Browsing category

ରାଜନୀତି

ଧୀରେ ଚଲାନ୍ତୁ ଗାଡି

ବାରଙ୍ଗ,୨୬।୬ (ଏସଏସନିଉଜ)ଧିରେଧିରେ ଏବେ ମୌସୁମୀ ଜନିତ ବର୍ଷା ହେବାକୁ ଆରମ୍ଭ କଲାଣି।ସାମାନ୍ୟ ବର୍ଷାରେ ରାସ୍ତାପାର୍ଶ୍ଵରେ ଆଣ୍ଠୁଏ ପାଣି ଜମି ରହୁଛି।ଗୋଟେପଟେ ରାସ୍ତାକଡରେ ବାଲି ଜମି ରହୁଥିବାବେଳେ ବର୍ଷାପାଣି ଜମି ରହିବାରୁ ଯାତାୟତରେ ବାଧକ ଦେଖାଦେଇଛି।ଯାହାଫଳରେ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି।ଏହିଭଳି ଦୃଶ୍ୟ ବାରଙ୍ଗ ଅଂଚଳର ବିଭିର୍ଣ ଜାଗାରେ ଦେଖିବାକୁ ମିଳିଛି।ତ୍ରିଶୂଳିଆ ବଜାରରେ ଟ୍ରାଫିକ ଛକ ଉପରେ ବର୍ଷାପାଣି ଜମି ରହିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତାରେ ଲୋକମାନେ ଚାଲିକି ଯିବା ତ ତୁର […]

ଝୁଲିକି ଅଛି ରେଳସୁରକ୍ଷା ବାଡ଼

ବାରଙ୍ଗ,୨୬।୬(ଏସଏସନିଉଜ) କଣ୍ଟାପାଟଣା ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ପାର୍ଶ୍ଵରେ ଥିବା ରେଳ ଅଣ୍ଡର ପାସ ପୂର୍ବରୁ ରହିଥିବା ସୁରକ୍ଷା ବାଡ଼କୁ ମଙ୍ଗଳବାର ବିଳମ୍ୱିତ ରାତିରେ ଏକ ଅଜଣା ଗାଡ଼ି ଧକ୍କା ଦେଇଛି। ଗାଡ଼ି ଧକ୍କାରେ ସୁରକ୍ଷା ବାଡ଼ଟି ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରକୁ ଢ଼ଳି ହୋଇ ରହିଥିବାର ଦେଖିବାକୁ ମିଳିଛି।ଯାହାଫଳରେ ଏହି ବାଟଦେଇ ଯାତାୟତ କରୁଥିବା ଜନସାଧାରଣ ଏବଂ ଯାନବାହନ ପ୍ରତି ବିପଦ ସୃଷ୍ଟି କରୁଛି। ରେଳ ଅଣ୍ଡର ପାସ ତଳେ ଅଧିକ ଉଚ୍ଚତା ଥିବା […]

ଶାଗ ପଖାଳ ଖାଇଲେ ,ଲୋକଙ୍କ କଥା ବୁଝିଲେ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ। ଭାବବିହ୍ୱଳ ମଧ୍ୟ ହୋଇଥିଲେ।ରାଇକଳାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏଇ ଗାଁ ମାଟିର ପୁଅ। ଏଇ ଗାଁର ପିଲାମାନଙ୍କ ସହିତ ସେ ଖେଳିଛନ୍ତି, ବୁଲିଛନ୍ତି, ପର୍ବପର୍ବାଣୀ ପାଳନ କରିଛନ୍ତି। ଏଇ […]

ନିଆରା ଜନ୍ମଦିନ ପାଳନ

  ବାରଙ୍ଗ,୨୨।୬(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଦଢ଼ା ପଂଚାୟତର ବ୍ୟୟଜେଷ୍ଟ ମୁରବି ତଥା ବିଜେଡିର କୃଷକ ନେତା ଭଗବାନଜେନା ତାଙ୍କ ଜନ୍ମଦିନକୁ ନିଆରା ଭାବେ ପାଳନ କରିଛନ୍ତି।୮୯ବର୍ଷରେ ପଦାର୍ପଣ କରିଥିବା ଜେନା ଶନିବାରଦିନ ଜନ୍ମଦିନ ଅବସରରେ ତାଙ୍କ ଘରପାଖ ରାସ୍ତାକଡ଼ରେ ବିଭିର୍ଣ ପୁଷ୍ପ ଓ ଫଳ ପ୍ରଦାନକାରି ବୃକ୍ଷ ଲଗାଇ ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ିପାଇଁ ଆଵଶ୍ୟକତା ଥିବାର ବାର୍ତା ଦେଇଛନ୍ତି।ନିରାଡ଼ମ୍ବର ଭାବେ ପାଳନ କରିଥିବା ଏହି ଜନ୍ମଦିନରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ […]

ନୂଆ ବାଚସ୍ପତି ହେଲେ ସୁରମାପାଢ଼ୀ

ଭୁବନେଶ୍ୱର,୨୦।୬(ଏସଏସନିଉଜ) ଓଡ଼ିଶାର ସପ୍ତଦଶ ବିଧାନସଭାର ନୂଆବାଚସ୍ପତି ସୁରମା ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆପଣ ଏହି ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗାରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ […]

ଏଟିଏମ୍‌ରୁ ବାହାରିବ ଚାଉଳ

ଭୁବନେଶ୍ୱର,୨୦।୬(ଏସଏସନିଉଜ) ରାଜ୍ୟରେ ନୂଆ ସରକାର ଆସିବ ପରେ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନେଉଛନ୍ତି।କଣ୍ଟ୍ରୋଲଚାଉଳ ଆଣିବା ପାଇଁ ଏଣିକି ଦୋକାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ାହେବାକୁ ପଡ଼ିବ ନାହିଁ। ଏଟିଏମ୍‌କୁ ଗଲେ ଚାଉଳ ନେଇକି ଆସିବେ। ‌ଏଟିଏମ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ। ରାଜ୍ୟ ସରକାର ଏଭଳିବ୍ୟବସ୍ଥା କରିବାକୁ ଯାଉଛନ୍ତି। ସେହିପରି ନିର୍ବାଚନସମୟରେ ଘୋଷଣା ଅନୁସାରେ ଚଳିତ ଖରିଫଋତୁରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର […]

ତ୍ରିଲୋଚନମହାନ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମସଚିବ

ଭୁବନେଶ୍ୱର,୧୮ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ନିଯୁକ୍ତି ପାଇଛନ୍ତି। ସେ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ଦୁଇମାସ ତଳେ କେନ୍ଦୁଝର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। କିଛିମାସ ମଧ୍ୟରେ ସେ ସାଧାରଣ ଲୋକଙ୍କ ପାଇଁ କାମ କରି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ।ବିଶେଷ କରି ନିର୍ବାଚନ ସମୟରେ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିରପେକ୍ଷ ହୋଇ କାମ କରି ପ୍ରଶଂସିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ […]

ବିବାହ କଲେ ନବୀନଙ୍କ ପୁତୁରା

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ବାହାହେଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ବିବାହ କଲେ ଅରୁଣ । ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ବାପା ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ । ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ ।କିଛିଦିନ ତଳେ ଓଡ଼ିଶା ଆସିଥିଲେ, ନବୀନଙ୍କ ପରେ ବିଜେଡ଼ିର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଥିଲାା

କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଦାୟିତ୍ଵ ଗ୍ରହଣପରେ ଆଜି ପ୍ରଥମଥରପାଇଁ କଟକ ଗସ୍ତକରି ପୂଜ୍ୟ ପୂଜାର ଧାରା ଜାରୀ ରଖିଛନ୍ତି।କଟକର ଓଡ଼ିଆ ବଜାରଠାରେ ନେତାଜୀ ଜନ୍ମପୀଠ ପରିଦର୍ଶନକରି ସେ ନେତାଜୀ ସୁବାସଚନ୍ଦ୍ରବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ନେତାଜୀ ମ୍ୟୁଜିଅମ୍ ପରିଦର୍ଶନ କରି ତାଙ୍କ ବାଲ୍ୟକାଳର ବ୍ୟବହୃତ ଦ୍ରବ୍ୟ ଗୁଡ଼ିକ ଦେଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେନେତାଜୀ ଙ୍କ ଜନ୍ମ ସ୍ଥାନ କୁ ଆସିବା ମୋ ପାଇଁ ଗର୍ବ ଓ ଗୌରବର କଥା।ଦେଶର ସ୍ବାଧୀନତାରେ ନେତାଜୀଙ୍କ ଅବଦାନ […]

ମାଟିରେ ମିଶିଲା ଜଗନଙ୍କ ବାସଭବନ!

ଭୁବନେଶ୍ୱର,୧୭।୬(ଏସଏସନିଉଜ)ମାଟିରେ ମିଶିଯାଇଛି ଜଗନଙ୍କ ବାସଭବନ।ବୁଲଡୋଜର ବୁଲିଛି ଓ ଘର ମଧ୍ୟ ଭାଙ୍ଗି ତାଡ଼ି ଦିଆଯାଇଛି। ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ବାସଭବନରେ ବୁଲିଲା ବୁଲଡୋଜର। ବେଆଇନ ଭାବେ ଘର ନିର୍ମାଣକୁ ନେଇ ଗ୍ରେଟର ହାଇଦ୍ରାବାଦ ମୁନସିପାଲ କର୍ପୋରେସନ ବା ଜିଏଚଏମସି ଜଗନଙ୍କ ଘରକୁ ଭାଙ୍ଗି ଧୂଳିସାତ କରିଛି। ଯାହାକୁ ନେଇ ଆନ୍ଧ୍ର ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି।