Browsing category

ରାଜନୀତି

ଗୋପାଳ ଦାସଙ୍କ ଗଲା ଚାକିରି

ଝାରସୁଗୁଡ଼ା,୩୦ା୧(ଏସଏସନିଉଜ) ଚାକିରିରୁ ବିଦାହୋଇଛନ୍ତି ମନ୍ତ୍ରୀ ନବଦାସଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଇଝଓ ଗୋପାଳକୃଷ୍ଣ ଦାସ । ଝାରସୁଗୁଡ଼ା ଏସ୍‌ପି ଗୋପାଳଙ୍କୁ ଚାକିରିରି ବରଖାସ୍ତ କରିଛନ୍ତି। ଗତକାଲିଠାରୁ ଅଟକ ଥିବା ଗୋପାଳ ଦାସଙ୍କୁ ଆଜି ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ଚାଲିଛି ଜେରା

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି। ସୁନ୍ଦରଗଡ଼ ରିଜର୍ଭ ଅଫିସରେ ପଚରାଉଚରା ଚାଲୁଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କରୁଛନ୍ତି ଜେରା। ଗତକାଲି ରାତିରେ ୨ ଘଣ୍ଟା ଜେରା କରାଯାଇଥିଲା। ଗୋପାଳ ଦାସଙ୍କ ହ୍ୟାଣ୍ଡସ୍ୱପ ନେଇଛି କ୍ରାଇମବ୍ରାଞ୍ଚ।

ନବଦାସ ଅମର ରହେ

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଶ୍ମଶାନରେ ନବଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଛି। ଦିଆଗଲା ଗାର୍ଡ ଅଫ ଅନର । ଖେରୁଆଲ ଶ୍ମଶାନ ଜନସମୁଦ୍ର ରେ ପରିଣତ ହୋଇଛି । ନବଦାସ ଅମରରହେ ଧ୍ବନୀରେ ପ୍ରକମ୍ପିତ ହୋଇଛି ସେହି ଅଂଚଳ।ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ନବଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ 5Tସଚିବ ଭି କେ ପାଣ୍ଡିଆନ୍ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସନେଟ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଗୁଳିମାଡ଼ରେ ଉଡ଼ିଗଲା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରାଣବାୟୁ

ଭୁବନେଶ୍ୱର,୨୯ା୧(ଏସଏସନିଉଜ)ଗୁଳିମାଡରେ ଶେଷରେ ଜୀବନ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ତାଙ୍କୁ ଅତିନିକଟରୁ ପୋଲିସ ଏଏସଆଇ ଗୁଳି ଚଳାଇବାଫଳରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା ।ସେଠାରେ ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘସମୟ ଚିକିତ୍ସା କରାଯିବାପରେ ତାଙ୍କୁ ମୃତ ଘୋଷଣାକରିଛନ୍ତି ଡାକ୍ତର ।

ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୯।୧(ଏସଏସ ନିଉଜ)ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯିବ।ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।ଅନ୍ୟପଟେASI ଗୋପାଳଦାସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି ବୋଲି କହିଛନ୍ତି ବ୍ରଜରାଜନଗର SDPO ଗୁପ୍ତେଶ୍ୱର ଭୋଇ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ

ଭୁବନେଶ୍ୱର,୨୯।୧(ଏସଏସ ନିଉଜ)ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀ ଛକରେ ଗୁଳିମାଡ ହୋଇଛିl ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କୁ ଗୁଳିମାଡ ହୋଇଥିବା ମିଳିଛି ସୂଚନା l ତାଙ୍କ ଛାତିରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି l କିଏ ଓ କାହିଁକି ଗୁଳିମାଡ କରିଛି ତାହା ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି l

୫୫ଜଣିଆ ପ୍ରାର୍ଥୀତାଲିକା ପ୍ରକାଶକଲା ଅଲଇଣ୍ଡିଆକଂଗ୍ରେସ

ଭୁବନେଶ୍ୱର,୨୮।୧ (ଏସଏସ ନିଉଜ)ଆସନ୍ତା ମେଘାଳୟ ବିଧାନସଭା ନିର୍ବାଚନପାଇଁ ୫୫ ଜଣ ପ୍ରାର୍ଥୀଙ୍କତାଲିକା ପ୍ରକାଶ କରିଛି ଅଲଇଣ୍ଡିଆକଂଗ୍ରେସ lଏହି ନିର୍ବାଚନ ଫେବୃଆରୀରେ ଅନୁଷ୍ଠିତହେବ ଏବଂ ଫଳାଫଳ ମାର୍ଚ୍ଚ୨ରେ ଘୋଷଣା କରାଯିବ। ମୁଖ୍ୟ ନିର୍ବାଚନକମିଶନର ରାଜୀବକୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତ୍ରିପୁରାରେ ବିଧାନସଭା ନିର୍ବାଚନପାଇଁ ଫେବୃଆରୀ ୧୬ ରେ ଗୋଟିଏପର୍ଯ୍ୟାୟରେ ଏବଂ ଫେବୃଆରୀ ୨୭ରେ ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ହେବ। ଫଳାଫଳ ମାର୍ଚ୍ଚ ୨ରେ ଘୋଷଣା କରାଯିବ।ସେପଟେ ସିଇସି କହିଛିଯେ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର […]

ତ୍ରିପୁରାପାଇଁ ବିଜେପି ଜାରିକଲା ୪୮ଜଣିଆ ପ୍ରାର୍ଥୀ

ଭୁବନେଶ୍ୱର,୧୮।୧(ଏସଏସ ନିଉଜ)ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ୪୮ଜଣ ପ୍ରାର୍ଥୀଙ୍କ ତାଲିକା ।ଫେବ୍ରୁଆରୀ ୧୬ରେ ତ୍ରିପୁରାରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ ।ଏହା ପୂର୍ବରୁ ବିଜେପି ୬୦ ଆସନ ମଧ୍ୟରୁ ୪୮ଆସନ ପାଇଁ ପ୍ରାର୍ଥୀଙ୍କନାମ ଘୋଷଣା କରିଛି l୬୦ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାପାଇଁ ଆସନ୍ତାମାସ ୧୬ତାରିଖରେ ମତଗ୍ରହଣ ହେବ ।ନାମାଙ୍କନ ଦାଖଲର ଶେଷତାରିଖ ୩୦ ଜାନୁଆରୀ ରହିଛି । ଭୋଟର ଗଣତି ମାର୍ଚ୍ଚ୨ରେ ହେବ ।

ମେଘାଳୟରେ ପ୍ରଚାର କରିବେ ମୋଦି

ଭୁବନେଶ୍ୱର,୧୮।୧(ଏସଏସ ନିଉଜ)ଫେବୃଆରୀ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମେଘାଳୟରେ ବିଜେପି ପାଇଁ ପ୍ରଚାର କରିବେ।ଏନେଇ ଦଳର ରାଜ୍ୟୟୁନିଟ୍ ସଭାପତି ଏର୍ନେଷ୍ଟ ମାୱ୍ରି ସୂଚନା ଦେଇଛନ୍ତି।ତେବେ ପ୍ରଧାନମନ୍ତ୍ରୀ ଙ୍କ ଗସ୍ତପାଇଁ ଏଯାଏଁ ତାରିଖ ସ୍ଥିର କରାଯାଇ ନାହିଁ।

ଆରପାରିରେ ଡଃ ହୁସେନରବି ଗାନ୍ଧୀ

ଭୁବନେଶ୍ୱର,୨୮।୧(ଏସଏସ ନିଉଜ)ବିଶିଷ୍ଟ ଲେଖକ, କବି ଓ ରାଜନେତା ଡଃ ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତ ହୋଇଛି।ସେ ରାଜ୍ୟ ସାହିତ୍ୟଏକାଡେମୀର ପୂର୍ବତନସଭାପତି, ଉତ୍କଳ ପ୍ରସଙ୍ଗର ପୁର୍ବତନସମ୍ପାଦକ, ବିଶିଷ୍ଟକବି, ସାହିତ୍ୟିକ ଓ ରାଜନେତା ଥିଲେ।କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ହୁସେନ ରବିଗାନ୍ଧୀଙ୍କୁ ୭୫ ବର୍ଷ ହୋଇଥିଲା।ସେ ଗତକିଛିଦିନ ଧରି ଅସୁସ୍ଥ ଥିଲେ। ତେବେ ଗତକାଲିଠାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।