Browsing category

ରାଜନୀତି

ପୁରୁଣାଐତିହ୍ୟ ଭଙ୍ଗା ଯାଇପାରିବନି

କଟକ,୨୩।୨(ଏସଏସନିଉଜ)ବାରବାଟୀ ଷ୍ଟାଡିୟମ ନବୀକ ରଣ ପାଇଁ ସମ୍ପୂର୍ଣ୍ଣ ଭଙ୍ଗାଯିବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ପ୍ରେସ୍‌ମିଟରେ ବିରୋଧ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ।ସେ କହିଲେ ଯେ,ଓସିଏ ଓ ରାଜ୍ୟ ସରକାର ଷ୍ଟାଡିୟମ୍ ଭଙ୍ଗାଯିବା ନିଷ୍ପତ୍ତି ବଦଳାନ୍ତୁ।ଷ୍ଟାଡିୟମ୍ ସହ ପୁରୁଣା ଐତିହ୍ୟ ଜଡ଼ିତ ରହିଛି।ସମ୍ପୂର୍ଣ୍ଣ ଭଙ୍ଗା ଯାଇପାରିବନି।ଅନ୍ୟତ୍ର ନିର୍ମାଣ କରାଯାଇ ପାରିବ ଓ କାହିଁକି ଭଙ୍ଗାଯିବ ବୋଲି ପ୍ରଶ୍ନ କରିଛନ୍ତି।

ଓଡ଼ିଶାରେ ତିଆରିହେବ ପ୍ରତିରକ୍ଷାଯନ୍ତ୍ରାଂଶ

ଭୁବନେଶ୍ୱର,୨୩।୨(ଏସଏସନିଉଜ)ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ। ରାଜ୍ୟସରକାରଙ୍କ ସହ କଲ୍ୟାଣୀଷ୍ଟିଲର ଏମଓୟୁ ସ୍ବାକ୍ଷର ହୋଇଛି।ଟିଟାନିୟମ୍ ଓ ଏରୋସ୍ପେସ୍ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍‌ ତିଆରି ହେବ।ଢେଙ୍କାନାଳ ଗଜମରାରେ ୧୧ଶହ ଏକର ଜମି ଚିହ୍ନଟ ହୋଇଛି।ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ ଓ ୨୪ ମାସରେ ଉତ୍ପାଦନ ହେବ।୨ପର୍ଯ୍ୟାୟରେ ପୁଞ୍ଜିନିବେଶ କରାଯିବାକୁ ଲକ୍ଷ ରଖାଯାଇ ଥିବାବେଳେ ପ୍ରଥମ ୧୧ ହଜାର ୭୫୦କୋଟି ନିବେଶ ହେବ।

ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ

ଭୁବନେଶ୍ୱର,୨୧।୨(ଏସଏସନିଉଜ)ବିଜେପିରେ ମିଶିଲା ପରେ ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି । ରାଜ୍ୟରୁ ନବୀନ ସରକାର ହଟାଇବାର ଆବଶ୍ୟକତା ରହିଛି ।ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା,ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବାର ସମୟ ଆସିଯାଇଛି।ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ବିଶ୍ୱସ୍ତରୀୟ ଲୁକ୍‌ରେ ନିର୍ମାଣ ହେବ..

ଭୁବନେଶ୍ୱର,୨୧।୨(ଏସଏସନିଉଜ)ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ ହେବ ବାରବାଟୀ ଷ୍ଟାଡିୟମ।ଏହାକୁ ସଂପୂର୍ଣ୍ଣ ରୂପେ ଭଙ୍ଗାଯାଇ ତିଆରି ହେବ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମ ବୋଲି ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା।ଯେଉଁ ଜମିସମସ୍ୟା ଅଛି, ଡିଜାଇନରେ ତ୍ରୁଟି ଅଛି, ତାକୁ ସୁଧୁରା ଯାଇ ସେଠାରେ ଅତ୍ୟାଧୁନିକ ସୁବିଧା ଥିବା ବିରାଟ ସ୍ପୋର୍ଟସ୍ କଂପ୍ଲେକ୍ସ ନିର୍ମିତ ହେବ। ଆଗାମୀ ୫୦ବର୍ଷକୁ ଆଖି ଆଗରେ ରଖି ନୂଆ ଷ୍ଟାଡିୟମ ନିର୍ମାଣ କରାଯିବ। ଏବେର ଷ୍ଟାଡିୟମକୁ ନ ଭାଙ୍ଗିଲେ ତାହା ସମ୍ଭବ ହେବନି।ନୂଆ ଷ୍ଟାଡିୟମରେ […]

ଏପ୍ରିଲରେ ବିଧାନସଭା ନିର୍ବାଚନ!

ଭୁବନେଶ୍ୱର,୧୮।୨(ଏସଏସନିଉଜ)ଆରମ୍ଭ ହୋଇଗଲାଣି ବିଧାନସଭା ନିର୍ବାଚନ କାଉଣ୍ଟଡାଉନ୍। ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଶନିବାର ପ୍ରେସମିଟ୍‌ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଓଡ଼ିଶାରେ ସାମ୍ବାଦିକ ସମ୍ମୀଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବକୁମାର କହିଛନ୍ତି ସମସ୍ତଙ୍କ ପାଇଁ ସମାନ ଆଚରଣ ପ୍ରଦର୍ଶନ କରିବାକୁସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯିବ ।ପ୍ରଥମ ଆବେଦନ କାରୀଙ୍କୁ ଅଗ୍ରାଧିକାର ଦିଆଯିବ ।ପ୍ରଚାର ପାଇଁ ରାଜନୈତିକ ଦଳଙ୍କୁ ମିଳିବ ସ୍ଥାନ ଅନୁମତି ।ପ୍ରଥମେ ଆବେଦନ କରିଥିବା ଦଳ […]

ବିଜେଡିବିଧାୟକ ପ୍ରଫୁଲ୍ଲସାମଲଙ୍କ ଘରେ ଇଡି ରେଡ୍

ଭୁବନେଶ୍ୱର,୧୫।୨(ଏସଏସନିଉଜ)ବିଜେଡି ବିଧାୟକ ପ୍ରଫୁଲ୍ଲସାମଲଙ୍କ ଘରେ ଇଡି ରେଡ୍‌ କରିବା ଘଟଣାରେ ଷଡ଼ଯନ୍ତ୍ର ଅଭିଯୋଗଆଣିଲେ ତାଙ୍କ ଓକିଲ।ତାଙ୍କ ମହକିଲଙ୍କ ବିରୋଧରେ ଷଡ଼ଯନ୍ତ୍ର କହିଲେ ପ୍ରଫୁଲ୍ଲଙ୍କ ଓକିଲ।କେଉଁ ଅଭିଯୋଗ ଆଧାରରେ ଇଡି ରେଡ୍‌ କରୁଛି ଆମେ ଜାଣିନୁ।ଇଡି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛୁ।ସେମାନେ ଆମକୁ ଦେଖା ଦେଉନାହାନ୍ତି କି କିଛି ଉତ୍ତର ଦେଉନାହାନ୍ତି।ପ୍ରଫୁଲ୍ଲ ସାମଲ ବହୁବିଧ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଚିକିତ୍ସା ଦରକାର।ପ୍ରଫୁଲ୍ଲଙ୍କୁ ହଇରାଣ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଭାବୁଛୁ ବୋଲି କହିଛନ୍ତି […]

କଳାକାର ସହାୟତାରାଶି ବଢ଼ିଲା

ଭୁବନେଶ୍ୱର,୧୪।୨(ଏସଏସ ନିଉଜ)କଳାକାର ସହାୟତା ରାଶି ବୃଦ୍ଧିକଲେ ରାଜ୍ୟ ସରକାର।କଳାକାର ସହାୟତା ରାଶି ମାସିକ ୧୨ଶହରୁ ୨ ହଜାରକୁ ବଢ଼ିଲା।୮୦ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫ ଶହ ଟଙ୍କା ପାଇବେ।ଚଳିତ ଫେବ୍ରୁଆରୀ୨୦ରୁ ୨୫ ତାରିଖ ଭିତରେ ବର୍ଦ୍ଧିତ ରାଶି ମିଳିବ।ରାଜ୍ୟର ୮୦ ହଜାର କଳାକାର ଏହାଦ୍ୱାରା ଉପକୃତ ହେବେ ବୋଲି ଜଣାପଡିଛି।

ଶେରଗଡ଼କୁ ଏନଏସି ଘୋଷଣାକଲେ ରାଜ୍ୟସରକାର

ଭୁବନେଶ୍ୱର.୧୪ା୨(ଏସଏସନିଉଜ)ଶେରଗଡ଼କୁ ଏନଏସି ମ୍ୟାନତା ପ୍ରଦାନ କଲେ ରାଜ୍ୟ ସରକାର। ଶେରଗଡ଼଼ବାସୀଙ୍କ ବହୁଦିନର ସ୍ଵପ୍ନ ପୂରଣ ହୋଇଛି। ପବିତ୍ର ସରସ୍ଵତୀ ପୂଜା ଅବସରରେ ଗଞ୍ଜାମ ଶେରଗଡ଼ବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶେରଗଡ଼ ପଞ୍ଚାୟତଙ୍କୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେରଗଡ଼ ଗସ୍ତ ଅବସରରେ ହିଂଜିଳି ଏବଂ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦କୋଟିର ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଂଜାମ, ହିଂଜିଳି ଓ ଶେରଗଡ଼ରୁ ଆରମ୍ଭ ହୋଇଥିଲା ସରକାରଙ୍କ ଫାଇଭ-ଟି ଉଦ୍ୟମରେ […]

ଏଥର ଅରେଞ୍ଜ ଦେଖିବା

ଭୁବନେଶ୍ୱର.୧୪ା୨(ଏସଏସନିଉଜ)ରାଜ୍ୟରେ ଏଥର ଅରେଞ୍ଜ ଦେଖିବା କହିଛନ୍ତି ପ୍ରଦୀପ ପାଣିଗ୍ରାହୀାସକେହିଛନ୍ତି ଗ୍ରୀନ ବହୁତ ଦେଖିଲେ, ହ୍ୱାଇଟ ବି ଦେଖିଲେ, ଏବେ ଅରେଞ୍ଜ ଦେଖିବାାଗଣତନ୍ତ୍ରରେ ଲୋକମତ ହିଁ ସବୁଠାରୁ କ୍ଷମତାଶାଳୀ ।ଲୋକ ନିଷ୍ପତ୍ତି ନେଲେ ପ୍ରଶାସନର ଭୟ କି ପଇସା କିଛି କାମ ଦେବନିା ୨୦୧୫ରୁ କେନ୍ଦ୍ର ପାଖରେ ବିଜେଡି ପୂରା ସମର୍ପିତ ହୋଇଯାଇଛି ।ଏମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ ବୋଲି କହିଛନ୍ତି ପ୍ରଦୀପ ।ଅନ୍ୟପଟେ ପ୍ରଦୀପଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି […]

ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବୈଠକ

ଭୁବନେଶ୍ୱର.୧୪ା୨(ଏସଏସନିଉଜ) ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବୈଠକ ଅନୁଷ୍ଠିତହୋଇଯାଇଛି ।ଏହି ବୈଠକରେ ଭୁବନେଶ୍ବରୟୁପିଡିର ସମସ୍ତ ବରିଷ୍ଠ ପୋଲିସଅଧିକାରୀମାନେ ଉପସ୍ଥିତ ଥିଲେ ।ନିର୍ବାଚନକୁ ଦୃଷ୍ଟିରେ ରଖି ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।ସମସ୍ତ ଥାନାଅଧିକାରୀଙ୍କୁ ଡିସିପି ନିର୍ଦେଶଦେବା ସହ ୱାରେଣ୍ଟଥିବା ବ୍ୟକ୍ତିଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ପାଇଁ କହିଛନ୍ତି ।ଏହାସହ ପେସାଦାର ଅପରାଧୀଙ୍କ ଉପରେ ନଜର ରଖିବାସହ ଗନ ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ଗନ ଡିପୋଜିଟ କରିବେ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।