Browsing category

ରାଜନୀତି

ଅଶ୍ୱିନୀବୈଷ୍ଣବ ପୁଣି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର,୧୪ା୨(ଏସଏସନିଉଜ) କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ତୃତୀୟ ଚେହେରା ହୋଇଛନ୍ତି ।ତାଙ୍କୁ ବିଜେଡି ପୁଣି ଥରେ ସମର୍ଥନ ଦେଇଥିବାନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ପ୍ରେସ୍ ବିଜ୍ଞପ୍ତି ଜରିଆରେ ନବୀନ ଏହି ସମର୍ଥନ ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ ବିଜେଡି ରାଜ୍ୟସଭା ନିର୍ବାଚନପାଇଁ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା କରିଥିଲା। ତେବେ ୩ୟ ବ୍ୟକ୍ତି ଭାବେ ଓଡିଶାରୁ କିଏ […]

ହାତ ଛାଡ଼ିଲେ ପୂର୍ବତନ ବିଧାୟକ

କେନ୍ଦ୍ରାପଡ଼ା ,୧୪ା୨(ଏସଏସନିଉଜ) ରାଜନଗରର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ଶେଷରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ପୂର୍ବତନମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସୁପୁତ୍ର ଅଂଶୁମାନମହାନ୍ତି ୨୦୧୪ରୁ ୨୦୧୯ ଯାଏ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥଲେ।ଗତକିଛିମାସ ତଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା ଅଂଶୁମାନଙ୍କ ଗାଁରେ ପହଁଚି ନଳିନୀ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି […]

ନୂଆଦାୟିତ୍ୱ ପାଇଲେ ସଂତୃପ୍ତ ମିଶ୍ର

ଭୁବନେଶ୍ୱର,୯ା୨(ଏସଏସନିଉଜ) ବିଜେଡିରେ ଯୋଗଦେଇଛନ୍ତି ଆଦିତ୍ୟବିର୍ଲା ଗ୍ରୁପର ପୂର୍ବତନ ମାନବସମ୍ବଳ ନିର୍ଦ୍ଦେଶକ ସଂତୃପ୍ତ ମିଶ୍ର। ଆଜି ନବୀନନିବାସ ଯାଇ ସେ ବିଜେଡିରେ ସାମିଲ ହୋଇଛନ୍ତି।ଦଳରେ ସାମିଲହେବାପରେ ତାଙ୍କୁ ବିଜେଡିର ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ମିଳିଛି । ବିଜେଡିରେ ମିଶିବା ପରେ ସଂତୃପ୍ତଙ୍କ ପ୍ରତିକ୍ରିୟାରେ କହଛନ୍ତି ଓଡ଼ିଶା ପାଇଁ କିଛି କରିବାର ସ୍ୱପ୍ନ ଥିଲା ।ଓଡ଼ିଶା ପାଇଁ କାମ କରିବା ଭାଗ୍ୟର କଥା ।ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ମୋ ପାଇଁ ପ୍ରେରଣା ଓ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆକୃଷ୍ଟ କରିଛି ବୋଲି […]

ବିଜେଡ଼ିକୁ ଟପିବ ବିଜେପି:-ସର୍ଭେ

ଭୁବନେଶ୍ୱର,୭।୨(ଏସଏସନିଉଜ)ଟାଇମ୍ସ ନାଓ ସର୍ଭେରେ ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି ବୋଲି ଆକଳନ କରାଯାଇଛି।ଲୋକସଭାରେ ବିଜେଡିକୁ ୯ ଓ ବିଜେପିକୁ ୧୧ସିଟର ଆକଳନ କରାଯାଇଛି।କଂଗ୍ରେସର ସଫଳତା କେବଳ ଗୋଟିଏ ସିଟ୍‌ରେ ସୀମିତ ବୋଲି ଆକଳନରେ ଜଣାପଡିଛି। ଲୋକସଭାରେ ବିଜେଡିକୁ ୪୦.୪% ଓ ବିଜେପିକୁ ୪୪.୮% ଭୋଟ୍‌ ଓକଂଗ୍ରେସକୁ ୯.୬% ଓ ଅନ୍ୟାନ୍ୟ ଦଳକୁ ୫.୨% ଭୋଟ ସମ୍ଭାବନା ରହିଛି।ବିଧାନ ସଭାରେ ବିଜେଡ଼ି ଏକକ ବୃହତ୍ତମ ଓ ୨ୟରେ ରହିବ ବିଜେପି ବୋଲି ସର୍ଭେରୁ ଜଣାପଡିଛି।

ଆକ୍ସନମୁଡରେ ଇଡ଼ି

ଭୁବନେଶ୍ୱର,୭ା୨(ଏସଏସନିଉଜ) ଉତ୍ତରାଖଣ୍ଡର କଂଗ୍ରେସର ଜଣେ ଟାଣୁଆନେତା ଭାବେ ବେଶ୍ ଜଣାଶୁଣି ହରକସିଂହଙ୍କ ଘର ସମେତ ଏକାସାଙ୍ଗେ ୧୨ଟି ସ୍ଥାନରେ ଇଡି ପକ୍ଷରୁ ଚଢାଉ ଚାଲିଛି । ମନିଲଣ୍ଡରିଂ ମାମଲାରେ ଆକ୍ସନମୋଡ଼କୁ ଆସିଛି ଇଡି । ଏହି ଚଢାଉରେ ଇଡିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି। ୧୯୯୧ରେ ପ୍ରଥମ ଉତ୍ତରପ୍ରଦେଶର ପାଉରି ବିଧାନସଭା ଆସନରୁ ହରକ ସିଂହ ରାଓ୍ୱତ। ବିଜୟ ହୋଇ କମ୍ ବୟସରେ ମନ୍ତ୍ରୀ ହୋଇ ରେକର୍ଡ କରିଥିଲୋ

ପରୀକୁ ମିଳିଲା ନ୍ୟାୟ

ଭୁବନେଶ୍ୱର,୬ା୨(ଏସଏସନିଉଜ) ପରୀକୁ ମିଳିଲା ନ୍ୟାୟ। ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡା ମିଳିଛି। ଏଥି ସହିତ ଅଦାଲତ ଦୋଷୀକୁ ୬ ହଜାର ଟଙ୍କା ଦଣ୍ଡାଦେଶ ଦେଇଛନ୍ତି। ସରକାରୀ ଓକିଲ କହିଛନ୍ତି ଦୋଷୀ ନାବାଳକ ଥିଲା। ଯଦି ସେ ସାବାଳକ ଥାଆନ୍ତା, ତାହେଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା।ଉଲ୍ଲେଖଯୋଗ୍ୟ,୨୦୨୦ ଜୁଲାଇ ୧୪ ତାରିଖରେ ବର୍ଷ ବୟସର ଶିଶୁକନ୍ୟା ପରୀ ଗାଁ ଦାଣ୍ଡରେ ଖେଳୁଥିଲା। କୋର୍ଟରେ ଦୋ‌ଷୀ […]

କଳାକାର ଯୋଜନାରେ ସାମିଲ ହେବେ ଆଉ ତିରିଶହାଜର

ଭୁବନେଶ୍ୱର,୬ା୨(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆଉ ତିରିଶ ହାଜର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହା ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗର ଏକ ପ୍ରମୁଖ ଯୋଜନା ।5Tଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇ […]

ଓଡ଼ିଶାରେ ରାହୁଲ ଗାନ୍ଧି

ଭୁବନେଶ୍ୱର,୬ା୨(ଏସଏସନିଉଜ) ଓଡ଼ିଶାରେ ପହଁଚିଲା ରାହୁଲ ଗାନ୍ଧିଙ୍କ ଭାରତଯୋଡ଼ ନ୍ୟାୟ ଯାତ୍ରା ।ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି ।ବୀରମିତ୍ରପୁରରେ ସ୍ୱାଗତ ଜଣାଇଲେ ରାଜ୍ୟ କଂଗ୍ରେସ ନେତା ।ଓଡ଼ିଶାକୁ ଆସି ଆଜି ବହୁତ ଭଲ ଲାଗୁଛି କହିଛନ୍ତି ରାହୁଲ ।ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ ।ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ।ଆଦିବାସୀ, ଦଳିତ, କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଏ ଯାତ୍ରା ।ଆଗାମୀ ୩ ଦିନ ଯାଏଁ ମୁଁ […]

ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତହେବ ବରମୁଣ୍ଡା ବସଷ୍ଟାଣ୍ଡ

ଭୁବନେଶ୍ବର ,୫ା୨(ଏସଏସନିଉଜ)ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟରଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବାସାହେବ ଭୀମରାଓ ଆମ୍ବେଦକର ବସଟର୍ମିନାଲ ଭାବରେ ପରିଚିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀନେତା ସମର୍ପିତ ସମାଜ ସଂସ୍କାରକ ଥିଲେ ।ସମାଜର ଦଳିତ […]

ପାକିସ୍ତାନରେ ବଡ଼ ନାଟକ

ଭୁବନେଶ୍ୱର,୫।୨(ଏସଏସନିଉଜ)ପାକିସ୍ତାନରେ ଚାଲିଛି ବଡ଼ ନାଟକ ।ଆତଙ୍କବାଦୀ ହାଫିଜ ସୟିଦ ଜେଲ୍‌ରେ ରହି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ସୟିଦର ସଂଗଠନ ବା ନୂଆ ପାର୍ଟି-MML।ଦଳର ନାଁ ପାକିସ୍ତାନ ମର୍‌କାଜି ମୁସଲିମ ଲିଗ୍‌।MML ସହ ଲସ୍କର ବା JuDର ସଂପର୍କ ରହିଛି।ଦଳର ଅଧିକାଂଶ ପ୍ରାର୍ଥୀ ସୟିଦର ସଂପର୍କୀୟ ବୋଲି ଜଣାପଡିଛି।ନିର୍ବାଚନ ଲଢୁଛନ୍ତି ସୟିଦର ପୁଅ ଓ ଜ୍ବାଇଁ।୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ସୟିଦ।ଦୁଇ ଦିନ ପରେ ପାକିସ୍ତାନର ସାଧାରଣ ନିର୍ବାଚନ ହେବାକୁ ଯାଉଛି।