Browsing category

ରାଜନୀତି

ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ 

ଭୁବନେଶ୍ଵର,୮ା୬(ଏସଏସନିଉଜ)ବିଜେଡି ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି ଦଳ ଛାଡ଼ି ପଦ୍ମ ଧରିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ବିଜେପିକୁ ନିଜର କରିଛନ୍ତି ପ୍ରସନ୍ନ।ବିଜେଡି ଟିକେଟ ନ ଦେବାରୁ ଅସନ୍ତୁଷ୍ଟ ଥିଲେ ବୋଲି ସେ କହିଛନ୍ତି।

ମହାପ୍ରଭୂଙ୍କ ଦର୍ଶନ କଲେ ନବନିର୍ବାଚିତ ବିଧାୟକ

ଭୁବନେଶ୍ଵର,୮ା୬(ଏସଏସନିଉଜ) ବିଜେପି ବିଧାୟକମାନେ ବିଜୟ ମୁକୁଟ ପିନ୍ଧିଲା ପରେ ପୁରୀଯାଇ ଜଗନ୍ନାଥମହାପ୍ରଭୂଙ୍କ ଦର୍ଶନ କରିଛନ୍ତି ।ଶ୍ରୀକ୍ଷେତ୍ରରେ ଜଗତରନାଥ ,କାଳିଆ ଠାକୁର, ପତିତପାବନ, ନୀଳାଞ୍ଚଳ ନିବାସୀ, ପରମାତ୍ମା , ନୀଳ କନ୍ଦ୍ରେରେଶ୍ୱେର , ମାଧବ , ପୁଣ୍ଡରିକାକ୍ଷ୍ୟ ଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି । ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ନେଇ ସଂକଳ୍ପ ନେଇଥିବା ସୂଚନା ।  

ନିଲମ୍ବନ ହଟିଲା

ଭୁବନେଶ୍ଵର,୮ା୬(ଏସଏସନିଉଜ) କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ ।ମୁଖ୍ୟସଚିବ ପ୍ରଦୀପ ଜେନାଙ୍କୁ ରିପୋର୍ଟ କରିବେ କୁଟ୍ଟେ ।ଓଚଝ ଆଶୀଷ ସିଂ ଶାରୀରିକ ଓ ମାନସିକ ସୁସ୍ଥାଭୁଲ ତଥ୍ୟ ପାଇଁ ଆଶୀଷ ସିଂ ଉପରେ ହୋଇପାରେ ଆକ୍ସନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଲେ ସୂଚନାା

କାହାକୁ ଛଡ଼ାଯିବନି,ସମସ୍ତେ ଜେଲ୍ ଯିବେ

ଭୁବନେଶ୍ଵର,୬ା୬(ଏସଏସନିଉଜ) ବିଜେପିର ବିପୁଳ ବିଜୟ ପରେ ଜୟନାରାୟଣମିଶ୍ର ପ୍ରେସମିଟ୍ କରିଛନ୍ତି ।ସେକହିଛନ୍ତି ଲୋକଙ୍କ ଭିତରେ କ୍ରୋଧ ଥିଲା, ଡାକ୍ତର , ଶିକ୍ଷକ ନାହାନ୍ତି , ଧାନମଣ୍ଡି ଇସ୍ୟୁ ତାସାଙ୍ଗକୁ ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ , କିନ୍ତୁ ବିକଳ୍ପ ନଥିଲା , ଲୋକେ ବିକଳ୍ପ ଖୋଜୁଥିଲେ ଆମେ ସଫଳ ହେଲୁ । ମୁଁ ଯେଉଁଦିନ ବିରୋଧୀ ଦଳର ନେତା ହେଲି ସେଦିନଠାରୁ କହୁଛି ବିଜେପି ଜିତିବ। ମୋ କଥା ଆଜି ସତ୍ୟ ହୋଇଛି। ଅନେକ […]

BSKY ଚାଲୁ ରହିଛି-ମୁଖ୍ୟସଚିବ

ଭୁବନେଶ୍ଵର,୬ା୬(ଏସଏସନିଉଜ) ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଲା ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟସଚିବ ଶାଳିନୀପଣ୍ଡିତ କହିଲେ ଜାରି ରହିଛି ଯୋଜନା , ବଳବତ୍ତର ଅଛି ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାରଙ୍କ ଏମଓୟୁ ।ରାଜ୍ୟରେ BSKY ଚାଲୁ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟସଚିବାଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସ୍ପଷ୍ଟୋକ୍ତି କରିଛନ୍ତି ।ସେକହିଛନ୍ତି BSKY ଚାଲୁ ରହିଛି, ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ଅଛିା BSKY ହିତାଧିକାରୀଙ୍କୁ […]

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା

ଭୁବନେଶ୍ୱର,୫।୬(ଏସଏସନିଉଜ)କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ।ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା ରହିଥିବାବେଳେ ଚର୍ଚ୍ଚାରେ ଗିରିଶ ମୁର୍ମୁଙ୍କ ନାଁ ରହିଛି। ଓଡ଼ିଶାରେ ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। କିଏ ହେବେ ତାହା ଏବେ କହିବା ଅସମ୍ଭବ ହୋଇଥିବାବେଳେ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ […]

ମୋଦିଙ୍କୁ ପ୍ରଧାନମନ୍ତ୍ରୀପ୍ରାର୍ଥୀ ମନୋନୀତ କଲେ

ଭୁବନେଶ୍ୱର,୫।୬(ଏସଏସନିଉଜ)ଏନ୍‌ଡିଏ ସହଯୋଗୀଦଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମନୋନୀତ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।ଏଥିରେ ବିହାରମୁଖ୍ୟମନ୍ତ୍ରୀ ନୀତୀଶକୁମାର ଏବଂ ଟିଡିପିମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଉପସ୍ଥତି ଥିଲେ। ଏନ୍‌ଡିଏସରକାର ଗଠନ ନୀତୀଶକୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ଭାଜପାକୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି।ଏହାସହ ମୋଦିଙ୍କୁ ପ୍ରଧାନମନ୍ତ୍ରୀପ୍ରାର୍ଥୀ ଭାବେ ଏନ୍‌ଡିଏର ସହଯୋଗୀ ଦଳ ମନୋନୀତ କରିଥିଲେ।ଏହି ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ଏନ୍‌ଡିଏର […]

ଏଥର ନିର୍ବାଚନରେ ହାରିଲେ ୩ଦଳ ମୁଖିଆ

ଭୁବନେଶ୍ୱର,୫ା୬(ଏସଏସନିଉଜ) ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ୭୮ବିଧାନସଭା ସହ ୨୦ଲୋକସଭା ସିଟ୍ ହାତେଇ ସରକାର ଗଠନ କରିବାକୁ ଯାଉଛି ।ତେବେ ଶାସକ ବିଜେଡି ୫୧ବିଧାନସଭା ସିଟ୍ ଜିତିଥିବା ବେଳେ ଲୋକସଭାରେ ଖାତା ବି ଖୋଲି ପାରିନି। ହେଲେ ରାଜ୍ୟ କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ ବିଜୟୀ ହୋଇଛି। ସବୁଠାରୁ ବଡକଥାହେଲା ୩ଦଳର ସଭାପତି ଏହି ନିର୍ବାଚନୀ ବୈତରଣୀ ପାର୍ କରିପାରିନାହାନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ବ୍ୟୋମକେଶ […]

ବିଜେଡିକୁ ପଛରେପକାଇ ବହୁମତପାଇଲା ବିଜେପି

ଭୁବନେଶ୍ୱର,୪।୬(ଏସଏସନିଉଜ)ଶାସକ ବିଜେଡିକୁ ପଛରେ ପକାଇ ବହୁମତ ପାଇଲା ବିଜେପି ।ଖୋଲିଲା ବିଜେପିର ଭାଗ୍ୟର ପେଡ଼ି ।ମୋଟ୍ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ ପାଇଥିବାବେଳେ ୫୧ ଆସନରେ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଂଗ୍ରେସକୁ ୧୪, ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ ଓ ସିପିଆଇଏମ୍‌କୁ ଗୋଟିଏ ଆସନ ମିଳିଛି ।ଏହାଫଳରେ ନବୀନଙ୍କ ରାଜନୈତିକ ଜୟଯାତ୍ରାରେ ଲାଗିଛି ବିରାମ ।ବିଶେଷକରି କଣ୍ଟାବାଞ୍ଜୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକାମ୍ର ଭୁବନେଶ୍ୱରରୁ ଅଶୋକ ପଣ୍ଡା, ବଡ଼ମ୍ବା ଆସନରୁ […]

ଆଜି ଆସିବ ଜନାଦେଶ

ଭୁବନେଶ୍ୱର,୪।୭(ଏସଏସନିଉଜ)ପ୍ରତୀକ୍ଷାର ଅନ୍ତ ହେବ।ଆଜି ଆସିବ ଜନାଦେଶ।ଖୋଲିବ ଇଭିଏମ୍ ପେଡି।ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ। କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ କ୍ଷମତା ? ଆଜି ଲୋକସଭା ସମେତ ଓଡ଼ିଶା ବିଧାନସଭା ନିର୍ବାଚନର ଆସିବ ରେଜଲ୍ଟ।