ପରିଚୟ ଜାଣିବା ପାଇଁ ଲାଗିଲା ପୋଷ୍ଟର

0 307

ଭୁବନେଶ୍ୱର, ୨୪/୭(ଏସଏସନିୟୁଜ) ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆର କୁଆଖାଇ ନଦୀ ପଠାରୁ ଅଧାପୋତା ହୋଇଥିବା ମୃତଦେହ ପରିଚୟ ଜାଣିବା ପାଇଁ ପୋଷ୍ଟର ଜାରି କରିଛି ପୋଲିସ । ଏହା ସହ ମୃତ ବ୍ୟକ୍ତିର ପରିଚୟ ସମ୍ପର୍କରେ ଜଣାଇଲେ ସୂଚନା ଦେବା ବ୍ୟକ୍ତିଙ୍କ ନାମ ଗୋପନୀୟ ରଖିବା ସହ ପୁରସ୍କାର ମିଳିବ ବୋଲି କୁହାଯାଇଛି ।ପୋଷ୍ଟରରେ ମୃତ ବ୍ୟକ୍ତିର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ବୋଲି କୁହାଯାଇଛି । ଏହା ସହ ଉଚ୍ଚତା ୫ରୁ ୮ ଇଞ୍ଚ, ଓଜନ ୪୫ରୁ ୫୦ କେଜି ଓ ମଧ୍ୟମ ଧରଣର ବୋଲି କୁହାଯାଇଛି ।  ଯୁବକ ଜଣଙ୍କ ଫୁଲ ଟ୍ରାଉଜର, ଫୁଲ ସାର୍ଟ, କଳା ରଙ୍ଗର ହାପପ୍ୟାଣ୍ଟ, ଚପଲ ଏବଂ ଡାହାଣ କାନରେ ଏକ ଟପ୍ ପିନ୍ଧିଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ସୁଚନା ଅନୁସାରେ ୪/୫ ଦିନ ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମୃତ୍ୟୁ ର ୨ଘଣ୍ଟା ପୁର୍ବରୁ ଭାତ ଖାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.