Browsing category

ରାଜନୀତି

ବଢ଼ିଲା ବିଧାୟକଙ୍କ ଅଡ଼ୁଆ

ଭୁବନେଶ୍ୱର,୩।୨(ଏସଏସ ନିଉଜ)ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ। ଜଗତସିଂହପୁର IICଙ୍କ ପାଖରେ ସାନି ଆବେଦନ ପାଇଁ ସୋମାଲିକାଙ୍କୁ ନିର୍ଦ୍ଦେଶ ମିଳିଥିବାବେଳେ ଯଦି ଆବେଦନ ଦାଖଲ ହୁଏ ତାହେଲେ ପଞ୍ଜୀକୃତ ପାଇଁ ନିର୍ଦ୍ଦେଶ।

ଅଖଣ୍ଡକୀର୍ତ୍ତନରେ ଭାଗନେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩।୧(ଏସଏସ ନିଉଜ) ଆଜି କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ଭାଗ ନେବେ ପ୍ରଧାନମନ୍ତ୍ରୀ। କୃଷ୍ଣଗୁରୁ ସେବାଶ୍ରମର ଶ୍ରଦ୍ଧାଳୁମାନଙ୍କୁ କରିବେ ସମ୍ବୋଧନ। ଆସାମର ବରପେଟାଠାରେଆୟୋଜିତ ହେଉଛି କୃଷ୍ଣଗୁରୁ ଅଖଣ୍ଡ କୀର୍ତ୍ତନ।ଏକମାସ ଧରି ବିଶ୍ବ ଶାନ୍ତି ପାଇଁ ଅଖଣ୍ଡ କୀର୍ତ୍ତନ।

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ଶିଳା

ଭୁବନେଶ୍ୱର,୩।୧(ଏସଏସ ନିଉଜ)ଅଯୋଧ୍ୟାରେ ପହଞ୍ଚିଲା ରାମ ଲାଲାଙ୍କ ମୂର୍ତ୍ତି ତିଆରି ପାଇଁ ଶାଳଗ୍ରାମ ଶିଳା।ରାମଙ୍କ ପାଇଁ ନେପାଳରୁ ବିଶାଳ ଶୋଭାଯାତ୍ରା। ଜମୁଛି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ଶିଳା ସାଢେ ୬ କୋଟି ବର୍ଷ ପୁରୁଣା।ଆଗାମୀ 2024 ଶେଷ ସୁଦ୍ଧା ଶେଷ ହେବ ମୂର୍ତ୍ତି କାମ।

୨୧ରୁ ବିଧାନସଭା

ଭୁବନେଶ୍ୱର,୨।୨(ଏସଏସ ନିଉଜ)ଫେବ୍ରୁଆରୀ ୨୧ରୁ ବିଧାନସଭା ବଜେଟ ଅଧିବେଶନ ହେବ। ଫେବ୍ରୁଆରୀ ୨୭ରେ ଆଗତ ହେବ ରାଜ୍ୟ ବଜେଟ। ଫେବ୍ରୁଆରୀ ୨୧ରୁ ଏପ୍ରିଲ ୬ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବୋଲି ଜଣାପଡିଛି।

ପାଇଖାନାଟାଙ୍କିରେ ମିଳିଲା ୧୨ଖଣ୍ଡ କାଗଜ!

ଭୁବନେଶ୍ୱର,୨।୧(ଏସଏସ ନିଉଜ)ନବଦାସ ହତ୍ୟା ଘଟଣାରେ ପାଇଖାନା ଟାଙ୍କିରୁ କାଗଜ ଟୁକୁଡ଼ା ପାଇଛି କ୍ରାଇମବ୍ରାଞ୍ଚ।ଝାରସୁଗୁଡ଼ା ଏୟାରପୋର୍ଟଥାନା ପାଇଖାନା ଟାଙ୍କିରୁ ମିଳିଛି କାଗଜ।ପାଇଖାନାଟାଙ୍କି ତାଡ଼ି କାଲିଠାରୁ ଖୋଜାଖୋଜି କରୁଥିଲା କ୍ରାଇମବ୍ରାଞ୍ଚ।ନାଲିରଙ୍ଗରେ ଇଂରାଜୀ ଓ ଓଡ଼ିଆରେ ଲେଖା କାଗଜ ମିଳିଥିବା ସୂଚନା ମିଳିଛି। ମିଳିଥିବା କାଗଜ ଟୁକୁଡ଼ା ଗୋପାଳର ହୋଇଥିବା ମିଳିଲା ସୂଚନା ରହିଛି।ହତ୍ୟାକାଣ୍ଡଦିନ ଗୋପାଳକୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଥିଲା।ଥାନାରେ ଥିବା ବେଳେ ପାଇଖାନା ଯାଇ କାଗଜକୁ ଫ୍ଲସ୍ କରି ଦେଇଥିଲା।ଜେରାକାଳରେ କାଗଜ କଥା ଜଣାପଡ଼ିବା ପରେ ଖୋଜୁଥିଲା କ୍ରାଇମବ୍ରାଞ୍ଚ।

ରିମାଣ୍ଡରେ ଆସିବ ଗୋପାଳ

ଭୁବନେଶ୍ୱର,୩୦ା୧(ଏସଏସନିଉଜ) ଦୋଷ ସ୍ବୀକାର କରିଛି ନବକିଶୋରଦାସ ହତ୍ୟାଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ । ଅଧିକ ତଥ୍ୟ ସଂଗ୍ରହପାଇଁ ରିମାଣ୍ଡଆବେଦନ ସହ ସାକ୍ଷୀଙ୍କ ବୟାନରେକର୍ଡ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାା

ଗୋପାଳ ଦାସଙ୍କ ଗଲା ଚାକିରି

ଝାରସୁଗୁଡ଼ା,୩୦ା୧(ଏସଏସନିଉଜ) ଚାକିରିରୁ ବିଦାହୋଇଛନ୍ତି ମନ୍ତ୍ରୀ ନବଦାସଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଇଝଓ ଗୋପାଳକୃଷ୍ଣ ଦାସ । ଝାରସୁଗୁଡ଼ା ଏସ୍‌ପି ଗୋପାଳଙ୍କୁ ଚାକିରିରି ବରଖାସ୍ତ କରିଛନ୍ତି। ଗତକାଲିଠାରୁ ଅଟକ ଥିବା ଗୋପାଳ ଦାସଙ୍କୁ ଆଜି ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ଚାଲିଛି ଜେରା

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି। ସୁନ୍ଦରଗଡ଼ ରିଜର୍ଭ ଅଫିସରେ ପଚରାଉଚରା ଚାଲୁଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କରୁଛନ୍ତି ଜେରା। ଗତକାଲି ରାତିରେ ୨ ଘଣ୍ଟା ଜେରା କରାଯାଇଥିଲା। ଗୋପାଳ ଦାସଙ୍କ ହ୍ୟାଣ୍ଡସ୍ୱପ ନେଇଛି କ୍ରାଇମବ୍ରାଞ୍ଚ।

ନବଦାସ ଅମର ରହେ

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଶ୍ମଶାନରେ ନବଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଛି। ଦିଆଗଲା ଗାର୍ଡ ଅଫ ଅନର । ଖେରୁଆଲ ଶ୍ମଶାନ ଜନସମୁଦ୍ର ରେ ପରିଣତ ହୋଇଛି । ନବଦାସ ଅମରରହେ ଧ୍ବନୀରେ ପ୍ରକମ୍ପିତ ହୋଇଛି ସେହି ଅଂଚଳ।ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ନବଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ 5Tସଚିବ ଭି କେ ପାଣ୍ଡିଆନ୍ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସନେଟ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଗୁଳିମାଡ଼ରେ ଉଡ଼ିଗଲା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରାଣବାୟୁ

ଭୁବନେଶ୍ୱର,୨୯ା୧(ଏସଏସନିଉଜ)ଗୁଳିମାଡରେ ଶେଷରେ ଜୀବନ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ତାଙ୍କୁ ଅତିନିକଟରୁ ପୋଲିସ ଏଏସଆଇ ଗୁଳି ଚଳାଇବାଫଳରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା ।ସେଠାରେ ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘସମୟ ଚିକିତ୍ସା କରାଯିବାପରେ ତାଙ୍କୁ ମୃତ ଘୋଷଣାକରିଛନ୍ତି ଡାକ୍ତର ।