୨୬ରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି

ଭୁବନେଶ୍ୱର,୨୩।୫(ଏସଏସନିୟୁଜ)ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଏସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ସେ ଅନୁମୋଦନ ଦେଇଛନ୍ତି ।ଯାହାଫଳରେ ୨୭ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବାନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଚଳିତବର୍ଷ ସାବିତ୍ରୀଅମାବାସ୍ୟା ପାଇଁ ସରକାରୀ ଛୁଟି ମେ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା।ତେବେ ପୁରୀ ମୁକ୍ତି ମଣ୍ଡପ ସହ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନମାନଙ୍କ ସହିତ ଯୋଗାଯୋଗ ପରେ ୨୬ ତାରିଖରେ ହିଁ ସାବିତ୍ରୀଅମାବାସ୍ୟା ପାଳନ କରାଯିବ ବୋଲି ଜଣାପଡିଥିଲା। ତେଣୁ ଛୁଟି ତାରିଖରେ ପରିବର୍ତ୍ତନ କରାଯାଇଛି।

Comments (0)
Add Comment