ଶିକ୍ଷକଙ୍କ ମାଡ଼ରେ ଛାତ୍ର ମୃତ !

ସୋର,୮ା୧୦(ଏସଏସନିଉଜ) ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।ଖନ୍ତାପଡ଼ାଥାନା କୁଳିଗାଁ ବଂଶୀଧର ବିଦ୍ୟାପୀଠରେ ଏହି ଘଟଣା ଘଟିଥିବାର କୁହାଯାଉଛି ।କାଲି ଦଶମ ଶ୍ରେଣୀର ୨ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା ।ମାଡପିଟ୍ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ଶିକ୍ଷକ ମାଡ଼ ମାରିଥିଲେ । ଶିକ୍ଷକଙ୍କଠୁ ମାଡ଼ ଖାଇଥିବା ଛାତ୍ରଙ୍କର ଆଜି ଛାତିରେ ଯନ୍ତ୍ରଣା ହୋଇଥିଲା ।ଛାତ୍ରଙ୍କୁ ମେଡିକାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତିାଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ହୋଇଥିବା ନେଇ ପରିବାରପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି ।

Comments (0)
Add Comment