ପହଲଗାମ୍‌ ନରସଂହାରକୁ ନେଇ ବଡ଼ ଘୋଷଣା

ଭୁବନେଶ୍ଵର,୨୩।୪(ଏସଏସନୀୟୂଜ) ପହଲଗାମ୍‌ ନରସଂହାରକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି।ଏହି ଘୋଷଣା ଅନୁଯାୟୀ ଅଟାରୀ-ୱାଘା ସୀମାକୁ ବନ୍ଦ ଘୋଷଣା କରିଛି ଭାରତ।ସପ୍ତାହେ ମଧ୍ୟରେ ପାକିସ୍ତାନ ନାଗରିକ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।ପାକିସ୍ତାନ ସହ ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ବାତିଲ ହୋଇଛି।ଦୂତାବାସ କର୍ମଚାରୀ ସଂଖ୍ୟା ୩୦କୁ ହ୍ରାସ ନିଷ୍ପତ୍ତି ହୋଇଛି।କୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଭିସା ମନା କରାଯାଇଛି।ଅନ୍ୟପଟେଆତଙ୍କୀଙ୍କ ସୂଚନା ଦେଲେ ୨୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ କୁହାଯାଇଛି।ପହଲଗାମ୍‌ ନରସଂହାରରେ ସମ୍ପୃକ୍ତ ଆତଙ୍କୀଙ୍କୁ ଧରାଇଦେଲେ ପୁରସ୍କାର ମିଳିବ।ପୁରସ୍କାର ରାଶି ଘୋଷଣା କରିଛି ଅନନ୍ତନାଗ ପୋଲିସ।

Comments (0)
Add Comment