ନନ୍ଦନକାନନରେ ଆଉ ଏକ ମଣିପୁରୀ ହରିଣ ଶାବକ ଜନ୍ମ

ବାରଙ୍ଗ,୨୪/୧୦(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ଆଉ ଏକ ଖୁସିର ଖବର। ପ୍ରାଣୀ ଉଦ୍ୟାନର ୩୬ ନମ୍ୱର (ଖ) ଖୁଆଡରେ ରହୁଥିବା ମଣିପୁରୀ ହରିଣ ରବିବାର ସକାଳେ ଏକ ଶାବକ ଜନ୍ମ ଦେଇଛି।ତେବେ ମାଁ ଓ ଶାବକ ସୁସ୍ଥ ଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀତ କୁମାର ସୂଚନା ଦେଇଛନ୍ତି।ସେହିପରି ଗତ ୧୯ ତାରିଖରେ ମଧ୍ୟ ଏକ ମଣିପୁରୀ ହରିଣ ଶାବକ ଜନ୍ମ ନେଇଥିଲା।ଏହା ପରେ ନନ୍ଦନକାନନରେ ଏହି ପ୍ରଜାତିର ହରିଣଙ୍କ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି।ସେଥି ମଧ୍ୟରୁ ୧୧ ଟି ଅଣ୍ଡିରା,୬ ଟି ମାଈ ଏବଂ ଲିଙ୍ଗ ନିରୂପଣ ହୋଇନଥିବା ୨ ଟି ଶାବକ ରହିଛନ୍ତି।ଏହି ପ୍ରଜାତିର ହରିଣ ସାଧାରଣତଃ ଥାଇଲାଣ୍ଡ,ବର୍ମା ଓ ମଣିପୁରର ସନ୍ତସନ୍ତିଆ ଅଞ୍ଚଳରେ ବାସ କରିଥାନ୍ତି।

Comments (0)
Add Comment