ଉତ୍କଳମଣ୍ଡପରେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସି ଭୁବନେଶ୍ବର ଉତ୍କଳ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ,
। ‘ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବୀର କରେ’। ‘ମାତୃକରୁଣା ପାଇ ଛତ୍ରପତି ଶିବାଜୀ, ଗାନ୍ଧିଜୀ ମହିୟାନ’। ‘ମାତାଙ୍କୁ ପ୍ରଥମେ ଦେବୀ ଭାବେ ମାନ୍ୟ କରିବା କଥା। ‘ତେବେ ଏହି ଶାସ୍ତ୍ରାନୁମୋଦିତ ଉକ୍ତିକୁ ଆମେ ମାନିଛୁ କି’
ବୃଦ୍ଧ ପିତାମାତାଙ୍କ ଯତ୍ନ ଆମେ ଠିକ ଭାବେ ନେଉଛୁ କି’। ‘ବାପାମାଙ୍କ ଫଟୋ ପୂଜା ନୁହେଁ, ତାଙ୍କ ଯତ୍ନ ନେବା ଉଚିତ’। ‘ପିତାମାତା, ବୃଦ୍ଧବୃଦ୍ଧାଙ୍କ ସେବା ହିଁ ମାନବ ଧର୍ମ’। ‘ଆଜି ସୁଖ ଅପହଞ୍ଚ ନୁହେଁ, କିନ୍ତୁ ମାନସିକ ଶାନ୍ତି ଅପହଞ୍ଚ’। ‘ଆତ୍ମା ଶୁଦ୍ଧି, ମାନସିକ ଶୁଦ୍ଧି ପାଇଁ ପ୍ରୟାସ ଜରୁରୀ ବୋଲି ମହାମହିମ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହୁଛନ୍ତି।

Comments (0)
Add Comment