ରାଜଧାନୀରେ ପହଞ୍ଚିଲେ ଏସପିଜି ଟିମ୍

ଭୁବନେଶ୍ୱର,୧୫/୯(ଏସଏସନିଉଜ)ଆଉ ୨ଦିନ ପରେ ଅର୍ଥାତ୍ ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଚଳଚଞ୍ଚଳ ହୋଇଛି ପ୍ରଶାସନିକ କଳ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରୁ ଏସପିଜି ଟିମ୍ ଓଡ଼ିଶା ଆସିଛନ୍ତି। ଗତକାଲି ୮ ଜଣିଆ ଏସପିଜି ଟିମ୍ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି । ଆଜି ଏସପିଜି ଟିମ୍ ଭେନ୍ୟୁ ସ୍ଥଳ ଜନତା ମଇଦାନ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା କାର୍ଯ୍ୟକ୍ରମ ରହିଛି।

Comments (0)
Add Comment