ ବିଧାୟକ ଗିରଫ ହୋଇଛନ୍ତି ।ସେ ହେଉଛନ୍ତି ଭାରତୀୟ ଆଦିବାସୀ ପାର୍ଟିର ବିଧାୟକ ଜୟକୃଷ୍ଣ ପଟେଲ ଗିରଫ ହୋଇଛନ୍ତି ।ବିଧାନସଭାରେ ପ୍ରଶ୍ନ ପ୍ରତ୍ୟାହାର ପାଇଁ ଲାଞ୍ଚ କାରବାର ହୋଇଥିବାର ଅଭିଯୋଗ ହୋଇଥିଲା ।୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଲାଏସିବି( ଇଉଈ) ।ଲାଞ୍ଚ ଟଙ୍କା ନେଇ ବିଧାୟକଙ୍କ ଗନ୍‌ମ୍ୟାନ୍‌ ଫେରାର ହୋଇଯାଇଥିବାବେଳେସରକାରୀ ଘରେ ଅଢ଼େଇ କୋଟିର ଲାଞ୍ଚ ପାଇଁ ହୋଇଥିଲା ଡିଲ୍‌ ବୋଲି ଜଣାପଡିଛି ।

ତଦନ୍ତ କରିବ ୩ ଜଣିଆ ବୈଷୟିକ କମିଟି -ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର,୪୩।୫(ଏସଏସନିୟୁଜ) କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଦୁଇଜଣ ଯନ୍ତ୍ରୀଙ୍କ ସମେତ ତିନି ଜଣଙ୍କର ପ୍ରାଣ ହାନି ଘଟିଛି ଏବଂ ଦୁଇଜଣ ଆହତ ହୋଇ ଏସ ସି ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି I ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥିବାବେଳେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ତାଙ୍କ ଆର୍ଥିକ ସହାୟତା […]

ବ୍ରିଜ୍‌ର ସ୍ଲାବଖସି ଗଲା ୩ ଜୀବନ, ୨ ଗୁରୁତର

କଟକ,୩।୫(ଏସଏସ ନିୟୁଜ)କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଆହତ ଅରୁଣ ବାରିକ ଓ ବିକଳ ଜେନାଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ।ପୂର୍ତ୍ତବିଭାଗ ପକ୍ଷରୁ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍‌ କାମ ପାଇ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଆଜି ନିର୍ମାଣ କାମ ଚାଲିଥିବାବେଳେ ଅପରାହଣ୍‌ ସମୟରେ ବ୍ରିଜ୍‌ ଉପରେ କିଛି […]

୧୦ରେ ଆସୁଛନ୍ତି ଶାହ

ଭୁବନେଶ୍ଵର,୨।୫(ଏସଏସ ନିୟୁଯ)ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।ଆସନ୍ତା ୧୦ରେ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ଅମିତ ଶାହ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ଦେଇଛନ୍ତି।ସେ କହିଛନ୍ତି ୧୦ରେ ଭୁବନେଶ୍ୱରରେ ପହଞ୍ଚି ଜଟଣୀ ଯିବେ।ଜଟଣୀରେ ଫରେନ୍‌ସିକ୍‌ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ।୧୦ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।୧୧ରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।ପରେ ଭୁବନେଶ୍ୱର ଜନତା ମଇଦାନରେ ଶିଳାନ୍ୟାସ କରିବା ସହ ଅଭିଭାଷଣ ଦେବେ ବୋଲି ବିଜେପି ସଭାପତି […]

ବିଜେପିର ବୁଥ୍ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର

ବାରଙ୍ଗ,୨।୫(ଏସଏସନିଯୁଜ)ବିଜେପିର ବୁଥ୍ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର ବେଲଗଛିଆ ଗ୍ରାମ ପଂଚାୟତର ଏକ କଲ୍ୟାଣମଣ୍ଡପରେ ଶୁକ୍ରବାର ଦିବା ୧୦ଘଟିକରେ ଅନୁଷ୍ଟିତ ହୋଇଯାଇଛି। ମଣ୍ଡଳ ସଭାପତି ସୁନିଲ ସ୍ବାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତଏହି ବୁଥ୍ ସ୍ତରୀୟ କର୍ମ ଶାଳାରେ ବାଙ୍କୀ ବିଧାନସଭା ପ୍ରାର୍ଥୀ ତଥା ଜିଲ୍ଲା ପରିଷଦ ସଦସ୍ୟ ତୁଷାର କାନ୍ତ ଚକ୍ରବର୍ତ୍ତୀ ଯୋଗ ଦେଇ ତୃଣମୁଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଝବୁତ କରିବା ସହ ସରକାରଙ୍କ ଲୋକଭିମୁଖୀ କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ଦ୍ୱାରରେ ପହଂଚେଇବାକୁ କର୍ମୀ […]