ଦଶହରା ପୂର୍ବରୁ କଲେଜ୍ ଇଲେକ୍ସନ୍

ଭୁବନେଶ୍ଵର,୨୧।୫(ଏସଏସନିୟୂଜ୍)ଦଶହରା ପୂର୍ବରୁ କ୍ୟାମ୍ପସ ନିର୍ବାଚନ ସରିବ ବୋଲି ସୂଚନା ଦେଇଛନ୍ତି ସୁରଜ ସୂର୍ଯ୍ୟବଂଶୀ । ମନ୍ତ୍ରୀ କହିଛନ୍ତି, କଲେଜ୍ ଇଲେକ୍ସନ୍ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ ।ଏଣୁ ସଠୁକ୍ ସମୟରେ ସବୁ ଶେଷ କରିବାକୁ ପ୍ରୟାସ ଜାରି ରହିଛି ।ପୂର୍ବ ସରକାର ସମୟରୁ କଲେଜରେ ବିଶ୍ରୁଙ୍ଖଳା,ପରେ କରୋନାର ଆଳଦେଖାଇ କ୍ୟାମ୍ପସ ନିର୍ବାଚନକୁ ବନ୍ଦ ରଖାଯାଇଥିଲା ।ଯାହାକୁ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ଏହାସହ ବିଭିନ୍ନ ଆଳଦେଖାଇ କ୍ୟାମ୍ପସ୍ ନିର୍ବାଚନକୁ କରାଇ ଦିଆଯାଉନଥିଲା ।ଏବେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗ୍ରିନ୍ ସିଗନାଲ୍‌ ପରେ ଛାତ୍ରସଂସଦ ନିର୍ବାଚନ ହେବାନେଇ ଆଶା ବଢିଛି ।

Comments (0)
Add Comment