ଜୟଦେବବିହାରରୁ ନନ୍ଦନକାନନ ଏଲିଭେଟେଡ୍ କରିଡର

ଟ୍ୱିନସିଟିର ଟ୍ରାଫିକ୍ ଭିଡ ହ୍ରାସ ସହିତ ସୌନ୍ଦର୍ୟ୍ୟକରଣକୁ ପ୍ରାଧାନ୍ୟ

ଭୁବନେଶ୍ୱର,୨୩।୫(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନସିଟିରେ କାର୍ୟ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan)ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।
ଜୟଦେବ ବିହାରରୁ ନନ୍ଦନକାନନପର୍ୟ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗମୌଜା ପର୍ୟ୍ୟନ୍ତ ଦୟାୱେଷ୍ଟ କେନାଲରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ, କଳ୍ପନାଛକ, ମ୍ୟୁଜିଅମ ଓ ଶିଶୁଭବନଛକରେ ୩ଟି ଫ୍ଲାଏଉଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି । ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥ୍‌ମେଟିକସ୍ ରୁ ପଥରଗାଡିଆ- ଉତ୍କଳହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ରକାନନ ପର୍ୟ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ମଧ୍ୟ ଜାରି ରହିଛି ।ଏହାସହିତ ଡମଣାରୁ ପ୍ରେସଛକ, କଳାରାହାଙ୍ଗରୁ ବରିମୁଣ୍ଡ ଓ କେଳୁଚରଣପାର୍କରୁ ବରିମୁଣ୍ଡ ପର୍ୟ୍ୟନ୍ତ ୩ଟି ରାଇଟ୍ ଆକ୍‌ସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି ।ଏହାସହିତ ଏକ ଇନର୍ ରିଙ୍ଗ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ ।ଏହି ସମସ୍ତ ନିର୍ମାଣ ଦ୍ୱାରା ଭୁବନେଶ୍ୱର ରେ ଦିନ ପ୍ରତିଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ଏବଂ ଭୁବନେଶ୍ୱର ସହରର ସୌନ୍ଦର୍ୟ୍ୟକରଣରେ ବିଶେଷ ସହାୟକହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।
ଏହି ନିର୍ମାଣଯୋଗୁଁ ବିସ୍ଥାପିତ ହେବାକୁଥିବା ପ୍ରାୟ ୩୬୬ଟି ପରିବାରକୁ ଥଇଥାନ କରାଯିବା ସହିତ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ,ଆଇନ ଓ ଅବକାରୀମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜହରିଚନ୍ଦନ, ଗୃହ ଓ ନଗର ଉନ୍ନୟନମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ରମହାପାତ୍ର, ମୁଖ୍ୟ ଶାସନସଚିବ ଶ୍ରୀ ମନୋଜଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁଗର୍ଗ, ପୂର୍ତ୍ତବିଭାଗର ପ୍ରମୁଖ ଶାସନସଚିବ ଶ୍ରୀ ସଞ୍ଜୟକୁମାରସିଂହ ଏବଂ ଗୃହ ଓ ନଗରଉନ୍ନୟନବିଭାଗର ପ୍ରମୁଖ ଶାସନସଚିବ ଶ୍ରୀମତୀ ଉଷାପାଢୀ, ଅର୍ଥବିଭାଗର ପ୍ରମୁଖ ଶାସନସଚିବ ଶ୍ରୀ ଶାସ୍ୱତମିଶ୍ର, ପୋଲିସକମିଶନର ଶ୍ରୀ ଏସ୍. ଦେବଦତ୍ତସିଂହ ଏବଂ ଅନ୍ୟ ବରିଷ୍ଠଅଧିକାରୀମାନେ ଉପସ୍ଥିତ ଥିଲେ।

Comments (0)
Add Comment