Browsing category

ରାଜନୀତି

ଡମ୍ପିୟାଡକୁ ନେଇ ରାସ୍ତାରେ ବସିଲେ ଦାରୁଠେଙ୍ଗ ଗ୍ରାମବାସୀ

ମେଣ୍ଢାଶାଳ,୨୬/୧(ଏସଏସନିଉଜ)ଦାରୁଠେଙ୍ଗ ଡମ୍ପିୟାଡକୁ ନେଇ ପୁଣି ବିବାଦ ଦେଖାଦେଇଛି ।ଦାରୁଠେଙ୍ଗ ଗ୍ରାମବାସୀମାନେ ଗୁରୁବାରଦିନ ସକାଳୁ ଚନ୍ଦକା- ପିତାପଲ୍ଲୀରାସ୍ତାକୁ ଅବରୋଧ କରିବାଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।ଗୁରୁବାର ବଢିଭୋର ସମୟରେ ବିଏମସି ପକ୍ଷରୁ ଭୁଆଷୁଣି ଡମ୍ପିୟାର୍ଡରେ ଟ୍ରଟିମେଂଟପ୍ଲାଂଟ ପାଇଁ ୫ଟିଗାଡିରେ ମେସିନ ଆସି ପହଁଚିବାପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା ।ଗ୍ରାମବାସୀଙ୍କ କହିବାକଥାହେଲା ଭୁଆଷୁଣିରେ ଆଉ ଅଳିଆ ପଡିବନାହିଁ ।ତାପରେ ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ଟ୍ରଟିମେଂଟପ୍ଲାଂଟ କରାଯାଉ ।ଗ୍ରାମବାସୀମାନଙ୍କ ସହ କୈାଣସି ଆଲେଚନା ନକରି ବିଏମସି ପକ୍ଷରୁ ଏଭଳି […]

ଓଡ଼ିଆ ଭାଷାକୁ ମହାପ୍ରଭୁ ତିଆରି କରିଛନ୍ତି

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡ଼ିଆଭାଷାକୁ ମହାପ୍ରଭୁଜଗନ୍ନାଥ ତିଆରିକରିଛନ୍ତି । କେବଳ ଓଡ଼ିଆକୁ ଛାଡ଼ି ବିଶ୍ୱର ସବୁଭାଷା ମଣିଷ ତିଆରିକରିଛି ।ଓଡ଼ିଆଭାଷାକୁ ମହାପ୍ରଭୁ ଜଗନ୍ନାଥ ତିଆରି କରିଛନ୍ତିା ମହାପ୍ରଭୁ ତାଙ୍କ ପ୍ରସାଦଭାବେ ଓଡ଼ିଆଭାଷାକୁ ଦେଇଛନ୍ତି ।ସେଥିପାଇଁ ଓଡ଼ିଆଭାଷା ଏତେ ମିଠା ବୋଲି ରେଳମନ୍ତ୍ରୀ ଅଶ୍ୱିନୀବୈଷ୍ଣବ ତାଙ୍କବକ୍ତବ୍ୟରେ ଏପରି କହିଛନ୍ତି । ଜଗନ୍ନାଥ ପର‌୍ୟ୍ୟଟନଟ୍ରେନ୍ ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଏହା କହିଛନ୍ତି ।    

ନୂଆ ଲୁକ୍‌ରେ ନବୀନ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଏବେ ନୂଆଲୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାରେ ମିଳିଛି ।ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସବୁଜରଙ୍ଗର ଜର୍ସି ସାଙ୍ଗକୁ ଧଳାରଙ୍ଗର ଟ୍ରାଉଜର ପିନ୍ଧିଥିବାବେଳେ ପ୍ରାତଃଭ୍ରମଣ କରୁଥିବାର ଦୃଶ୍ୟ ଜଣାପଡିଛି ।ମୁଖ୍ୟମନ୍ତ୍ରୀ ପିନ୍ଧିଥିବାଜର୍ସିର ଆଗରେ ଇଂରାଜୀରେ ‘ଓଡିଶା ଅନ ଦି ମୁଭ୍’ ଓ ପଛରେ ‘ବନ୍ଦେ ଉତ୍କଳ ଜନନୀ’ ଲେଖାଯାଇଛି । ନୂଆ ଲୁକରେ ନବୀନ ସମସ୍ତଙ୍କୁ ଚକିତ କରିଛନ୍ତି ।

ଦଳ ଛାଡିଲେ ବାପପୁଅ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡିଶାର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବିଜେପିନେତା ଗିରିଧରଗମାଙ୍ଗେ ଓ ପୁଅ ଶିଶିରଗମାଙ୍ଗେ ବିଜେପି ଦଳରୁ ବିଧିବଦ୍ଧ ଭାବରେ ଇସ୍ତଫା ଦେଇ ବିଜେପି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କୁ ଇସ୍ତଫାପତ୍ର ପଠାଥିବାନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । କିଛିଦିନ ତଳେ ଉଭୟ ବାପପୁଅ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କୁ ଭେଟିଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନୁଆଦଳ ଭାରତରାଷ୍ଟ୍ର ସମିତିରେ ସାମିଲ ହେବାନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣ ନିର୍ବାଚନ ୨୦୨୪ରେ […]

କୋଟିଏ ଟଙ୍କାର ସୁନାକଳସ ଦାନକଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୧(ଏସଏସନିଉଜ)ଶନି ମନ୍ଦିରକୁ ସୁବର୍ଣ୍ଣକଳସ ଦାନକରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହି ସୁବର୍ଣ୍ଣକଳସର ମୂଲ୍ୟ ପ୍ରାୟ ଏକକୋଟିଟଙ୍କା ହେବବୋଲି ସୂଚନା ମିଳିଛି। ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ୧କେଜି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ କଳସ ଦାନ କରିଛନ୍ତି। ଗତ ଶନିବାର ଶନି ଅମାବାସ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।

ବସରେ ଲାଗିଲା ନିଆଁ

ଭୁବନେଶ୍ବର,୨୩ା୧(ଏସଏସନିଉଜ) ବରମୁଣ୍ଡାବସଷ୍ଟାଣ୍ଡରେ ଠିଆ ହୋଇଥିବା ଖଣ୍ଡାଧାର କୁଇନ’ନାମକ ଏକବସ୍‌ରେ ହଠାତ ନିଆଁ ଲାଗିଯାଇଛି।ଫଳରେ ବସଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି।ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭାଇଥିଲେ ।ବସରେ କେହିନଥିବାବେଳେ ଏପରି ଅଘଟଣ ଘଟିଥିବାବେଳେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।  

ପଠାନଚଳଚିତ୍ରକୁ କଡା ବିରୋଧକରିବ କଳିଙ୍ଗସେନା

ଭୁବନେଶ୍ୱର,୧୮।୧(ଏସଏସନିଉଜ) ବିବାଦୀୟ ଅଭିନେତା ଶାହାରୁଖ ଖାନ୍‍ଙ୍କ ଅପସଂସ୍କୃତି ସମ୍ପନ୍ନ ଚଳଚିତ୍ର ପଠାନ୍‍କୁ ଓଡିଶା ମାଟିରେ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ । ଯଦି କୌଣସି ପ୍ରେକ୍ଷାଳୟ ଏହାକୁ ଦେଖାଇବାକୁ ଦୁଃସାହସ କରନ୍ତି ତେବେ କଳିଙ୍ଗ ସେନା ପକ୍ଷରୁ କଡା ବିରୋଧ କରାଯିବ ବୋଲି ସେନା ସୁପ୍ରିମୋ ହେମନ୍ତରଥ କହିଛନ୍ତି । ଆଜି ଏଠାରେ ଶ୍ରୀ ରଥ କହିଛନ୍ତି ଯେ ହିନ୍ଦୀ ଚଳଚିତ୍ର ଅଶୋକାଠାରୁ ଆରମ୍ଭକରି ପଠାନପର୍ଯ୍ୟନ୍ତ ବିଭିନ୍ନ ଚଳଚିତ୍ରରେ ଶାହାରୁଖଖାନ୍‍ ଭାରତରସଂସ୍କୃତିକୁ ଦଳିମକଚି ନଷ୍ଟକରିଛନ୍ତି । ଅଶୋକା […]

ଡାକୋଟାବିମାନକୁ ପୁଷ୍ପାଞ୍ଜଳିଦେଇ ସ୍ବାଗତକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚି ଥିବାରୁ ସେ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ୟ କରିଛନ୍ତି। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି […]

ଗିରଫହେଲେ ଛାତ୍ରବିଜେଡି ସଭାପତି

ସୁନ୍ଦରଗଡ଼,୧୮।୧(ଏସଏସନିଉଜ) ସୁନ୍ଦରଗଡ଼ ଜିଲ୍ଲା ଛାତ୍ର ବିଜେଡି ସଭାପତି ସେହବାଜ ସୟଦ ହୁସେନ୍ ଗିରଫ ହୋଇଛନ୍ତି। ପିଡି ଡିଆରଡିଏ- ବିଜେଡି କର୍ମୀ ଧସ୍ତାଧସ୍ତି ଘଟଣାରେ ସେ ଗିରଫ ହୋଇଛନ୍ତି। ଅତିରିକ୍ତ ତହସିଲଦାରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କଲା ଟାଉନ ପୁଲିସ। କାଲି ବିଶ୍ୱକପ ଟ୍ରଫି ଶୋଭାଯାତ୍ରାରେ ଗଣ୍ଡଗୋଳ ଓ ପାଟିତୁଣ୍ଡ ମାମଲାରେ ପୁଲିସ ନେଇଛି ଏହି ପଦକ୍ଷେପ।  

ବାଜିଲା ନିର୍ବାଚନ ବିଗୁଲ

ଭୁବନେଶ୍ବର,୧୮।୧(ଏସଏସନିଉଜ) ନାଗାଲାଣ୍ଡ , ମେଘାଳୟ , ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ଫେବ୍ରୁଆରୀ୧୬ରେ ତ୍ରିପୁରା , ଫେବ୍ରୁଆରୀ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ହେବ ଭୋଟଗ୍ରହଣ । ମାର୍ଚ୍ଚ୨ରେ ଏହି ୩ ରାଜ୍ୟର ଗଣତି ଓ ଫଳାଫଳ ହେବବୋଲି ତାରିଖ ଘୋଷଣା କଲେ ନିର୍ବାଚନ କମିଶନ।