Browsing category

ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬ (ଏସଏସନିଉଜ) ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ିଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମନ୍ତ୍ରୀଙ୍କୁ ଭେଟିଲେ ଅବକାରୀ ଅଧିକାରୀସଂଘ

ଭୁବନେଶ୍ୱର,୧୭।୬(ଏସଏସନିଉଜ)ଆଜି ଅବକାରୀ ଅଧିକାରୀ ସଂଘର କର୍ମକର୍ତ୍ତା ମାନେ ଅବକାରୀମନ୍ତ୍ରୀ ପୃଥ୍ୱୀରାଜହରିଚନ୍ଦନଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଏବଂ ଏହି ସମୟରେ ମନ୍ତ୍ରୀ ବିଭାଗର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହିତ ବିଭାଗର କିପରି ଉନ୍ନତି କରଣ କରାଯାଇପାରିବ ଓ ଅଧିକାରୀ ମାନଙ୍କର କିପରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଇ ପାରିବ ସେହି ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ବିଭାଗର ବିଭିନ୍ନ କାର୍ଯ୍ୟକୁ ତତ୍ପରତାର ସହିତ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ନିର୍ଦେଶ ମଧ୍ୟ […]

ଗାଡ଼ିଅଟକାଇ କୁନିଝିଅ ହାତରୁ ଫୁଲତୋଡ଼ାନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୬(ଏସଏସନିଉଜ)ରାସ୍ତାରେ ଗାଡ଼ି ଅଟକାଇ କୁନି ଝିଅ ହାତରୁ ଫୁଲ ତୋଡ଼ା ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ରାଜ୍ୟ ସଂଗ୍ରହାଳୟକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ରାସ୍ତାକଡ଼ ରେ ଛିଡ଼ା ହୋଇଥିଲା କୁନି ଝିଅ।ଅନ୍ୟପଟେ ରଜ ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା।ପହିଲି ରଜରେ ଓଡ଼ିଶାବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଗଣ ପର୍ବ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ।Xରେ ପୋଷ୍ଟ କରି ରାଜ୍ୟବାସୀଙ୍କୁ […]

ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ନେଇ ପୃଥ୍ୱୀରାଜଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୧୪।୬(ଏସଏସନିଉଜ)ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର।ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ନେତାମାନେ ମଧ୍ୟ ଶପଥ ନେଇସାରିଛନ୍ତି।କାହାକୁ କେଉଁ ଦାୟିତ୍ୱ ମିଳିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।କାହାକୁ କେଉଁ ବିଭାଗ ମିଳିବ ନିଷ୍ପତି ସରିଛି ବୋଲି କହିଛନ୍ତି ପୃଥ୍ୱୀରାଜ।କୌଣସି ମୁହୂର୍ତ୍ତରେ ରାଜ୍ୟପାଳଙ୍କ ଅଫିସରୁ ଲିଷ୍ଟ ଆସିପାରେ ବୋଲି କହିଛନ୍ତି।

ସୁରନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ୱର,୧୪।୬(ଏସଏସନିଉଜ)ବରିଷ୍ଠ ରାଜନେତା ସୁର ନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଭୁବନେଶ୍ବର ବାସଭବନରେ ଭେଟିବା ସହ ସୁରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ବିଶ୍ବଭୂଷଣ ।

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ଭୁବନେଶ୍ୱର,୧୨ା୬(ଏସଏସନିଉଜ) ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି ।ତାଙ୍କସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଓ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମୋହର ନାଜିଛି । ଆସନ୍ତାକାଲି ସକାଳେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ମଙ୍ଗଳ ଆଳତି ପରେ ଖୋଲାଯିବ । ମନ୍ତ୍ରୀମାନଙ୍କ ଉପସ୍ଥିତିରେ ୪ ଦ୍ୱାର ଖୋଲାଯିବ ବୋଲି କ୍ୟାବିନେଟ୍ ବୈଠକ […]

ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୬(ଏସଏସନିଉଜ) ଶେଷ ହେଲା ସସପେନ୍ସ । ଆସିଲା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାଁ । ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ବାଜିଲା ମୋହର । ଆସନ୍ତାକାଲି ଭୁବନେଶ୍ବର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ନେବେ ଶପଥ । ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓଙ୍କନାମ ଘୋଷଣା କଲେ ରାଜନାଥ ସିଂହ । ବିଧାୟକ ଦଳ ନେତା […]

ଭୁବନେଶ୍ୱରରେ ପହଁଚିଲେ ରାଜନାଥ ସିଂହ

ଭୁବନେଶ୍ୱର,୧୧।୬(ଏସଏସନିଉଜ)ବିଜେପିରେ କିଏ ହେବେ ମୁଖ୍ୟମନ୍ତ୍ରୀ ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ପୁଣି ୧୨ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାପାଇଁ ଜନତା ମଇଦାନରେ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି।ନୂଆ ମୁଖ୍ୟମନ୍ତ୍ରୀ ବାଛିବାପାଇ ଓଡିଶାରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ରାଜନାଥସିଂ ଓ ଭୂପିନ୍ଦର ଯାଦବ। ଅପରାହ୍ଣରେ ବିଧାୟକଦଳ ବୈଠକରେ ନେତା ବାଛିବା ନେଇ ବିଜୟୀ ବିଧାୟକଙ୍କ ସହ ଆଲୋଚନା କରି ସାଢେ ୪ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିବ । ପାର୍ଟିକାର୍ଯ୍ୟାଳୟରେ ବିଜୟୀ ବିଧାୟକ, ବରିଷ୍ଠ ନେତା ପହଂଚିବାକୁ […]

ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ

ଭୁବନେଶ୍ୱର,୯ା୬(ଏସଏସନିଉଜ) ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଆଜି ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । କ୍ୟାବିନେଟ ମନ୍ତ୍ରୀଭାବେ ଦ୍ୱିତୀୟ ସ୍ଥାନରେ ରାଜନାଥ ସିଂହ ,ତୃତୀୟ ସ୍ଥାନରେ […]

୧୨ରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’

ଭୁବନେଶ୍ୱର,୯।୬(ଏସଏସନିଉଜ)ଆସନ୍ତା ୧୨ ତାରିଖ ବୁଧବାର ସଂଧ୍ୟାରେ ଭୁବନେଶ୍ବର ରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍‌ ସୋ’ କରିବେ lରୋଡ୍‌ ସୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ କୁ ଆସିବେ ବୋଲି ଜଣାପଡିଛି ।