ଭୁବନେଶ୍ୱର,୩୦/୧୦(ଏସଏସନିଉଜ)ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାରକାର୍ଯ୍ୟ ପାଇଁ ଆଜି ଲୋକସେବାଭବନ ଠାରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି।
ବାତ୍ୟାବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି।ଏହି ସଂସ୍ଥା ହେଉଛନ୍ତି କେଏମ୍ଭି ପ୍ରୋଜେକ୍ଟ ଲିମିଟେଡେ ପକ୍ଷରୁ ୫୦ଲକ୍ଷ ଟଙ୍କା, ବିଜ୍ଞାନଭାରତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ , ହାଇଇଲ୍ଡ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ୫ଲକ୍ଷ ,ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ୨ ଲକ୍ଷ, ଶିବାନୀ ରିସୋର୍ସେସ ପକ୍ଷରୁ ୨ ଲକ୍ଷ ଏବଂ ଭୁବନେଶ୍ବର ସେଣ୍ଟ୍ ଜାଭିୟର୍ସ ସ୍କୁଲ ପିଲାମାନଙ୍କ ପକ୍ଷରୁ ୨ଲକ୍ଷ ୧ ହଜାରଟଙ୍କାର ସହାୟତା ରାଶି ଚେକ୍ ଆକାରରେମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଥିଲା।ସମୁଦାୟ ୬ଟି ସଂସ୍ଥା ପକ୍ଷରୁ ୭୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।ରାଜ୍ୟର ବିପଦ ସମୟରେ ରାଜ୍ୟ ବାସୀଙ୍କୁ ସହାୟତା କରିବା ପାଇଁ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।