ବିଶ୍ୱସ୍ତରୀୟ ଲୁକ୍‌ରେ ନିର୍ମାଣ ହେବ..

ବାରବାଟୀ ଷ୍ଟାଡିୟମ..

ଭୁବନେଶ୍ୱର,୨୧।୨(ଏସଏସନିଉଜ)ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ ହେବ ବାରବାଟୀ ଷ୍ଟାଡିୟମ।ଏହାକୁ ସଂପୂର୍ଣ୍ଣ ରୂପେ ଭଙ୍ଗାଯାଇ ତିଆରି ହେବ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମ ବୋଲି ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା।ଯେଉଁ ଜମିସମସ୍ୟା ଅଛି, ଡିଜାଇନରେ ତ୍ରୁଟି ଅଛି, ତାକୁ ସୁଧୁରା ଯାଇ ସେଠାରେ ଅତ୍ୟାଧୁନିକ ସୁବିଧା ଥିବା
ବିରାଟ ସ୍ପୋର୍ଟସ୍ କଂପ୍ଲେକ୍ସ ନିର୍ମିତ ହେବ। ଆଗାମୀ ୫୦ବର୍ଷକୁ ଆଖି ଆଗରେ ରଖି ନୂଆ ଷ୍ଟାଡିୟମ ନିର୍ମାଣ କରାଯିବ। ଏବେର ଷ୍ଟାଡିୟମକୁ ନ ଭାଙ୍ଗିଲେ ତାହା ସମ୍ଭବ ହେବନି।ନୂଆ ଷ୍ଟାଡିୟମରେ ବସି ଖେଳ ଦେଖିପାରିବ ୬୦ ହଜାର ଦର୍ଶକ। ବିସିସିଆଇ, ଓସିଏ ଏବଂ ଓଡ଼ିଶା ସରକାର ମିଳିତ ଭାବେ ଏହି କାମ କରିବେ ବୋଲି ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି।

Comments (0)
Add Comment