ବିଜେଡିବିଧାୟକ ପ୍ରଫୁଲ୍ଲସାମଲଙ୍କ ଘରେ ଇଡି ରେଡ୍

ଭୁବନେଶ୍ୱର,୧୫।୨(ଏସଏସନିଉଜ)ବିଜେଡି ବିଧାୟକ ପ୍ରଫୁଲ୍ଲସାମଲଙ୍କ ଘରେ ଇଡି ରେଡ୍‌ କରିବା ଘଟଣାରେ ଷଡ଼ଯନ୍ତ୍ର ଅଭିଯୋଗଆଣିଲେ ତାଙ୍କ ଓକିଲ।ତାଙ୍କ ମହକିଲଙ୍କ ବିରୋଧରେ ଷଡ଼ଯନ୍ତ୍ର କହିଲେ ପ୍ରଫୁଲ୍ଲଙ୍କ ଓକିଲ।କେଉଁ ଅଭିଯୋଗ ଆଧାରରେ ଇଡି ରେଡ୍‌ କରୁଛି ଆମେ ଜାଣିନୁ।ଇଡି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛୁ।ସେମାନେ ଆମକୁ ଦେଖା ଦେଉନାହାନ୍ତି କି କିଛି ଉତ୍ତର ଦେଉନାହାନ୍ତି।ପ୍ରଫୁଲ୍ଲ ସାମଲ ବହୁବିଧ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଚିକିତ୍ସା ଦରକାର।ପ୍ରଫୁଲ୍ଲଙ୍କୁ ହଇରାଣ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଭାବୁଛୁ ବୋଲି କହିଛନ୍ତି ତାଙ୍କ ଓକିଲ।

Comments (0)
Add Comment