Browsing category

ରାଜନୀତି

ଆଶିର୍ବାଦ ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧/୮(ଏସଏସନିଉଜ )ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଲିପିକା ସେଠ୍ ଆଜି ଓଡ଼ିଶା ବିଧାନସଭା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ସେପ୍ଟେମ୍ବର ୨୦ ତାରିଖରେ ସେ ଅଷ୍ଟ୍ରେଲିଆ ମହାଦେଶ ର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲିପିକାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ […]

ପିଏମ୍- ଉଷା ଶୁଭାରମ୍ଭ

ଭୁବନେଶ୍ବର,୩୧/୮(ଏସଏସନିଉଜ)ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷାଅଭିଯାନ (ପିଏମ୍- ଉଷା) ଶୁଭାରମ୍ଭ ହୋଇଛି।କୃଷି ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପିଏମ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ହୋଇଛି।ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବ ‘ପିଏମ୍ । ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ତାଲିମ୍‌କୁ ଗୁରୁତ୍ବ ଦିଆଯିବ।ଦକ୍ଷତା ବିକାଶ, ଚାକିରି କ୍ଷେତ୍ରରେ ସହାୟକ ହେବ।

ଭାରତକୁ ମିଳିଛି INS ଅରିଘାତ

ଭୁବନେଶ୍ବର,୩୧/୮(ଏସଏସନିଉଜ)ଭାରତକୁ ମିଳିଛି ଦ୍ୱିତୀୟ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ INS ଅରିଘାତ।ଏହାକୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ସାମିଲ କରାଯାଇଛି। ସ୍ୱଦେଶ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା INS Arighaatରେ ଅନେକ ପ୍ରକାରର ନୂତନ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି।ଆଣବିକ ଇନ୍ଧନରେ ଚାଲୁଥିବା ଓ ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଏହି ବୁଡ଼ାଜାହାଜ ଅରିହନ୍ତ ଶ୍ରେଣୀର ଏକ ଅତ୍ୟାଧୁନିକ SSBN ଅଟେ। ଏହା ବିଶାଖାପଟନମରେ ଅବସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ତିଆରି ହୋଇଛି। ଏହାର ଓଜନ ପ୍ରାୟ ୬୦୦ ଟନ। ଲମ୍ବ […]

ଛତୁଆ ଦୁର୍ନୀତି,କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର,୩୧/୮(ଏସଏସନିଉଜ)ଛତୁଆମାନକୁ ନେଇ ଗୃହରେ ଏକାଧିକ ବିଧାୟକଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି।ଗୃହରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି।ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ସହ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି।୫ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବିବରଣୀ ମାଗିଛନ୍ତି।ସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ କରି ରିପୋର୍ଟ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଗୃହକୁ ଜଣାଇଛନ୍ତି।

ଆଉ ନାହାନ୍ତି ଯୁବ ସମାଜସେବୀ ପ୍ରଭାତକୁମାରରାଉତରାୟ

ମେଣ୍ଢାଶାଳ,୨୭ା୮(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଯୁବସମାଜସେବୀ ପ୍ରଭାତକୁମାରରାଉତରାୟ(୫୦)ଙ୍କର ଚିିସ୍ସିତ ଅବସ୍ଥାରେ ମଙ୍ଗଳବାରଦିନ ବିୟୋଗ ଘଟିଛି ।ସେ ସ୍ୱର୍ଗତ ରାଉତରାୟ ଉଚ୍ଚଶିକ୍ଷା ଗ୍ରହଣକପରେ ବାୟୁସେନାରୁପେ କାର୍ଯ୍ୟକରୁଥିଲୋଚାକରିରୁ ଅବସରପରେ ସମାଜସେବାରେ ନଜକୁ ନିୟୋଜିତକରିଥରଲେ ।ମେଣ୍ଢାଶାଳ ଗ୍ରାସଫେଇକାର୍ଯ୍ୟ ହାତକୁନେଇ ସ୍ୱାସ୍ଛଡ଼ାରତ ଗ୍ରାମ କାର୍ଯ୍ୟକ୍ରମଆରମ୍ଭ କରିଥିଲେ ।ଗ୍ରାମର ବିଭିନ୍ନରାସ୍ତାକଡରେ ବୃକ୍ଷରୋପଣ କରି ରକ୍ଷାଣାବେକ୍ଷଣ କରିବା ସହ ବାରାପିଟା,ହରିଡାମଡା,ଗିରିଙ୍ଗାପୁଟଗିରିଙ୍ଗାପୁଟ ଗ୍ରାମମାନଙ୍କରେ ବୃକ୍ଷରୋପଣ ସହ ଗରିବପରିବାରେ ସନ୍ତାନ ଜନ୍ମ ସମୟରେ ସନ୍ତାନର ସମସ୍ତ ଖର୍ଚ୍ଚ ବହନ କରି ବେଶ ର୍ଚ୍ଚାରେ ରହିଥିଲେ ।ଗତବର୍ଷଠାରୁ ତାଙ୍କର ଶାରରୀକ ଅସୁସ୍ଥତା ଯୋଗୁ ସେ […]

ଲଦାଖକୁ ମିଳିଲା ୫ ନୂଆଜିଲ୍ଲା

ଭୁବନେଶ୍ବର,୨୬/୮(ଏସଏସନିଉଜ) ଆଜି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଲଦାଖରେ ପାଞ୍ଚଟି ନୂଆଜିଲ୍ଲା ପ୍ରତିଷ୍ଠା କରିବାନେଇ ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ଜନସ୍କର,ଡ୍ରାସ, ଶାମ, ନୁବ୍ରା, ଏବଂ ଚଙ୍ଗଥାଙ୍ଗ।ନୂଆଜିଲ୍ଲା ଗଠନ ହେବା ପରେ ଦୁର୍ଗମ ଅଞ୍ଚଳବାସୀଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚିବାରେ ଉନ୍ନତି ଆସିବାନେଇ ଆଶା କରାଯାଉଛି।ଲଦାଖ ପ୍ରଶାସନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଲେହ ଏବଂ କାର୍ଗିଲ୍ ନମରେ ଦୁଇଟି ଜିଲ୍ଲା ଥିଲା। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଏଠାରେ ଆଉ ପାଞ୍ଚଜିଲ୍ଲା ଗଠନହେବାକୁ […]

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ବର,୨୬/୮(ଏସଏସନିଉଜ) ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହେଲାଣି ଟ୍ୱିନସିଟି । ଆଜି ଶାରଦୀୟ ଦୁର୍ଗାପୂଜାର ଆଦ୍ୟପର୍ବ ମାଟିଉଠା ।ମାଟିଅନୁକୂଳ ପାଇଁ କୁଆଖାଇ ନଦୀ ପଠାରେ ଭିଡ଼ ଦେଖିବାକୁ ମିଳିଛି ।ବିଭିନ୍ନ ପୂଜା କମିଟିର ସଦସ୍ୟମାନେ କୁଆଖାଇ ନଦୀ କୂଳରେ ପହଞ୍ଚିବାସହ୍ ପାରମ୍ପରିକ ବାଦ୍ୟ ସହ ମନ୍ତ୍ରଧ୍ଵନୀରେ କମ୍ପୁଛି ନଦୀ ପଠା । ପୂଜାପାଠ ସହ ଜନ୍ମାଷ୍ଟମୀ ତିଥିରେ ମାଟି ଅନୁକୂଳ କରିଛନ୍ତ ପୂଜା କମିଟିମାନେ ।

ଆଜି ନକ୍ସଲ ମୁକାବିଲା ବୈଠକ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)ଛତିଶଗଡ଼ ରାୟପୁରରେ ଆଜି ନକ୍ସଲ ମୁକାବିଲା ପାଇଁ ବୈଠକ ହେବାକୁଯାଉଛି ।କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକାବୈଠକରେ ଭାଗ ନେବେ ନକ୍ସଲ ପ୍ରଭାବିତ ଓଡ଼ିଶା ସମେତ ୭ ରାଜ୍ୟାଏବେ ବି ଓଡ଼ିଶାର ୭ ଜିଲ୍ଲା ମାଓବାଦୀ ପ୍ରବଣ ରହିଥିବାର ଜଣାପଡିଛି ।ମାଓବାଦୀମାନଙ୍କୁ କିଭଳି ଦମନ କରାଯିବ ଏଥିପାଇଁ ଆଲୋଚନା କରାଯିବ ବୋଲି ଜଣାପଡିଛି ।

ମୋଦିଙ୍କୁ ଚିଠି ଲେଖିଲେ ମମତା

  ଭୁବନେଶ୍ବର,୨୨/୮(ଏସଏସନିଉଜ)ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।କୋଲକାତା ଲଜ୍ଜା କାଳରେ ସାରାଦେଶ କଥା କହି ଚିଠି ଲେଖିଲେ।ସାରାଦେଶରେ ଦୈନିକ ହାରାହାରି ୯୦ଟି ଦୁଷ୍କର୍ମ ମାମଲା ଘଟୁଛି।ଏଭଳି ଘୃଣ୍ୟ କାର୍ଯ୍ୟ ସାରା ଦେଶପ୍ରତି ଲଜ୍ଜାଜନକସ୍ଥିତି ସୃଷ୍ଟି କରୁଛି।ଏଭଳିକାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।ଏଭଳି ଘୃଣ୍ୟକାର୍ଯ୍ୟକୁ ଦୃଢ଼ଦମନ ପାଇଁ କଡ଼ାଆଇନ ଜରୁରୀ।ତ୍ବରିତ ନ୍ୟାୟପାଇଁ ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ଆଇନ ଅନାଯାଉ।ବିଚାର ପ୍ରକ୍ରିୟା ୧୫ ଦିନରେ ସାରିବାକୁ ଆଇନରେ ବ୍ୟବସ୍ଥା କରାଯାଉ […]

ବିଶ୍ବ ବିଜୟୀ ଭାରତୀୟ ହକିଦଳର ହିରୋମାନଙ୍କୁ ଭବ୍ୟସମ୍ବର୍ଦ୍ଧନା

ଭୁବନେଶ୍ୱର,୨୧ା୮(ଏସଏସନିଉଜ)ଭୁବନେଶ୍ବର ଆଜି ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଆଜି ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍‌ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଆଜି ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା ଏବଂ ଲୋକସେବା ଭବନର କନ୍‌ଭେନସନ ହଲ୍ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ […]