Browsing category

ରାଜନୀତି

ନବଦାସ ହତ୍ୟା ଘଟଣା

  ଭୁବନେଶ୍ୱର,୪।୧(ଏସଏସ ନିଉଜ)ନବଦାସଙ୍କୁ ହତ୍ୟା ଘଟଣାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି।ସେକହିଛନ୍ତି ପୁଲିସ୍‌ ଗୁଳି କରିମାରିବା ମୋତେ ଆଶ୍ଚର୍ଯ୍ୟ କରୁଛି, ବିଶ୍ୱାସ ହେଉନି, ଜଣେ ପାୱାରଫୁଲ ମନ୍ତ୍ରୀଙ୍କୁ ASI ଗୁଳି କରିବା ଗ୍ରହଣଯୋଗ୍ୟ ନୁହେଁ।ମୋତେ ବି ପିଏସ୍‌ଓ ମିଳିଛି, ଡର ଲାଗୁଛି ସେ ଗୋପାଳଦାସ ହେବନି ତ। ନବଦାସ ହତ୍ୟା ଘଟଣାର ସତ ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି କହିବା ପ୍ରସଙ୍ଗରେ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି ସତ ଜାଣନ୍ତୁ ଓ […]

ବିଧାୟକଙ୍କୁ ମହୁମାଛି ଆକ୍ରମଣ

ଭୁବନେଶ୍ୱର,୪।୧(ଏସଏସ ନିଉଜ)ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଆହତ ହୋଇଛନ୍ତି।ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି l

କୋରାପୁଟବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୩।୩(ଏସଏସ ନିଉଜ)କୋରାପୁଟବାସୀଙ୍କୁ ୧୬୦୦ କୋଟି ଟଙ୍କର ବିକାଶମୂଳକ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ lବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଅବସରରେ ଜୟପୁରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗଦେଲେ lବିକ୍ରମଦେବ କଲେଜର ୭୫ବର୍ଷ ପୂର୍ତ୍ତି ଅବସରରେ ସେ ମହାରାଜ ବିକ୍ରମଦେବଙ୍କୁ ନିଜର ଶ୍ରଦ୍ଧ‌ାଞ୍ଜଳି ଜ୍ଞାପନ କରିଥିଲେ l

ଟିକେ ସମୟ ଲାଗିବ

ଭୁବନେଶ୍ୱର,୩।୨(ଏସଏସ ନିଉଜ)ନବଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ପ୍ରତିକ୍ରିୟା ରଖୁଛନ୍ତି।ଏଭଳି କ୍ରାଇମର ରହସ୍ୟ ୨/୪ ଦିନ ଭିତରେ ଜଣାପଡ଼ିବନି।କେନ୍ଦ୍ରର ସହଯେ।ଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି।ତଦନ୍ତରେ ସହଯେୋଗ କରିବାକୁ CFSL ଟିମ୍ ଆସିପାରେ।ତଦନ୍ତରେ ସ୍ୱଚ୍ଛତା ପାଇଁ ସେଠାକାର ପୁଲିସଙ୍କୁ ବଦଳି କରାଯାଇଛି।ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି।ଜଷ୍ଟିସ ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି।ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ ବୋଲି କହିଛନ୍ତି।

ବଢ଼ିଲା ବିଧାୟକଙ୍କ ଅଡ଼ୁଆ

ଭୁବନେଶ୍ୱର,୩।୨(ଏସଏସ ନିଉଜ)ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ। ଜଗତସିଂହପୁର IICଙ୍କ ପାଖରେ ସାନି ଆବେଦନ ପାଇଁ ସୋମାଲିକାଙ୍କୁ ନିର୍ଦ୍ଦେଶ ମିଳିଥିବାବେଳେ ଯଦି ଆବେଦନ ଦାଖଲ ହୁଏ ତାହେଲେ ପଞ୍ଜୀକୃତ ପାଇଁ ନିର୍ଦ୍ଦେଶ।

ଅଖଣ୍ଡକୀର୍ତ୍ତନରେ ଭାଗନେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩।୧(ଏସଏସ ନିଉଜ) ଆଜି କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ଭାଗ ନେବେ ପ୍ରଧାନମନ୍ତ୍ରୀ। କୃଷ୍ଣଗୁରୁ ସେବାଶ୍ରମର ଶ୍ରଦ୍ଧାଳୁମାନଙ୍କୁ କରିବେ ସମ୍ବୋଧନ। ଆସାମର ବରପେଟାଠାରେଆୟୋଜିତ ହେଉଛି କୃଷ୍ଣଗୁରୁ ଅଖଣ୍ଡ କୀର୍ତ୍ତନ।ଏକମାସ ଧରି ବିଶ୍ବ ଶାନ୍ତି ପାଇଁ ଅଖଣ୍ଡ କୀର୍ତ୍ତନ।

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ଶିଳା

ଭୁବନେଶ୍ୱର,୩।୧(ଏସଏସ ନିଉଜ)ଅଯୋଧ୍ୟାରେ ପହଞ୍ଚିଲା ରାମ ଲାଲାଙ୍କ ମୂର୍ତ୍ତି ତିଆରି ପାଇଁ ଶାଳଗ୍ରାମ ଶିଳା।ରାମଙ୍କ ପାଇଁ ନେପାଳରୁ ବିଶାଳ ଶୋଭାଯାତ୍ରା। ଜମୁଛି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ଶିଳା ସାଢେ ୬ କୋଟି ବର୍ଷ ପୁରୁଣା।ଆଗାମୀ 2024 ଶେଷ ସୁଦ୍ଧା ଶେଷ ହେବ ମୂର୍ତ୍ତି କାମ।

୨୧ରୁ ବିଧାନସଭା

ଭୁବନେଶ୍ୱର,୨।୨(ଏସଏସ ନିଉଜ)ଫେବ୍ରୁଆରୀ ୨୧ରୁ ବିଧାନସଭା ବଜେଟ ଅଧିବେଶନ ହେବ। ଫେବ୍ରୁଆରୀ ୨୭ରେ ଆଗତ ହେବ ରାଜ୍ୟ ବଜେଟ। ଫେବ୍ରୁଆରୀ ୨୧ରୁ ଏପ୍ରିଲ ୬ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବୋଲି ଜଣାପଡିଛି।

ପାଇଖାନାଟାଙ୍କିରେ ମିଳିଲା ୧୨ଖଣ୍ଡ କାଗଜ!

ଭୁବନେଶ୍ୱର,୨।୧(ଏସଏସ ନିଉଜ)ନବଦାସ ହତ୍ୟା ଘଟଣାରେ ପାଇଖାନା ଟାଙ୍କିରୁ କାଗଜ ଟୁକୁଡ଼ା ପାଇଛି କ୍ରାଇମବ୍ରାଞ୍ଚ।ଝାରସୁଗୁଡ଼ା ଏୟାରପୋର୍ଟଥାନା ପାଇଖାନା ଟାଙ୍କିରୁ ମିଳିଛି କାଗଜ।ପାଇଖାନାଟାଙ୍କି ତାଡ଼ି କାଲିଠାରୁ ଖୋଜାଖୋଜି କରୁଥିଲା କ୍ରାଇମବ୍ରାଞ୍ଚ।ନାଲିରଙ୍ଗରେ ଇଂରାଜୀ ଓ ଓଡ଼ିଆରେ ଲେଖା କାଗଜ ମିଳିଥିବା ସୂଚନା ମିଳିଛି। ମିଳିଥିବା କାଗଜ ଟୁକୁଡ଼ା ଗୋପାଳର ହୋଇଥିବା ମିଳିଲା ସୂଚନା ରହିଛି।ହତ୍ୟାକାଣ୍ଡଦିନ ଗୋପାଳକୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଥିଲା।ଥାନାରେ ଥିବା ବେଳେ ପାଇଖାନା ଯାଇ କାଗଜକୁ ଫ୍ଲସ୍ କରି ଦେଇଥିଲା।ଜେରାକାଳରେ କାଗଜ କଥା ଜଣାପଡ଼ିବା ପରେ ଖୋଜୁଥିଲା କ୍ରାଇମବ୍ରାଞ୍ଚ।

ରିମାଣ୍ଡରେ ଆସିବ ଗୋପାଳ

ଭୁବନେଶ୍ୱର,୩୦ା୧(ଏସଏସନିଉଜ) ଦୋଷ ସ୍ବୀକାର କରିଛି ନବକିଶୋରଦାସ ହତ୍ୟାଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ । ଅଧିକ ତଥ୍ୟ ସଂଗ୍ରହପାଇଁ ରିମାଣ୍ଡଆବେଦନ ସହ ସାକ୍ଷୀଙ୍କ ବୟାନରେକର୍ଡ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାା