Browsing category

ରାଜନୀତି

ସାକ୍ଷୀଗୋପାଳଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ

ଭୁବନେଶ୍ୱର,୨୯।୫(ଏସଏସନିୟୁଜ)ଭାରତ ସରକାରଙ୍କ କୃଷି ଏବଂ କୃଷକକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷିବିଜ୍ଞାନ କେନ୍ଦ୍ରଠାରେ ବିକଶିତ କୃଷିସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ “ଏକ ପେଡ ମା କେ ନାମ” ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍‌ଘାଟନ କରିଥିଲେ । ସୂଚନାଯୋଗ୍ୟଯେ, ଆଗାମୀ ୧୫ ଦିନଧରି ଚାଲୁ […]

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୯।୫(ଏସଏସନିୟୁଜ)ସରକାରୀ ଚାକିରି ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରି କ୍ଷେତ୍ରରେ ପ୍ରବେଶ ନିମନ୍ତେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ସରକାରୀ ଚାକିରି ପାଇଁ ବୟସ ସୀମାକୁ ବୃଦ୍ଧି କରାଯାଇଛି । ଏହାର ବୟସ ସୀମାକୁ ୩୨ରୁ ୪୨କୁ ବୃଦ୍ଧି କରାଯାଇଛି।କ୍ୟାବିନେଟ ବୈଠକ୍ ପରେ ମୁଖ୍ୟ ଶାସନସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।

ସିବିଡ଼ାଗ୍ରାମ ପରିଦର୍ଶନ କଲେ ଆଇନମନ୍ତ୍ରୀ

ଭୁବନେଶ୍ୱର,୨୮।୫(ଏସଏସନିଉଜ)ଶିକ୍ଷା ଓ ରୋଜଗାର ଜରିଆରେ ଜନଜାତି ଭାଇ ଓ ଭଉଣୀମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆମେ ଆଗକୁ ବଢୁଛୁ।ଆଜି ଆଇନମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନ ଚିଲିକା ନିର୍ବାଚନ ମଣ୍ଡଳୀ ନିକଟସ୍ଥ ଦାମିଆ ବରବରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିବିଡ଼ା ଗ୍ରାମକୁ ପରିଦର୍ଶନରେ ଯାଇଥିଲେ।ସେଠାରେ ଗ୍ରାମବାସୀମାନଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ। ଗ୍ରାମବାସୀ ମାନେ ଉତ୍ଥାପନ କରିଥିବା ସେମାନଙ୍କ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଉପସ୍ଥିତ ଥିବା ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ […]

ଜୟଦେବବିହାରରୁ ନନ୍ଦନକାନନ ଏଲିଭେଟେଡ୍ କରିଡର

ଭୁବନେଶ୍ୱର,୨୩।୫(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନସିଟିରେ କାର୍ୟ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan)ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଜୟଦେବ ବିହାରରୁ ନନ୍ଦନକାନନପର୍ୟ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗମୌଜା ପର୍ୟ୍ୟନ୍ତ ଦୟାୱେଷ୍ଟ କେନାଲରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ, କଳ୍ପନାଛକ, ମ୍ୟୁଜିଅମ ଓ ଶିଶୁଭବନଛକରେ ୩ଟି […]

୨୬ରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି

ଭୁବନେଶ୍ୱର,୨୩।୫(ଏସଏସନିୟୁଜ)ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଏସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ସେ ଅନୁମୋଦନ ଦେଇଛନ୍ତି ।ଯାହାଫଳରେ ୨୭ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବାନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଚଳିତବର୍ଷ ସାବିତ୍ରୀଅମାବାସ୍ୟା ପାଇଁ ସରକାରୀ ଛୁଟି ମେ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା।ତେବେ ପୁରୀ ମୁକ୍ତି ମଣ୍ଡପ ସହ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ […]

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି

ଭୁବନେଶ୍ୱର,୨୩।୫(ଏସଏସନିଯୁଜ୍)ଶ୍ରୀମନ୍ଦିରର ସୁରକ୍ଷା ଲାଗି ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ପୁଲିସ ବିଭାଗ ସହ ଆଲୋଚନା କରିଛନ୍ତି।ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆ ଯାଇ ପାରିବ।ଆବଶ୍ୟକ ପଡ଼ିଲେ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ବ୍ୟୟ ବରାଦ କରିବ।ଏ ନେଇ ବିଚାର ଚାଲିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକସହାୟତା […]

ମୋଦୀଙ୍କ ରଣହୁଙ୍କାର

ଭୁବନେଶ୍ୱର,୨୨ା୫(ଏସଏସନିଉଜ) ରାଜସ୍ଥାନରେ ପାକିସ୍ତାନକୁ ପୁଣି ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀା ପହଲଗାମ୍ ଆତଙ୍କୀ ହମଲାକୁ ଆଜି ମାସେ ପୂରିଥିବା ବେଳେ ଆତଙ୍କୀଙ୍କ ଉପରେ ନିଆଯାଇଥିବା ପ୍ରତିଶୋଧର କଥା କହି ପାକିସ୍ତାନ ଉପରେ ବର୍ଷିଛନ୍ତି ମୋଦୀ । ମୋଦୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଧର୍ମପଚାରି ୨୨ ତାରିଖରେ ଆମ ମାଆ ଭଉଣୀଙ୍କର ସିନ୍ଦୂର ପୋଛିଥିଲେ । ସେଦିନ ଗୁଳି ଫୁଟିଥିଲା ପହଲଗାମରେ ।କିନ୍ତୁ ଏହା ୧୪୦କୋଟି ଭାରତୀୟଙ୍କ ପାଇଁ ଯନ୍ତ୍ରଣାଦାୟକ ସାଜିଥିଲା ।ଏହିଘଟଣାପରେ ଆତଙ୍କୀଙ୍କୁ ମାଟିରେ ମିଶାଇ ଦେବାକୁ […]

ଜୁନ୍ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ

ଭୁବନେଶ୍ଵର,୨୧।୫(ଏସଏସ ନିୟୁଜ୍)ଜୁନ୍‌ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ଉପ-ନିର୍ବାଚନ କରାଯିବ । ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି ହେବ । ଆସନ୍ତା ୨୬, ୨୮, ୨୯, ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡମେମ୍ବର […]

ଦଶହରା ପୂର୍ବରୁ କଲେଜ୍ ଇଲେକ୍ସନ୍

ଭୁବନେଶ୍ଵର,୨୧।୫(ଏସଏସନିୟୂଜ୍)ଦଶହରା ପୂର୍ବରୁ କ୍ୟାମ୍ପସ ନିର୍ବାଚନ ସରିବ ବୋଲି ସୂଚନା ଦେଇଛନ୍ତି ସୁରଜ ସୂର୍ଯ୍ୟବଂଶୀ । ମନ୍ତ୍ରୀ କହିଛନ୍ତି, କଲେଜ୍ ଇଲେକ୍ସନ୍ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ ।ଏଣୁ ସଠୁକ୍ ସମୟରେ ସବୁ ଶେଷ କରିବାକୁ ପ୍ରୟାସ ଜାରି ରହିଛି ।ପୂର୍ବ ସରକାର ସମୟରୁ କଲେଜରେ ବିଶ୍ରୁଙ୍ଖଳା,ପରେ କରୋନାର ଆଳଦେଖାଇ କ୍ୟାମ୍ପସ ନିର୍ବାଚନକୁ ବନ୍ଦ ରଖାଯାଇଥିଲା ।ଯାହାକୁ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ଏହାସହ ବିଭିନ୍ନ ଆଳଦେଖାଇ କ୍ୟାମ୍ପସ୍ ନିର୍ବାଚନକୁ କରାଇ ଦିଆଯାଉନଥିଲା ।ଏବେ […]

ଆସୁଛି ବାତ୍ୟା ଶକ୍ତି!

ଭୁବନେଶ୍ଵର,୧୪।୫(ଏସଏସନିୟୁଜ) ବଙ୍ଗୋପସାଗରରେ ୨୩ ରୁ ୨୮ ତାରିଖ ମଧ୍ୟରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ବାତ୍ୟା  ପରିଣତହେବାର ସମ୍ଭାବନା ରହିଛି । ଏହା ହୋଇ ୨୪ରୁ ୨୬ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଅନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବ ବାଂଲାଦେଶର ଚତୋଗ୍ରାମ ଏବଂ ଓଡିଶା ଉପକୂଳ,ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଡିଭିଜନରେ ମଧ୍ୟ ପ୍ରଭାବ ପକାଇପାରେ ।ଏଥିନିମନ୍ତେ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ରଙ୍ଗପୁର, ଦିନଜପୁର, ବୋଗ୍ରା, […]