ସୋମନାଥଙ୍କପୀଠରେ ଏକାଠି ହେଲେ ଦୁଇଟି ମନ

0 22,586

ବାରଙ୍ଗ,୧/୪(ଏସଏସନିୟୁଜ)ଶ୍ରଶ୍ରୀ ସୋମନାଥଦେବ ଜନକଲ୍ୟାଣ ସମିତିର ଏକ ଅଭିନବ ପ୍ରୟାସ ।ପାରିବାରିକ ବିବାଦରୁ ପାଚେରୀ ହଟାଇବ ।ଭାଇଚାରା ମଧ୍ୟରେ ଲାଗିରହିଥିବା ବିବାଦ ଓ ବିଭେଦକୁ ଦୁରେଇ ଦେବ ।ପରିବାର ଯୋଡିବ ।ଭଲପାଇବାର ଭାବ ଆଉ ଭାଇଚାରାର ବାର୍ତା ବାଂଟିବ ।ଏହାସହ ବାବା ସୋମନାଥଙ୍କ ମହିମା ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଏହାକୁ ଅଂଚଳର ସୋମନାଥପ୍ରେମୀଭକ୍ତମାନେ କରିଛନ୍ତି ।
ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ଢାୱାଗ୍ରାମରେ ରହିଛି ବାରଙ୍ଗ ତଥା ପଟିଆ ଅଂଚଳର ସର୍ବପୁରାତନ ଶୈବପୀଠ ।ଏହି ପୀଠର ଆରାଧ୍ୟ ହେଉଛନ୍ତି ବାବାସୋମନାଥ ।ଗୁରୁବାରଦିନ ଶ୍ରଶ୍ରୀ ସୋମନାଥଦେବ ଜନକଲ୍ୟାଣ ସମିତିର ଆହ୍ୱାନକ୍ରମେ ଏହି ଅଂଚଳର ସୋମନାଥପ୍ରେମୀ ଭକ୍ତମାନେ ଏକାଠି ହୋଇଥିଲେ । ସମିତିର ସଭାପତି ବସନ୍ତକୁମାରରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରେମବିବାହରରୁ ଆରମ୍ଭ ହୋଇ ମନୋମାଳିନ ହୋଇଥିବା ଘଟଣାର ସମାଧାନ କରାଯାଇଥିଲା ।ପୁଅ ଓ ଝିଅଙ୍କୁ ଏକାଠି କରି ନୁଆ ସଂସାରର ବନ୍ଧନରେ ବାନ୍ଧି ଦିଆଯାଇଥିଲା ।ଦୁଇପରିବାର ମଧ୍ୟରେ ଥିବା କ୍ଷୋଭକୁ ଦୁର କରାଯାଇଥିଲା ।ନା ଥିଲା ବାଜା,ନା ଥିଲା ବାଣ,କେବଳ ଗୁରୁଜନମାନଙ୍କ ଆର୍ଶିବାଦ ସାଙ୍ଗକୁ ହରିବୋଳ ହୁଲହୁଳି ଧ୍ୱନୀ ସହ ବାବାଙ୍କର ଜୟଗାନ କରାଯାଇ ସେମାନଙ୍କର ମଙ୍ଗଳକାମନା କରାଯାଇଥିଲା । ଘରେଘରେ ସୁଖଶାନ୍ତି ସ୍ନେହର ପ୍ରଚାର କରିବ ।କୋର୍ଟକଚେରୀର ଦ୍ୱାରସ୍ଥ ହୋଇ ଆଉ ସମୟ ସହ ଖର୍ଚ୍ଚାନ୍ତ ନହେବାର ବାଟ ଦେଖାଉଛି ସମିତି ।ଏହି ସମିତିରେ ସାଧାରଣ ଲୋକଙ୍କୁ ସୋମାନଥ ପ୍ରେମୀ କରିବା ଲକ୍ଷ ସହ ବିବାଦମୁକ୍ତ,ସୋମନାଥଙ୍କ ପ୍ରତି ଭରଷାଥିବା ଅଂଚଳର ଶିକ୍ଷାବିତ,ପ୍ରଶାସକ,ସାମ୍ବାଦିକ,ମୁରବୀ,ଆଇନଜିବୀମାନଙ୍କୁ ଏହି ସମିତିରେ ସାମିଲ କରାଯାଇଛି ।

ବୈଠକରେ ଦାଢାପାଟଣା ଗ୍ରାମର ଭରତ ଓଝା ଓ କଲ୍ୟାଣପୁର ଗ୍ରାମ ସୁବର୍ଣପୁର ସାହିର ବିଷ୍ନୁଚରଣ ବେହେରାଙ୍କ ପରିବାର ମଧ୍ୟରେ ସୋମାନଙ୍କ ଝିଅ ଓ ପୁଅଙ୍କୁ ନେଇ ଉଭୟ ପରିବାର ମଧ୍ୟରେ ଦେଖାଦେଇଥିବା ତିକ୍ତତାକୁ ଦୁର କରାଯାଇଥିଲା ।ପରେ ବିଷ୍ନୁଚରଣ ଙ୍କ ପୁଅ  ସହ ଭରତଙ୍କ ଝିଅ  ମଧ୍ୟରେ ଥିବା ପ୍ରେମ ସର୍ମ୍ପକକୁ ପରିବର୍ତିତ କରି ନୁଆ ସଂସାରର ପଥିକ ଭାବେ ସେମାନଙ୍କୁ ଏକାଠି କରାଯାଇଥିଲା । ଉପସ୍ଥିତ ସୋମନାଥପ୍ରେମୀ ଭକ୍ତମାନେ ସମବେତ ପ୍ରାର୍ଥନା କରି ସେମାନଙ୍କ ମଙ୍ଗଳକାମନା କରିଥିଲେ ।ଏହି ବୈଠକରେ ସମିତିର ସମ୍ପାଦକ ତଥା ସାମ୍ବାଦିକ ଲିଙ୍ଗରାଜରାଉତ,ପୁର୍ବତନ ସରପଂଚ ତଥା ସମିତିର ଉଦ୍ୟକ୍ତା ଗୋପିନାଥଦାସ, ଶିକ୍ଷାବିତ୍ ମନୋରଞନପଣ୍ଡା, ରବିନ୍ଦ୍ରପଣ୍ଡା, ସମିତିର ଉପସଭାପତି ତଥା ଆଇନ ପରାମର୍ଶଦାତା ଜନ୍ମେଜୟ ସେନାପତ,ି ଆଇନଜିବୀ ସୁବ୍ରତମହାପାତ୍ର,ବାବାସୋମନଥସେନାର ଉପସଭାପତି ପ୍ରଶାନ୍ତକୁମାରପ୍ରତାପସିଂ ଓ ଅମୀୟ କୁମାରଜେନା,ବରିିଷ୍ଠ ସଦସ୍ୟ ଝରେନ୍ଦ୍ରପ୍ରଧାନ,ଅରୁଣକୁମାରଜେନା,କାହ୍ନୁଚରଣବେଉରା, ବେଣୁଧରଜେନା, ନାରୀଜାଗରଣ ମଂଚର ସମ୍ପାଦିକା ସୁନିତାପରିଡା,ଶିଖାଞଳିଭୁୟାଁ,ବିଦୁଲତାବେହେରା,ପ୍ରଭାତିପଟ୍ଟନାୟକ, ସାମ୍ବାଦିକ ଏସ୍ କେ ଅବଦୁଲ ମୁନାବ୍‌, ପ୍ରକାସ ସାହୁ,ଦୁଷ୍ମନ୍ତଜେନାଙ୍କ ସମେତ ଉଭୟପକ୍ଷଙ୍କ ସର୍ମ୍ପକୀୟ ଓ ସେମାନଙ୍କ ତରଫରୁ ଆସିଥିବା ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.