ବାରଙ୍ଗ,୨୬।୬(ଏସଏସନିଉଜ) କଣ୍ଟାପାଟଣା ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ପାର୍ଶ୍ଵରେ ଥିବା ରେଳ ଅଣ୍ଡର ପାସ ପୂର୍ବରୁ ରହିଥିବା ସୁରକ୍ଷା ବାଡ଼କୁ ମଙ୍ଗଳବାର ବିଳମ୍ୱିତ ରାତିରେ ଏକ ଅଜଣା ଗାଡ଼ି ଧକ୍କା ଦେଇଛି। ଗାଡ଼ି ଧକ୍କାରେ ସୁରକ୍ଷା ବାଡ଼ଟି ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରକୁ ଢ଼ଳି ହୋଇ ରହିଥିବାର ଦେଖିବାକୁ ମିଳିଛି।ଯାହାଫଳରେ ଏହି ବାଟଦେଇ ଯାତାୟତ କରୁଥିବା ଜନସାଧାରଣ ଏବଂ ଯାନବାହନ ପ୍ରତି ବିପଦ ସୃଷ୍ଟି କରୁଛି। ରେଳ ଅଣ୍ଡର ପାସ ତଳେ ଅଧିକ ଉଚ୍ଚତା ଥିବା ଯାନବାହନ ଯାତାୟତ ନକରିବା ପାଇଁ ଏହି ସୁରକ୍ଷା ବାଡ଼ଟି ଲଗାଯାଇଥିଲା। ପ୍ରତ୍ୟହ ଏହି ରାସ୍ତାରେ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି। ସୁରକ୍ଷା ବାଡ଼ଟି ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତାକୁ ଢ଼ଳି ହୋଇ ରହିବା ଫଳରେ ଯାତାୟତ ପାଇଁ ନିରାପଦ ମଣୁ ନାହାନ୍ତି।