କଟକ, ୪/୧(ଏସଏସନିୟୁଜ)ପୁଣି ନକଲି ସିମେଣ୍ଟ କାରବାରର ପର୍ଦ୍ଦାଫାସ କରିଛି ଜଗତପୁର ଥାନା ପୁଲିସ। ଏହାସହ ନକଲି ସିମେଣ୍ଟ ବୋଝେଇ ଟ୍ରକକୁ ଜବତ କରିବା ସହିତ ଗୋଦାମକୁ ସିଲ୍ କରିଛି ।ଏହି ଘଟଣା ଘଟିଛି ଜଗତପୁର ପୀରବଜାର ଅଞ୍ଚଳରେ । ଜଗତପୁର ପୀରବଜାର ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଚମ୍ପତି ଗ୍ରାମରେ ମା’ ତାରିଣୀ କନଷ୍ଟ୍ରକସନ କମ୍ପାନି ନାମରେ ଦୀର୍ଘବର୍ଷ ଧରି ଚାଲି ଆସୁଥିବା ନକଲି କାରଖାନା ଉପରେ ପୋଲିସ ଚଢାଉ କରିଥିଲା ।ସୋମବାରଦିନ ଏସିପି ଅମରେନ୍ଦ୍ର ପଣ୍ଡା ଓ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର ମେହେରଙ୍କ ନେତୃତ୍ୱରେ ପୁଲିସ ସିମେଣ୍ଟ କାରଖାନାରେ ଚଢ଼ାଉ କରି ୫୦୦ରୁ ଅଧିକ ଅଲଟ୍ରାଟେକ, ଡିଏସପି ଡାଲମିଆ ଏବଂ ଏସିସି ବ୍ରାଣ୍ଡ୍ର ସିମେଣ୍ଟ ସହିତ ଓଜନ ମେସିନ, ଏକାଧିକ କାହାଳି ଓ ହଜାର ହଜାର ସଂଖ୍ୟାର ବିଭିନ୍ନ ନାମକରା କଂପାନିର ନାମ ଛପା ଥିବା ପଲିଥିନ ପ୍ୟାକେଟ ପୁଲିସ ଜବତ କରିଥିଲା।ଏହାସହ କାରଖାନାର ମାଲିକ କଟକ ଖପୁରିଆର ବିଜୟ କୁମାର ମହାପାତ୍ରକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।