Browsing category

ରାଜନୀତି

ପଠାନଚଳଚିତ୍ରକୁ କଡା ବିରୋଧକରିବ କଳିଙ୍ଗସେନା

ଭୁବନେଶ୍ୱର,୧୮।୧(ଏସଏସନିଉଜ) ବିବାଦୀୟ ଅଭିନେତା ଶାହାରୁଖ ଖାନ୍‍ଙ୍କ ଅପସଂସ୍କୃତି ସମ୍ପନ୍ନ ଚଳଚିତ୍ର ପଠାନ୍‍କୁ ଓଡିଶା ମାଟିରେ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ । ଯଦି କୌଣସି ପ୍ରେକ୍ଷାଳୟ ଏହାକୁ ଦେଖାଇବାକୁ ଦୁଃସାହସ କରନ୍ତି ତେବେ କଳିଙ୍ଗ ସେନା ପକ୍ଷରୁ କଡା ବିରୋଧ କରାଯିବ ବୋଲି ସେନା ସୁପ୍ରିମୋ ହେମନ୍ତରଥ କହିଛନ୍ତି । ଆଜି ଏଠାରେ ଶ୍ରୀ ରଥ କହିଛନ୍ତି ଯେ ହିନ୍ଦୀ ଚଳଚିତ୍ର ଅଶୋକାଠାରୁ ଆରମ୍ଭକରି ପଠାନପର୍ଯ୍ୟନ୍ତ ବିଭିନ୍ନ ଚଳଚିତ୍ରରେ ଶାହାରୁଖଖାନ୍‍ ଭାରତରସଂସ୍କୃତିକୁ ଦଳିମକଚି ନଷ୍ଟକରିଛନ୍ତି । ଅଶୋକା […]

ଡାକୋଟାବିମାନକୁ ପୁଷ୍ପାଞ୍ଜଳିଦେଇ ସ୍ବାଗତକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚି ଥିବାରୁ ସେ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ୟ କରିଛନ୍ତି। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି […]

ଗିରଫହେଲେ ଛାତ୍ରବିଜେଡି ସଭାପତି

ସୁନ୍ଦରଗଡ଼,୧୮।୧(ଏସଏସନିଉଜ) ସୁନ୍ଦରଗଡ଼ ଜିଲ୍ଲା ଛାତ୍ର ବିଜେଡି ସଭାପତି ସେହବାଜ ସୟଦ ହୁସେନ୍ ଗିରଫ ହୋଇଛନ୍ତି। ପିଡି ଡିଆରଡିଏ- ବିଜେଡି କର୍ମୀ ଧସ୍ତାଧସ୍ତି ଘଟଣାରେ ସେ ଗିରଫ ହୋଇଛନ୍ତି। ଅତିରିକ୍ତ ତହସିଲଦାରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କଲା ଟାଉନ ପୁଲିସ। କାଲି ବିଶ୍ୱକପ ଟ୍ରଫି ଶୋଭାଯାତ୍ରାରେ ଗଣ୍ଡଗୋଳ ଓ ପାଟିତୁଣ୍ଡ ମାମଲାରେ ପୁଲିସ ନେଇଛି ଏହି ପଦକ୍ଷେପ।  

ବାଜିଲା ନିର୍ବାଚନ ବିଗୁଲ

ଭୁବନେଶ୍ବର,୧୮।୧(ଏସଏସନିଉଜ) ନାଗାଲାଣ୍ଡ , ମେଘାଳୟ , ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ଫେବ୍ରୁଆରୀ୧୬ରେ ତ୍ରିପୁରା , ଫେବ୍ରୁଆରୀ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ହେବ ଭୋଟଗ୍ରହଣ । ମାର୍ଚ୍ଚ୨ରେ ଏହି ୩ ରାଜ୍ୟର ଗଣତି ଓ ଫଳାଫଳ ହେବବୋଲି ତାରିଖ ଘୋଷଣା କଲେ ନିର୍ବାଚନ କମିଶନ।  

ବେଦବ୍ୟାସ ପୀଠରେ ୫-ଟି ସଚିବ

ଭୁବନେଶ୍ବର, ୧୪/୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରି ପୀଠରବିକାଶ ସମ୍ପର୍କରେ ଟ୍ରଷ୍ଟବୋର୍ଡର ସଭ୍ୟ ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ପାଣ୍ଡିଆନ୍ ଆଲୋଚନା କରିଥିଲେ । ପନ୍ଦରଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତକରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନନିମନ୍ତେ ଉପସ୍ଥାପନକରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ । ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର […]

ଆଜିଠୁ ବିଶ୍ବକପ ଲଢ଼େଇ

ଭୁବନେଶ୍ୱର,୧୩ା୧(ଏସଏସନିଉଜ)ଆଜିଠୁ ପୁରୁଷ ହକି ବିଶ୍ବକପ-୨୦୨୩ ଆରମ୍ଭ ହେବାକୁଯାଉଛି । ଆରମ୍ଭ ହେବାକୁଥିବା ହକି ବିଶ୍ୱକପ୍ ମହାସମରେ ବିଶ୍ୱର ବଛାବଛା ୧୬ଟିମ୍ ମଧ୍ୟରେ ହେବ ଟକ୍କରା ବିଶ୍ବକପ ପାଇଁ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକାବିଶ୍ବକପ୍ ଭିଲେଜରେ ରାତ୍ରିଯାପନ କରିବେ ନବୀନ ବୋଲି ଜଣାପଡିଛି ।

ରିଭର କ୍ରୁଜ୍‌ର ନୂଆଯୁଗ!

ଭୁବନେଶ୍ୱର,୧୩ା୧(ଏସଏସନିଉଜ)ଭାରତରେ ରିଭର କ୍ରୁଜ୍‌ର ନୂଆଯୁଗ। ଆଜି ବିଶ୍ବର ଲମ୍ବା ରିଭର କ୍ରୁଜ୍‌ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସ୍ବଦେଶୀ କ୍ରୁସ୍ ଗଠ ଗଙ୍ଗା ବିଳାସ। ୫୧ ଦିନରେ ୩୨୦୦ କିମି ଯାତ୍ରା କରିବ ଏହି କ୍ରୁଜ୍ା

ବିଧାୟକ ଜିଲ୍ଲାପାଳ ମୁହାଁମୁହିଁ

ବଲାଙ୍ଗିର,୧୨।୧(ଏସ ଏସନିଉଜ)ଜିଲ୍ଲା ପରିଷଦ ବୈଠକରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି।ଜିଲ୍ଲାପାଳ ଫଣ୍ଡ୍ କାଟିବା ଅଭିଯୋଗ କରି ସାଲୁଜାଙ୍କ ପାଟିତୁଣ୍ଡ କରିଛନ୍ତି।ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭହେଲା ହକିବିଶ୍ବକପ୍

କଟକ,୧୧ା୧(ଏସଏସନିଉଜ) କଟକର ଐତିହାସିକ ବାରବାଟୀଷ୍ଟାଡିୟମରେ ରଙ୍ଗାରଙ୍ଗକାର୍ଯ୍ୟକ୍ରମରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ସନ୍ଧ୍ୟାରେଏହାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଆତିଥ୍ୟ ପ୍ରଦାନରେ ଓଡ଼ିଶାର ନାମ ରହିଛି। ଏଥିନିମନ୍ତେପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାର ସବୁପ୍ରକାରର ସମର୍ଥନ ଯୋଗାଇଥିବାରୁ ଏହି ଅବସରରେ ଉଦ୍‌ବୋଧନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲୋଉଦଘାଟନୀ ସମାରୋହରେ କେନ୍ଦ୍ରକ୍ରୀଡାମନ୍ତ୍ରୀ ଅନୁରାଗଠାକୁର, . ଏଫ୍‌ଆଇଏଚ୍ ସଭାପତି ତଥା ବିକ୍ରମ, ହକି ଇଣ୍ଡିଆ ସଭାପତି […]

ଦୁଲୁକିବ ବାରବାଟୀ

କଟକ,୧୧।୧(ଏସଏସ ନିଉଜ) ଆଜି ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ହେବ।ଉଦଘାଟନ ପାଇଁ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ୍।ଏହି ଉଦଘାଟନ ଉତ୍ସବରେ ଜଲୱା ଦେଖାଇବେ ବଲିଉଡ୍ ଷ୍ଟାର୍ ରଣବୀର, ଦିଶା ଓ ପ୍ରୀତମ।ଉଦଘାଟନୀ ଉତ୍ସବ ପାଇଁ ଦିନ ୧ଟାରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।