Browsing category

ରାଜନୀତି

ବିଶ୍ୱକପହକି ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ସଭାପତି ତାୟାବଇକ୍ରାମ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି ସଫଳତାରସହ ବିଶ୍ୱକପହକି ଆୟୋଜନକରିଥିବାରୁ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତିାମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଭାରତୀୟହକିକୁ ନୂଆରୂପ ଦେବା ସହ ଓଡ଼ିଶାରେ ଦୁଇଦୁଇଥର ହକିବିଶ୍ୱକପ ଆୟୋଜନ କରିବାର ସଫଳତା ଲାଭକରିଛିା

ନାଜାଲ ଟିକାର ଶୁଭାରମ୍ଭ

ଭୁବନେଶ୍ୱର,୨୬ା୧(ଏସଏସନିଉଜ) ଲଞ୍ଚହେଲା ଭାରତର ପ୍ରଥମକୋଭିଡ ନାଜାଲଭାକ୍ସିନ ନାଜାଲ ଟିକାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଭାରତ ବାୟୋଟେକଦ୍ବାରା ପ୍ରସ୍ତୁତ ଇନକୋଭାକ୍ ରୋଗ ପ୍ରତିରୋଧକଶକ୍ତି ବଢ଼ାଉଛି। ୨ଟିଡୋଜ୍ ଟିକା ନେଇଥିଲେ ହିଁ ‘ଇନ୍‌କୋଭାକ’ ଦିଆଯିବ। ୧୮ବର୍ଷରୁ ଅଧିକବୟସର ଲୋକଙ୍କୁ ଦିଆଯାଇପାରିବ। ପ୍ରଥମପର‌୍ୟ୍ୟାୟରେ ଘରୋଇ ହସ୍ପିଟାଲରେ ଦିଆଯିବ ଟିକା। ନାକରେ ସ୍ପ୍ରେକଲେ କୋଭିଡ ପ୍ରତିରୋଧକଶକ୍ତି ବଢ଼ିବ ବୋଲି କୁହାଯାଇଛି ।

ସରପଂଚଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ

ବାରଙ୍ଗ,୨୬ା୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଦାଢାପଂଚାୟତ କାର୍ଯ୍ୟାଳୟ ଆଗରେ ସରପଂଚଙ୍କ କାର୍ଯ୍ୟରେ ଅସନ୍ତୁଷ୍ଠ ହୋଇ ଗୁରୁବାରଦିନ ଧାରଣା ଦିଆଯାଇଛି ।ପଂଚାୟତରେ ହେଉଥିବା ମହାଦୁର୍ନିିତି , ପକ୍ଷପାତ ଓ ବାଟମାରଣା ନିତୀକୁ ବିରୋଧ କରି କେତେକ ୱାର୍ଡସଭ୍ୟ ତାଙ୍କ ସମର୍ଥକଙ୍କୁ ନେଇ ଧାରଣା ଦେଇଛନ୍ତି ।ଧାରଣାରେ ବସିଥିବା ୱାର୍ଡସଭ୍ୟଙ୍କ ଅଭିଯୋଗ ହେଲା ହରିଶ୍ୱନ୍ଦ୍ର ଯୋଜନାର ସୁଫଳ ଲୋକମାନେ ପାଇପାରୁନାହାନ୍ତି ।ମନରେଗା ଯୋଜନାରେ କାମକରୁଥିବା ଲୋକଙ୍କୁ ପ୍ରାପ୍ୟ ମିଳୁନାହିଁ ।ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ତୁରନ୍ତ ପକ୍କାଘର ପ୍ରଦାନ ସହ ବର୍ଷକ […]

 ଜୟଦେବଶିକ୍ଷାକେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ସମାରୋହ

ଚନ୍ଦ୍ରଶେଖରପୁର,୨୬ା୧(ଏସଏସନିଉଜ)ଶ୍ରୀଜୟଦେବ  ଶିକ୍ଷାକେନ୍ଦ୍ରରେ   ସରସ୍ବତୀଙ୍କ ପୂଜା ଉତ୍ସବ  ଓ ୭୪ତମସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ସଭାପତି  ଅନ୍ନପୂର୍ଣ୍ଣା ମିଶ୍ର ଜାତୀୟ ପତାକାଉତ୍ତୋଳନ  କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣପୁର ପଞ୍ଚାୟତ ସମିତିସଭ୍ୟ ଭୁବନମୋହନ ଦାସ  ଅତିଥିରୂପେ ଯୋଗଦେଇ ଥିବାବେଳେ ସମ୍ପାଦକ  ତଥା ପ୍ରଧାନ ଆଚାର୍ଯ୍ୟ ପ୍ରଦୀପକୁମାରପାଣି  ସ୍ବାଗତ  ଭାଷଣ  ଦେଇଥିଲେ ।ଇଣ୍ଟରନେସନାଲ  ସ୍କୁଲର ଅଧକ୍ଷା ମନପଲ୍ଲି ବାଣୀ ଧନ୍ୟବାଦ  ଅର୍ପଣ  କରିଥିଲେ ।  

ଡମ୍ପିୟାଡକୁ ନେଇ ରାସ୍ତାରେ ବସିଲେ ଦାରୁଠେଙ୍ଗ ଗ୍ରାମବାସୀ

ମେଣ୍ଢାଶାଳ,୨୬/୧(ଏସଏସନିଉଜ)ଦାରୁଠେଙ୍ଗ ଡମ୍ପିୟାଡକୁ ନେଇ ପୁଣି ବିବାଦ ଦେଖାଦେଇଛି ।ଦାରୁଠେଙ୍ଗ ଗ୍ରାମବାସୀମାନେ ଗୁରୁବାରଦିନ ସକାଳୁ ଚନ୍ଦକା- ପିତାପଲ୍ଲୀରାସ୍ତାକୁ ଅବରୋଧ କରିବାଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।ଗୁରୁବାର ବଢିଭୋର ସମୟରେ ବିଏମସି ପକ୍ଷରୁ ଭୁଆଷୁଣି ଡମ୍ପିୟାର୍ଡରେ ଟ୍ରଟିମେଂଟପ୍ଲାଂଟ ପାଇଁ ୫ଟିଗାଡିରେ ମେସିନ ଆସି ପହଁଚିବାପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା ।ଗ୍ରାମବାସୀଙ୍କ କହିବାକଥାହେଲା ଭୁଆଷୁଣିରେ ଆଉ ଅଳିଆ ପଡିବନାହିଁ ।ତାପରେ ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ଟ୍ରଟିମେଂଟପ୍ଲାଂଟ କରାଯାଉ ।ଗ୍ରାମବାସୀମାନଙ୍କ ସହ କୈାଣସି ଆଲେଚନା ନକରି ବିଏମସି ପକ୍ଷରୁ ଏଭଳି […]

ଓଡ଼ିଆ ଭାଷାକୁ ମହାପ୍ରଭୁ ତିଆରି କରିଛନ୍ତି

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡ଼ିଆଭାଷାକୁ ମହାପ୍ରଭୁଜଗନ୍ନାଥ ତିଆରିକରିଛନ୍ତି । କେବଳ ଓଡ଼ିଆକୁ ଛାଡ଼ି ବିଶ୍ୱର ସବୁଭାଷା ମଣିଷ ତିଆରିକରିଛି ।ଓଡ଼ିଆଭାଷାକୁ ମହାପ୍ରଭୁ ଜଗନ୍ନାଥ ତିଆରି କରିଛନ୍ତିା ମହାପ୍ରଭୁ ତାଙ୍କ ପ୍ରସାଦଭାବେ ଓଡ଼ିଆଭାଷାକୁ ଦେଇଛନ୍ତି ।ସେଥିପାଇଁ ଓଡ଼ିଆଭାଷା ଏତେ ମିଠା ବୋଲି ରେଳମନ୍ତ୍ରୀ ଅଶ୍ୱିନୀବୈଷ୍ଣବ ତାଙ୍କବକ୍ତବ୍ୟରେ ଏପରି କହିଛନ୍ତି । ଜଗନ୍ନାଥ ପର‌୍ୟ୍ୟଟନଟ୍ରେନ୍ ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଏହା କହିଛନ୍ତି ।    

ନୂଆ ଲୁକ୍‌ରେ ନବୀନ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଏବେ ନୂଆଲୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାରେ ମିଳିଛି ।ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସବୁଜରଙ୍ଗର ଜର୍ସି ସାଙ୍ଗକୁ ଧଳାରଙ୍ଗର ଟ୍ରାଉଜର ପିନ୍ଧିଥିବାବେଳେ ପ୍ରାତଃଭ୍ରମଣ କରୁଥିବାର ଦୃଶ୍ୟ ଜଣାପଡିଛି ।ମୁଖ୍ୟମନ୍ତ୍ରୀ ପିନ୍ଧିଥିବାଜର୍ସିର ଆଗରେ ଇଂରାଜୀରେ ‘ଓଡିଶା ଅନ ଦି ମୁଭ୍’ ଓ ପଛରେ ‘ବନ୍ଦେ ଉତ୍କଳ ଜନନୀ’ ଲେଖାଯାଇଛି । ନୂଆ ଲୁକରେ ନବୀନ ସମସ୍ତଙ୍କୁ ଚକିତ କରିଛନ୍ତି ।

ଦଳ ଛାଡିଲେ ବାପପୁଅ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡିଶାର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବିଜେପିନେତା ଗିରିଧରଗମାଙ୍ଗେ ଓ ପୁଅ ଶିଶିରଗମାଙ୍ଗେ ବିଜେପି ଦଳରୁ ବିଧିବଦ୍ଧ ଭାବରେ ଇସ୍ତଫା ଦେଇ ବିଜେପି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କୁ ଇସ୍ତଫାପତ୍ର ପଠାଥିବାନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । କିଛିଦିନ ତଳେ ଉଭୟ ବାପପୁଅ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କୁ ଭେଟିଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନୁଆଦଳ ଭାରତରାଷ୍ଟ୍ର ସମିତିରେ ସାମିଲ ହେବାନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣ ନିର୍ବାଚନ ୨୦୨୪ରେ […]

କୋଟିଏ ଟଙ୍କାର ସୁନାକଳସ ଦାନକଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୧(ଏସଏସନିଉଜ)ଶନି ମନ୍ଦିରକୁ ସୁବର୍ଣ୍ଣକଳସ ଦାନକରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହି ସୁବର୍ଣ୍ଣକଳସର ମୂଲ୍ୟ ପ୍ରାୟ ଏକକୋଟିଟଙ୍କା ହେବବୋଲି ସୂଚନା ମିଳିଛି। ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ୧କେଜି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ କଳସ ଦାନ କରିଛନ୍ତି। ଗତ ଶନିବାର ଶନି ଅମାବାସ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।

ବସରେ ଲାଗିଲା ନିଆଁ

ଭୁବନେଶ୍ବର,୨୩ା୧(ଏସଏସନିଉଜ) ବରମୁଣ୍ଡାବସଷ୍ଟାଣ୍ଡରେ ଠିଆ ହୋଇଥିବା ଖଣ୍ଡାଧାର କୁଇନ’ନାମକ ଏକବସ୍‌ରେ ହଠାତ ନିଆଁ ଲାଗିଯାଇଛି।ଫଳରେ ବସଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି।ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭାଇଥିଲେ ।ବସରେ କେହିନଥିବାବେଳେ ଏପରି ଅଘଟଣ ଘଟିଥିବାବେଳେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।