ଭୁବନେଶ୍ୱର,୨୨ା୫(ଏସଏସନିଉଜ) ରାଜସ୍ଥାନରେ ପାକିସ୍ତାନକୁ ପୁଣି ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀା ପହଲଗାମ୍ ଆତଙ୍କୀ ହମଲାକୁ ଆଜି ମାସେ ପୂରିଥିବା ବେଳେ ଆତଙ୍କୀଙ୍କ ଉପରେ ନିଆଯାଇଥିବା ପ୍ରତିଶୋଧର କଥା କହି ପାକିସ୍ତାନ ଉପରେ ବର୍ଷିଛନ୍ତି ମୋଦୀ । ମୋଦୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଧର୍ମପଚାରି ୨୨ ତାରିଖରେ ଆମ ମାଆ ଭଉଣୀଙ୍କର ସିନ୍ଦୂର ପୋଛିଥିଲେ । ସେଦିନ ଗୁଳି ଫୁଟିଥିଲା ପହଲଗାମରେ ।କିନ୍ତୁ ଏହା ୧୪୦କୋଟି ଭାରତୀୟଙ୍କ ପାଇଁ ଯନ୍ତ୍ରଣାଦାୟକ ସାଜିଥିଲା ।ଏହିଘଟଣାପରେ ଆତଙ୍କୀଙ୍କୁ ମାଟିରେ ମିଶାଇ ଦେବାକୁ ପୂରା ଭାରତ ଏକାଠି ହୋଇଥିଲା । ୩ ସେନାର ଚକ୍ରବ୍ୟୁହରେ ପାକିସ୍ତାନ ଆଣ୍ଠେଇପଡିଲା । ଆଗକୁ କେବେ ଆକ୍ରମଣ ହୁଏ ଧୂଳିସାତ କରିଦେବୁ ବୋଲି ମୋଦୀ କହିଛନ୍ତିା