Browsing category

ରାଜନୀତି

ପଶ୍ଚିମବଙ୍ଗରୁ ଆସିଲା ୫ ଟ୍ରକ୍

ଭୁବନେଶ୍ବର,୮ା୮(ଏସଏସନିଉଜ)ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦-୬୦ ଟଙ୍କାରେ ପହଞ୍ଚିଲାଣି । ରାଜ୍ୟସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ।ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି।

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ଭୁବନେଶ୍ୱର,୮ା୮(ଏସଏସନିଉଜ) ଦୀର୍ଘ ଦିନର ଅସୁସ୍ଥତା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟଙ୍କ ଗୁରୁବାର ସକାଳେ କୋଲକାତାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଜୁଲାଇ ୨୯ ତାରିଖରେ ଭଟ୍ଟାଚାର୍ୟ୍ୟଙ୍କୁ ଆଲିପୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଏକାଧିକ ରୋଗ ସହ ସେ ନିମୋନିଆରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କୁ ଭେଣ୍ଟିଲେସନରେ ରଖିବାକୁ ପଡିଥିଲା।ବଙ୍ଗଳାରେ ୩୪ ବର୍ଷ ବାମପନ୍ଥୀ ଶାସନ କାଳରେ ଭଟ୍ଟାଚାର୍ୟ୍ୟ ଦ୍ୱିତୀୟ ଏବଂ ଶେଷ ସିପିଏମ […]

ପ୍ରତି ପଞ୍ଚାୟତରେ ଖୋଲିବ ‘ଜନ ଆରୋଗ୍ୟ ମନ୍ଦିର

  ଭୁବନେଶ୍ବର,୭/୮(ଏସଏସନିଉଜ) ପ୍ରତି ପଞ୍ଚାୟତରେ ଖୋଲିବ ଜନ ଆରୋଗ୍ୟ ମନ୍ଦିର। ଏଥିରେ ଜଣେ ଯୋଗ ଶିକ୍ଷକ ଓ ଅନ୍ୟ ଜଣେ ସହକାରୀ ଯୋଗ ଶିକ୍ଷକ ରହିବେ। ଏଠାରେ ସବୁ ପ୍ରକାର ମେଡିସିନ୍ ମହଜୁଦ ରହିବ। ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସେଠାରେ ଉପକୃତ ହେବେ। ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସହାୟତା ମିଳିପାରିବ। ଏହା ଫଳରେ ନିଜ ପଞ୍ଚାୟତ ଛାଡି ରୋଗୀଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ […]

ସରକାରୀ କର୍ମଚାରୀଙ୍କ ଉପରୁ ହଟିବ 5T ଚାର୍ଟର

ଭୁବନେଶ୍ବର,୭/୮(ଏସଏସନିଉଜ)ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବାବୁଙ୍କ ଉପରୁ ହଟିଛି 5T । ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର । 5T ଚାର୍ଟର ସହ ହଟିଲା ମୋ ସରକାର । କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ ହଟିଲା 5T । 5T ଚାର୍ଟର ହଟାଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ମନ୍ଦିର କାନ୍ଥଭୁଶୁଡ଼ି ଚାଲିଗଲା ୯ ଜୀବନ

ଭୁବନେଶ୍ୱର,୪ା୮(ଏସଏସନିଉଜ) ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରରେ ଥିବା ହରଦୌଲ ବାବାଙ୍କ ମନ୍ଦିରରେ ବଡ଼ ଅଘଟଣ ଘଟିଛି ।ଲଗାଣ ବର୍ଷାରେ ମନ୍ଦିର କାନ୍ଥ ଭୁଶୁଡ଼ିପଡିବାରୁ ୯ଜଣ ନୀରିହ ଶିଶୁଙ୍କର ଜୀବନ ଯାଇଛି।ଏଥିରେ ଆଉ କିଛି ପିଲା ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶ୍ରାବଣମାସ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଥିବାବେଳେ ବାବାଙ୍କ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମଚାଲିଥିଲା। ଏତିକିବେଳେ କାନ୍ଥ ହଠାତ୍ ଭୁଶୁଡ଼ିପଡିବାରୁ ଭଙ୍ଗା କାନ୍ଥ ତଳେ ୯ ଜଣ ପିଲା ଚାପି ହୋଇ […]

ସିଧା ବିମାନ ନଥିବାରୁ ରାସ୍ତାବାଟେ ଆଣିଲୁ-ରାଜସ୍ବ ମନ୍ତ୍ରୀ

ଭୁବନେଶ୍ଵର,୩/୭(ଏସଏସନିଉଜ)କେରଳ ୱାୟନାଡ୍‌ରେ ମୃତ ଡାକ୍ତର ବିଷ୍ଣୁଙ୍କ ମୃତଦେହ ଅଣାଯିବା ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସିଧା ବିମାନ ନଥିବାରୁ ରାସ୍ତାବାଟେ ଆଣିଲୁ ।ଓଡ଼ିଶାରୁ କୋଚିକୁ ସିଧା ବିମାନ ନାହିଁ।ୱାୟନାଡ଼ରୁ ୯୦ କିମି କୋଚିକୁ ରାସ୍ତାବାଟେ ଆଣିବାକୁ ପଡ଼ିଥାନ୍ତା।କୋଚିରୁ ବେଙ୍ଗଲୁରୁ ଆଣି ସେଠାରୁ ପୁଣି ଏକ ଫ୍ଲାଇଟରେ ଆଣିବାକୁ ପଡ଼ିଥାନ୍ତା।ସେଥିପାଇଁ ଆମ୍ବୁଲାନ୍ସରେ ସଡ଼କ ପଥରେ ଅଣାଯାଉଛି, ୩୦ ଘଣ୍ଟା ଲାଗିବ ବୋଲି କହିଛନ୍ତି।ମୃତ ଡାକ୍ତରଙ୍କ ପତ୍ନୀ ଡିସ୍‌ଚାର୍ଜ ପରେ ପରିବାର ଲୋକଙ୍କ ସହ […]

ଡେରାସ ଫାର୍ମ ପରିଦର୍ଶନ କଲେ ମନ୍ତ୍ରୀ

ମେଣ୍ଢାଶାଳ,୧/୮(ଏସଏସନିଉଜ) ଗୁରୁବାର ପୂର୍ବାହ୍ନରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇ ଡେରାସ ଫାର୍ମ ସ୍ତିତ ବି ୱାନ ଚିଙ୍ଗୁଡ଼ି ପ୍ରସେଶିଂ ପ୍ଲାଣ୍ଟ ପରିଦର୍ଶନ କରିଥିଲେ।ପ୍ଲାଣ୍ଟ ରେ କିଭଳି କାର୍ଯ୍ୟ ହେଉଛି ସେ ବିଷୟ ରେ ପଦାଧିକାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ମନ୍ତ୍ରୀଙ୍କୁ ପ୍ଲାଣ୍ଟ ର ପଦାଧିକାରୀମାନେ ସ୍ବାଗତ କରିନେଇଥିଲେ।ମନ୍ତ୍ରୀ ପ୍ରାୟ ୨ଘଣ୍ଟା ରହି ଫେରିଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ଆରମ୍ଭ ହେଲା ବିଜେପି-ବିଜେଡ଼ି ବାକ୍‌ଯୁଦ୍ଧ

ଭୁବନେଶ୍ବର, ୧ା୮(ଏସଏସନିଉଜ) ମମତାଙ୍କ ଇସ୍ତଫାକୁ ନେଇ ବିଜେପି-ବିଜେଡ଼ି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି ।ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି । ଦଳ ମୋର ସେବାର ଆବଶ୍ୟକତା ଅନୁଭବ କରୁ ନ ଥିବାରୁ ବିଜେଡ଼ି ଛାଡୁଥିବା ନେଇ ସୋସିଆଲ ମିଡ଼ିଆରେ ମମତା ଦର୍ଶାଇଥିଲେ । ତେବେ ଏହିଘଟଣାପଛରେ ବିଜେପିର ହାତ ଥିବା ବିଜେଡ଼ି ନେତା ଅଭିଯୋଗ କରିଛନ୍ତି ।କିନ୍ତୁ ବିଜେଡ଼ିରେ ସ୍ବାଧୀନତା ନ ଥିଲା, କିଛି ଲୋକ ଦଳ ଚଲାଉଥିଲେ ବୋଲି […]

ବର୍ଷାସାଜିଲା କାଳ

ବାରଙ୍ଗ,୨୯ା୭(ଏସଏସନିଉଜ)ରାଜ୍ୟରେ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷାରେ ଭାଙ୍ଗିଯାଇଛି ବୃଦ୍ଧ ଦମ୍ପତିଙ୍କ ଛାତଘର।ଘର ଭାଙ୍ଗିଯିବା ଫଳରେ ଅନେକ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏହିଭଳି ଘଟଣା ବାରଙ୍ଗବ୍ଲକ ଅନ୍ତର୍ଗତ ଦାଢ଼ାପାଟଣା ପଞ୍ଚାୟତର କାନପୁର ଗ୍ରାମରେ ଦେଖିବାକୁ ମିଳିଛି।ଏହି ଗ୍ରାମର ମନମୋହନ ବେହେରା ନାମକ ବୃଦ୍ଧ ନିଜ ପତ୍ନୀଙ୍କ ସହ ବହୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୁରୁଣା କୋଠାଘରେ ଦୀର୍ଘଦିନ ହେବ ରହି ଆସୁଥିଲେ। ବୃଦ୍ଧ ଜଣକ ଏହି ପରିଣତ ବୟସରେ ଗ୍ରାମ ନିକଟରେ ଏକ ଛୋଟଦୋକାନଟିଏ କରି […]

୧୦ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨୮ା୭(ଏସଏସନିଉଜ) ୧୦ ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତିାପଞ୍ଜାବ ଓ ଚଣ୍ଡିଗଡ଼ର ନୂଆ ରାଜ୍ୟପାଳ ହେଲେ ଗୁଲାବ ଚାନ୍ଦ କଟରିଆାରାଜସ୍ଥାନର ନୂଆରାଜ୍ୟପାଳ ହେଲେ ହରିଭାଓ କିଷାନରାଓ ବାଗ୍‌ଦୋପଞ୍ଜାବର ନୂଆରାଜ୍ୟପାଳ ହେଲେ ଗୁଲାବ ଚାନ୍ଦ କଟରିଆାହରିଭାଓ କିଷାନରାଓ ବାଗଦେ ରାଜସ୍ଥାନର ନୂଆ ରାଜ୍ୟପାଳ ହୋଇଥିବାବେଳେ ଜିଷ୍ଣୁଦେବ ବର୍ମାଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ନିଯୁକ୍ତି ମିଳିଛି ।ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇଥିବାବେଳେ ସନ୍ତୋଷ କୁମାର ଗାଙ୍ଗୱାର ହେଲେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଛନ୍ତି ।ବିଶ୍ବଭୂଷଣ ହରିଚନ୍ଦନଙ୍କ ବଦଳରେ […]