ଭୁବନେଶ୍ଵର,୧୪।୫(ଏସଏସନିୟୁଜ) ବଙ୍ଗୋପସାଗରରେ ୨୩ ରୁ ୨୮ ତାରିଖ ମଧ୍ୟରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ବାତ୍ୟା ପରିଣତହେବାର ସମ୍ଭାବନା ରହିଛି । ଏହା ହୋଇ ୨୪ରୁ ୨୬ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଅନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବ ବାଂଲାଦେଶର ଚତୋଗ୍ରାମ ଏବଂ ଓଡିଶା ଉପକୂଳ,ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଡିଭିଜନରେ ମଧ୍ୟ ପ୍ରଭାବ ପକାଇପାରେ ।ଏଥିନିମନ୍ତେ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ରଙ୍ଗପୁର, ଦିନଜପୁର, ବୋଗ୍ରା, ଟାଙ୍ଗାଇଲ, ମାଇମେନସିଂହ ଏବଂ ସିଲହଟରେ ଅଞ୍ଚଳରେ ଥିବା ବନ୍ଦରଗୁଡିକୁ ସତର୍କ ସଙ୍କେତ-୧ ଜାରି କରାଯାଇଛି ।