Browsing category

ରାଜନୀତି

ରାଜଭବନ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ୱର,୧୪।୨(ଏସ ଏସ ନିଉଜ)କେନ୍ଦ୍ରର ଅତିରିକ୍ତ ୫ କେଜି ଚାଉଳ କାଟକୁ ବିରୋଧ କରି ବିଜେଡି ପକ୍ଷରୁ ତିନିଦିନିଆ ପ୍ରତିବାଦ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧରଣା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବାରୁ ଗରିବଙ୍କୁ ମିଳୁଥିବା ୫ କେଜି ଚାଉଳ ବନ୍ଦ ହୋଇଯାଇଛି। ଏଥି ଯୋଗୁଁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ […]

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୧ା୨(ଏସଏସନିଉଜ)ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି ।ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ଆଜି ପୂରଣ ହୋଇଛି ।ସୂଚନାଯୋଗ୍ୟଯେ , ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳ ରେ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବା ପାଇଁ ଦାବୀ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲୋଏହାଦ୍ୱାରା ସେଠାରେ […]

ଦିବଙ୍ଗତମନ୍ତ୍ରୀ ନବଦାସଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୧୧।୨(ଏସଏସ ନିଉଜ)ଦିବଙ୍ଗତମନ୍ତ୍ରୀ ନବଦାସଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ । ନବଦାସଙ୍କ ପୁଅ ବିଶାଳଦାସ ଓ ଝିଅ ଦୀପାଳୀଦାସଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ସାଂସଦ ସୁରେଶ ପୂଜାରୀ, ରେଂଗାଲୀ ବିଧାୟକ ନାଉରୀ ନାୟକ ଓ ବିଜେପିନେତ୍ରୀ ରାଧାରାଣୀପଣ୍ଡା ମଧ୍ୟ ବିଶାଳ ଓ ଦୀପାଳୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।ଗତମାସ ୨୯ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ଅବସରରେ ନବ ଦାସଙ୍କୁ ଏଏସଆଇ ଗୋପାଳ କୃଷ୍ଣଦାସ ଗୁଳିକରି ହତ୍ୟା କରିଥିଲେ । ନବଦାସଙ୍କ ଅକସ୍ମାତ […]

ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୨(ଏସଏସ ନିଉଜ)ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଳାଭିଷେକ ସହ ୩୦ ମିନିଟ ଧରି ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଅଛନ୍ତି l

କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟସଚିବ

ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ। ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ଯୋଗଦେବେ ବୋଲି ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ।

ଉତ୍କଳମଣ୍ଡପରେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସି ଭୁବନେଶ୍ବର ଉତ୍କଳ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, । ‘ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବୀର କରେ’। ‘ମାତୃକରୁଣା ପାଇ ଛତ୍ରପତି ଶିବାଜୀ, ଗାନ୍ଧିଜୀ ମହିୟାନ’। ‘ମାତାଙ୍କୁ ପ୍ରଥମେ ଦେବୀ ଭାବେ ମାନ୍ୟ କରିବା କଥା। ‘ତେବେ ଏହି ଶାସ୍ତ୍ରାନୁମୋଦିତ ଉକ୍ତିକୁ ଆମେ ମାନିଛୁ କି’ ବୃଦ୍ଧ ପିତାମାତାଙ୍କ ଯତ୍ନ ଆମେ ଠିକ ଭାବେ ନେଉଛୁ କି’। […]

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ବର,୧୦ା୨(ଏସଏସନିଉଜ) ବାୟୁସେନାର ସ୍ବତନ୍ତ୍ରବିମାନ ଯୋଗେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀମୁର୍ମୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟବିମାନବନ୍ଦରରେ ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି ।ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ଉପଲକ୍ଷେ ବିମାନବନ୍ଦରର ସମ୍ମୁଖ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ପ୍ରକମ୍ପିତ ହୋଇଛି।ବିମାନବନ୍ଦରରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ଲାଗି […]

ସ୍କୁଲ ଗୃହରେ ଚାଲିଛି ଫାଣ୍ଡି

ବାରଙ୍ଗ,୯ା୧(ଏସଏସନିଉଜ)ମେଣ୍ଢାଶାଳଅଂଚଳରେ ବିଶୃଙ୍ଖଳା ସ୍ଥିତି ତଥା ଡେରାସ ସରକାରୀ କୃଷିଫାର୍ମରେ କାର୍ଯ୍ୟରତ ୬ଶହ କୃଷିଶ୍ରମିକ ଓ କର୍ତୁପକ୍ଷଙ୍କ ମଧ୍ୟରେ ବାରମ୍ଭାର ବିଶୃଙ୍ଖଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୮୮ମସିହାରେ ମେଣ୍ଢାଶାଳ ଠାରେ ଏକ ନୁତନଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା । ଉପଯୁକ୍ତ ଗୃହ ନମିଳିବାରୁ ସେସମୟରେ ଡେରାସ ସରକାରୀକୃଷିଫାର୍ମର ଏକପରିତ୍ୟକ୍ତ ଘରେ ଫାଣ୍ଡି କାର୍ଯ୍ୟକ୍ଷମ କରାଯାଇ ଅଂଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ପାରିଥିଲା ।ଗତ ଫନିବାତ୍ୟାରେ ଗୃହଟି ସମ୍ପୁର୍ଣଭାଙ୍ଗିଯାଇ ମାଟିରେ ମିଶିଯିବାପରେ ଡେରସ ଫାର୍ମକେନ୍ଦ୍ରର ଇଡକୋଦ୍ୱାରା ନିର୍ମିତ ଏକ ନୁତନ ସ୍ୱାସ୍ଥ୍ୟକେନ୍ଦ୍ର […]

ମୁଖ୍ୟମନ୍ତ୍ରୀହେବା ଆଶା ନବଙ୍କପାଇଁ କାଳ ହେଲା

ଭୁବନେଶ୍ୱର,୮ା୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀହେବା ଆଶା ନବଙ୍କପାଇଁ କାଳ ହୋଇଛି ।ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବ , ସେହି ବିବାଦହିଁ ହତ୍ୟାରକାରଣ ସାଜିଛି । ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ନବ ଶନିଙ୍କ ପାଖକୁ ଯାଇଥିଲୋ ଯିଏ ବିଜେଡିର ପରବର୍ତ୍ତୀମୁଖ୍ୟମନ୍ତ୍ରୀ ସ୍ୱପ୍ନଦେଖୁଛି , ସେ ହିଁ ହତ୍ୟାକାରୀ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ।

ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ

ଭୁବନେଶ୍ୱର,୮ା୨(ଏସଏସନିଉଜ)ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ। ୨ ଦିନିଆ ଗସ୍ତରେ ଓଡ଼ିଶା ଆସିବେ । କେବେଆସିବେ ସ୍ଥିର ହୋଇନଥିବାର ସୁଚନା ଦେଇଛନ୍ତି ବିଜେପି ରାଜ୍ୟ ସଂପାଦକ କାଳିନ୍ଦୀସାମଲ ।