ଭୁବନେଶ୍ୱର,୮ା୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ଆଜି ଭିଡିଓକନ୍ଫରେନ୍ସିଂ ମାଧ୍ୟମରେ ଯାଜପୁରଜିଲ୍ଲା ମହୋତ୍ସବ ୨୦୨୩ ଉଦ୍ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ୟ୍ୟନ୍ତ ଚାଲିବ।ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନେକ ଧର୍ମ, ଆଧ୍ୟାତ୍ମକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ ହେଉଛି ଯାଜପୁର। ଯାଜପୁରର ସଂସ୍କୃତିରେ ବିଭିନ୍ନ ତତ୍ତ୍ବର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଯାଜପୁର ଦିନେ ଓଡିଶାର ରାଜଧାନୀ ଥିଲା । ଧର୍ମ, ସାହିତ୍ୟ ଓ ସଂସ୍କୃତିର କେନ୍ଦ୍ର ଥିଲା। ହିନ୍ଦୁ ଧର୍ମ ପରି ବୌଦ୍ଧ ଧର୍ମର ମଧ୍ୟ ବିକାଶ ହୋଇଥିଲା । ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଏବେ ସାରା ବିଶ୍ବର ବୌଦ୍ଧ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମାବିରଜାଙ୍କୁ ପ୍ରଣାମଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ ଯାଜପୁରହେଉଛି ଶକ୍ତିପୀଠ। ଏହାର ଗୌରବମୟଇତିହାସ ରହିଛି । ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭକରି କଳା, ସାହିତ୍ୟ, ସଂସ୍କୃତି, କୃଷି, ପର୍ୟ୍ୟଟନ ସବୁକ୍ଷେତ୍ରରେ ଯାଜପୁରର ସ୍ବତନ୍ତ୍ରପରିଚୟ ରହିଛି । ଯାଜପୁର ତାର ଐତିହ୍ୟକୁ ସାଥିରେନେଇ ଆଜି ବିକାଶପଥରେ ଆଗେଇଚାଲିଛି। ଶିଳ୍ପ,ନିଯୁକ୍ତି ଓ ଭିତ୍ତିଭୂମି ଆଜି ଯାଜପୁରର ନୂଆପରିଚୟ ହୋଇଛି। ମୋର ଦୃଢବିଶ୍ବାସ, ଯାଜପୁର ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇ ସମସ୍ତଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତଥିଲେ । ଏହି କାର୍ୟ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଂଜନ ଘଡାଇ, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ, ବିଧାୟକ ଶ୍ରୀ ଅଶୋକ ବଳ ପ୍ରମୁଖ ଯୋଗ ଦେଇଥିଲେ ।