ଗିରଫ ହେଲେ ରାୟଗଡ଼ା ଅବକାରୀ ଅଧିକ୍ଷକ

ଭୁବନେଶ୍ୱର,୧୪/୫(ଏସଏସନିଉଜ) ୬ ଲକ୍ଷ ଟଙ୍କା ନେଇ ଗାଡ଼ିରେ ଆସୁଥିବାବେଳେ ଖୋର୍ଦ୍ଧ ନିକଟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା । ନିନା ଟଙ୍କା ବିଷୟରେ ଭିଜିଲାନ୍ସ ଟିମଙ୍କୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।ଏହାପରେ ନିନା ଓ ତାଙ୍କର ସମ୍ପର୍କୀୟଙ୍କ ଏକାଧିକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ନିନାଙ୍କ ସ୍ୱାମୀ ନିହାର ରଂଜନ ଦାସ ମାହାଙ୍ଗା ଥାନାରେ ଆଇଆଇସି ହୋଇଥିବାରୁ ମାହାଙ୍ଗା ସ୍ଥିତ ତାଙ୍କ କ୍ୱାର୍ଟରରେ ରେଡ୍ ବିଷୟରେ ଜାଣିବା ପରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ଦାସ ନିଜ ଘରେ ତାଲା ପକାଇ ଏବଂ ମୋବାଇଲ୍ ସୁଇଚ୍ ଅଫ୍ କରି କୁଆଡ଼େ ପଳାଇଥିବା କୁହାଯାଉଛି ।ଏହାପରେ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ଆଇଆଇସିଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments (0)
Add Comment