Browsing category

ରାଜନୀତି

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ମୋଦୀ

ଭୁବନେଶ୍ୱର,୧୭/୯(ଏସଏସନିଉଜ)ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଟଙ୍କା।ଆଜି ଜନତା ମୈଦାନରେ ବହୁ ପତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତିର ୫୦୦୦ ଟଙ୍କା । ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି ମୋଦୀ ସରକାର।

ଜିଲ୍ଲାସ୍ତରୀୟ ସୁଭଦ୍ରାସ୍ବାଗତ ପଦଯାତ୍ରାର ଶୁଭାରମ୍ଭ

କଟକ,୧୫ା୯(ଏସଏସନିଉଜ)ରାଜ୍ୟସରକାରଙ୍କ ସୁଭଦ୍ରାଯୋଜନା ସମ୍ପର୍କରେ ଜିଲ୍ଲାର ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟ , ସ୍ୱରାଜ ଆଶ୍ରମ ଓ ହାଇକୋର୍ଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ପଦଯାତ୍ରାରେ ସ୍ଵଂୟ ସହାୟକ ଗୋଷ୍ଠୀର […]

ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ୱର,୧୫ା୯(ଏସଏସନିଉଜ)ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା ।ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା ସୁଭଦ୍ରାଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି ।ସେକହିଛନ୍ତି ଶେଷ ହିତାଧିକାରୀଙ୍କ ପର‌୍ୟ୍ୟନ୍ତ ନପହଞ୍ଚିବା ଯାଏଁ ଯୋଜନା ଚାଲିବା ୧୭ ତାରିଖକୁ ନେଇ ଭୟଭୀତ ହୁଅନିା ସବୁ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି ।

ଗଡିଲା ଦୁଇ ବନ୍ଦେ ଭାରତଏକ୍ସପ୍ରେସ୍

ରାଉରକେଲା୧୫ା୯(ଏସଏସନିଉଜ) ଓଡ଼ିଶାରୁ ଦୁଇ ବନ୍ଦେଭାରତ ଏକ୍ସପ୍ରେସ୍ ଗଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହା ସହିତ ରାଉରକେଲା-ହାୱଡ଼ା ବନ୍ଦେ ଭାରତର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ କରିଛନ୍ତି। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼ ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ନୟାଗଡ଼ ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ।ସେହିପରି ରାଉରକେଲା ଷ୍ଟେସନରୁ ପ୍ରଧାନମନ୍ତ୍ରୀ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ଏହି […]

ରାଜଧାନୀରେ ପହଞ୍ଚିଲେ ଏସପିଜି ଟିମ୍

ଭୁବନେଶ୍ୱର,୧୫/୯(ଏସଏସନିଉଜ)ଆଉ ୨ଦିନ ପରେ ଅର୍ଥାତ୍ ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଚଳଚଞ୍ଚଳ ହୋଇଛି ପ୍ରଶାସନିକ କଳ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରୁ ଏସପିଜି ଟିମ୍ ଓଡ଼ିଶା ଆସିଛନ୍ତି। ଗତକାଲି ୮ ଜଣିଆ ଏସପିଜି ଟିମ୍ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି । ଆଜି […]

୧୭ରେ ସ୍କୁଲ,କଲେଜ ଛୁଟି

ଭୁବନେଶ୍ୱର,୧୪/୯(ଏସଏସନିଉଜ)ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ । ଏଥିପାଇଁ ୧୭ରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି।ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ହୋଇଛି।BMC ଅଧୀନରେ ଥିବା ସରକାରୀ କାର୍ଯ୍ୟାଳୟଗୁଡିକ ପ୍ରଥମାର୍ଦ୍ଧ ଛୁଟି ହେବା ସହ ଦିନ ୨ଟା ଯାଏଁ ଅଫିସ ଚଳିବ। ରାଜସ୍ବ ଓ ମାଜିଷ୍ଟେରିଆଲ୍‌ କୋର୍ଟ ଛୁଟି ରହିବ।୧୭ରେ ଜନତା ମଇଦାନରେ ‘ସୁଭଦ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

ଯୁବବ୍ୟବସାୟୀଙ୍କ ଶ୍ରଦ୍ଧାଞ୍ଜଳୀସଭା

ବାରଙ୍ଗ,୧୪/୯(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଯୁବ ବ୍ୟବସାୟୀ ତନ୍ମୟ ମିଶ୍ର(୩୪)ନାମକ ବ୍ୟକ୍ତିଙ୍କର ଅକାଳ ବିୟୋଗ ଯୋଗୁ ମେଣ୍ଢାଶାଳ ବଜାର କମିଟି ତରଫରୁ ଦୁର୍ଗାପୂଜା ମଣ୍ଡପରେ ବ୍ୟବସାୟୀ ସଂଘର ସଦସ୍ୟ ମାନେ ଶନିବାର ଦିନ ଏକ ଶ୍ରଦ୍ଧାଞ୍ଜଳୀ ସଭା କରିଛନ୍ତି।ସ୍ବର୍ଗତତନ୍ମୟ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସ୍ବର୍ଗତ ମିଶ୍ର ଜଣେ ମେଲାପି,ବନ୍ଧୁବସ୍ୟଲ ଯୁବକ ରୂପେ ଗ୍ରାମରେ ବେଶ୍ ପରିଚିତ ଥିଲେ।କିଛି ମାସହେବ ସେ କ୍ୟାନସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ଗୁରୁବାର ତାଙ୍କ ବାସଭବନରେ ମୃତୁବରଣ କରିବାପରେ ବ୍ରାହ୍ମଣସମାଜ ତରଫରୁ ଏକ […]

ବିବାଦୀୟ ଜାଗାରୁ ଭାଙ୍ଗିଲା ପାଚେରୀ

ବାରଙ୍ଗ,୧୪/୯(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ଫକିରପଡା ଗାଁରେ ସରକାରୀ ଜାଗାରେ ହୋଇଥିବା ପାଚେରି ନିର୍ମାଣ କାର୍ଯ୍ୟକୁ ନେଇ ଦେଖାଦେଇ ଥିବା ବିବାଦ ଉପରେ ଶନିବାର ଦିନ ପୂର୍ଣ୍ଣଛେଦ ପଡ଼ିଛି।ଦୀର୍ଘ ୮ମାସର ବ୍ୟବଧାନ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି।ଶନିବାର ଦିନ ପୋଲିସ ସହାୟତାରେ ଜିଲ୍ଲା ପ୍ରଶାସନ ଫକିରପଡା ଗ୍ରାମବାସୀ ମାନେ ଅଭିଯୋଗ ଆଣିଥିବା ବିବାଦୀୟ ସରକାରୀ ଜାଗାରେ ହୋଇଥିବା ପାଚେରୀକୁ ଭଙ୍ଗିଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟଯେ,ଜାନୁୟାରୀ ମାସରେ ଫକିରପଡା ଗାଁରେ ଥିିବା ଫକିରପଡା ଓ ପାଟପୁର ମୌଜାର ଦୁଇଟି […]

ଶ୍ରୀକାନ୍ତ ହେବେ ପିସିସି ସଭାପତି!

ଭୁବନେଶ୍ୱର,୧୩ା୯(ଏସଏସନିଉଜ)କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ହୋଇପାରନ୍ତି ପିସିସି ସଭାପତି । କଂଗ୍ରେସ ଅଳିନ୍ଦରେ ଏବେ ଏଭଳି ଚର୍ଚ୍ଚା ଜୋରଧରିଛି । ଶ୍ରୀକାନ୍ତଙ୍କୁ ଦିଲ୍ଲୀରୁ ଡକରା ଆସିଥିବାବେଳେ ସେ ଅନେକ କେନ୍ଦ୍ରୀୟ ନେତାଙ୍କୁ ଭେଟିଥିବା ଜାଣିବାକୁ ମିଳିଛି । ରାଜନୀତିକ ଗୋଟିଚାଳନାରେ ଶ୍ରୀକାନ୍ତ ବେଶ୍‌ ମାହିର ।ତେଣୁ ତାଙ୍କୁ ଥରେ ପିସିସିସଭାପତି କରି ପରୀକ୍ଷାନୀରିକ୍ଷା କରିବାକୁ ରାହୁଲଗାନ୍ଧୀ ଯୋଜନାକରିଛନ୍ତି ବୋଲି ଚର୍ଚ୍ଚା ଯୋରଧରିଛି ।  

ପୁରୀବେଳାଭୂମିରେ ହେବନି ମଦ କୁଟୀର

ପୁରୀ,୧୩ା୯(ଏସଏସନିଉଜ)ପୁରୀବେଳାଭୂମିରେ ହେବନି ମଦ କୁଟୀର ।ଅବକାରୀ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ।ପୁରୀ ପୌରପାଳିକା ଅଧୀନରେ ମଦ କୁଟୀର ମନାାସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ନିଷ୍ପତ୍ତି ହୋଇଛି ।ଧାର୍ମିକ ଅନୁଷ୍ଠାନର ୫କିମି. ଭିତରେ ହେବନି ମଦ କୁଟୀର ବୋଲି କୁହାଯାଇଛି ।